Advertisment

Viral Video: ରବୀନା ଟଣ୍ଡନଙ୍କ ବିରୋଧରେ ଅଭିଯୋଗ; ‘ନିଶାରେ ମୋ ମା’ଙ୍କୁ ପିଟିଲେ’

ରବୀନା ଟଣ୍ଡନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓରେ ରବୀନାଙ୍କୁ ଠେଲାପେଲା ଅବସ୍ଥାରେ ଦେଖିବାକୁ ମିଳେ। ଏହି ଘଟଣା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ କିପରି କିଛି ଲୋକ ଯୁକ୍ତିତର୍କ କରୁଛନ୍ତି ଆଇ ରବୀନାଙ୍କୁ ଠେଲି ଦେଉଛନ୍ତି।

ଅଦ୍ୟତନ ହୋଇଛି
Raveena tendon accused of assault scuffle video goes viral

Raveena tendon accused of assault scuffle video goes viral

Advertisment

ରବୀନା ଟଣ୍ଡନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓରେ ରବୀନାଙ୍କୁ ଠେଲାପେଲା ଅବସ୍ଥାରେ ଦେଖିବାକୁ ମିଳେ। ଏହି ଘଟଣା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ କିପରି କିଛି ଲୋକ ଯୁକ୍ତିତର୍କ କରୁଛନ୍ତି ଆଇ ରବୀନାଙ୍କୁ ଠେଲି ଦେଉଛନ୍ତି।

Advertisment

ଏଥିରେ ଅଭିଯୋଗ ହେଉଛି ଯେ ରବୀନାଙ୍କ ଡ୍ରାଇଭର ଜଣେ ବୃଦ୍ଧ ଏବଂ ତାଙ୍କ ପରିବାର ଉପରେ ଆକ୍ରମଣ କରିଛନ୍ତି। ଏହି ଭାଇରାଲ ଭିଡିଓରେ ରବୀନା ଏଥିରେ ହସ୍ତକ୍ଷେପ କରୁଥିବା ଦେଖିବାକୁ ମିଳେ। ଜଣେ ମହିଳାଙ୍କ ସ୍ୱର ପଛରୁ ଆସେ ଯେ ତାଙ୍କ ନାକରେ ଆଘାତ ହୋଇଛି। କିଛି ଲୋକ ରବୀନାଙ୍କ ଡ୍ରାଇଭରକୁ ମାରିବା କଥା ମଧ୍ୟ କହୁଛନ୍ତି।

ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ରବୀନା ଟଣ୍ଡନଙ୍କ ଡ୍ରାଇଭର ତାଙ୍କ ମା’ଙ୍କୁ ମାରଧର କରିଛନ୍ତି। ଏହାରି ଭିତରେ କେହି ଜଣେ ରବିନାଙ୍କ ହାତ ଧରି ତାକୁ ଟାଣିନେଉଛନ୍ତି। ତାଙ୍କୁ ଠେଲି ଦେଉଛନ୍ତି। ରବୀନା ଏଥିରେ ହସ୍ତକ୍ଷେପ କରୁଥିବା ଦେଖାଯାଏ। କେହି ଜଣେ ପୋଲିସକୁ ଡାକିବା କଥା ମଧ୍ୟ କହୁଛନ୍ତି। ଭିଡିଓ ଶେଷରେ ଅଭିଯୁକ୍ତ ପୀଡିତା ଏକ ମତ ମଧ୍ୟ ଦେଉଛନ୍ତି।

Advertisment

ଏହି ବ୍ୟକ୍ତି ଜଣଙ୍କ ତାଙ୍କ ନାମ ମହମ୍ମଦ ବୋଲି କହୁଛନ୍ତି। ମହମ୍ମଦ କହୁଛନ୍ତି ଯେ, “ମୁଁ ବାନ୍ଦ୍ରାରେ ରହେ। ମୋ ମା, ଭଉଣୀ ଏବଂ ଭାଣିଜୀ ସମସ୍ତେ ଏକ ବିବାହ ପ୍ରସ୍ତାବ ଦେଖିବାକୁ କୌଣସି ସ୍ଥାନକୁ ଯାଇଥିଲେ। ସେମାନେ ରବୀନାଙ୍କ ଘର ଦେଇ ଆସୁଥିଲେ। ତାଙ୍କ ଡ୍ରାଇଭର ମୋ ମା’ଙ୍କ ଉପରେ କାର୍‌ ଚଢେଇଦେଲେ। ଏନେଇ ତାଙ୍କୁ କହିବାରୁ ସେ ମୋ ଭାଣିଜୀକୁ ଖରାପ ବ୍ୟବହାର କଲା, ମାରଧର୍ କଲା।”

Advertisment

ମହମ୍ମଦ ଆହୁରି କହିଛନ୍ତି, “ମୋ ମା’ଙ୍କୁ ମଧ୍ୟ ପିଟିଲା। ଏହା ପରେ ରବୀନା ଟଣ୍ଡନ୍ ବାହାରକୁ ଆସିଲେ। ନିଶାରେ ଥାଇ ସେ ମୋ ମା’ଙ୍କୁ ମାରିଲେ। ମୋ ମା’ର ପୁରା ମୁଣ୍ଡ ଫାଟିଯାଇଛି। ମୋ ଭାଣିଜୀର ମୁଣ୍ଡ ଫାଟିଯାଇଛି। ଆମେ ଦୀର୍ଘ ଚାରି ଘଣ୍ଟା ହେବା ଖାର୍‌ ପୋଲିସ ଷ୍ଟେସନରେ ଛିଡା ହୋଇଛୁ। ଆମ କଥା ଶୁଣାଯାଉ ନାହିଁ। ଆମ ମାମଲା କେହି ଲେଖୁ ନାହାଁନ୍ତି। ଅପରପକ୍ଷେ, ସେମାନେ କହୁଛନ୍ତି ଯେ ତୁମେ ଆପୋଷ ବୁଝାମଣା କରିଦେବା ଉଚିତ।”

ତେବେ ପୋଲିସ ସୂତ୍ର ଅନୁଯାୟୀ ଏହି ସବୁ ଅଭିଯୋଗ ଭିତ୍ତିହୀନ ଏବଂ ଉଭୟ ପକ୍ଷଙ୍କ ତରଫରୁ କୌଣସି ବି ଅଭିଯୋଗ କରାଯାଇ ନାହିଁ। ପୋଲିସ ନିଜ ଅନୁସନ୍ଧାନରେ ଏହା ମିଥ୍ୟା ଦାବି କରିଛି। ଏହି ପ୍ରସଙ୍ଗରେ ଉଭୟ ପକ୍ଷ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ମଧ୍ୟ କୌଣସି ଅଭିଯୋଗ କରାଯାଇ ନାହିଁ।

Raveena Tandon Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ