Advertisment

ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ, ହସ୍ପିଟାଲରେ ଭର୍ତ୍ତି

ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ  । ନିଜ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ସୂଚନା । ଅସାବଧାନତା ବଶତଃ ଗୁଳି ଫୁଟିଥିବା ସୂଚନା ।

ଅଦ୍ୟତନ ହୋଇଛି
Govinda Hospitalised After Accidental Shooting Incident

govinda

Advertisment

ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି। ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା ଜଣାପଡିଛି। ଭୁଲବଶତଃ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ସୂଚନା ଦେଇଛନ୍ତି।

Advertisment

ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନାଙ୍କ ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟା ୪୫ରେ ଏହି ଘଟଣା ଘଟିଛି। ଗୋବିନ୍ଦା କୋଲକାତା ଯିବାକୁ ପ୍ରସ୍ତୁତ ହେଉଥିଲେ। ତାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭରକୁ ରଖୁଥିବା ବେଳେ ଏହା ତାଙ୍କ ହାତରୁ ଖସି ପଡିଥିଲା। ଆଉ ଗୁଳି ତାଙ୍କ ଗୋଡରେ ବାଜିଥିଲା। ପ୍ରବଳ ରକ୍ତସ୍ରାବ ମଧ୍ୟ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିସା। ଡାକ୍ତର ଗୁଳିଟିକୁ କାଢି ଦେଇଛନ୍ତି ଏବଂ ତାଙ୍କ ଅବସ୍ଥା ଭଲ ଅଛି। ସେ ବର୍ତ୍ତମାନ ଡାକ୍ତରଖାନାରେ ଅଛନ୍ତି।

ପଢନ୍ତୁ ଏହି ଖବର: ‘ସିଂଘମ୍ ଏଗେନ୍’କୁ ନେଇ ବଡ଼ ଚର୍ଚ୍ଚା; ରୋଜଗାର କଲାଣି ୨୦୦ କୋଟି ଟଙ୍କା

Advertisment

ପୋଲିସର ସୂଚନାନୁସାରେ,ଗୁଳି ବାଜିବା ପରେ ଗୋବିନ୍ଦାଙ୍କ ଗୋଡରେ ରକ୍ତସ୍ରାବ ହୋଇଛି। ଯେଉଁଥିପାଇଁ ତାଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। ବର୍ତ୍ତମାନ ଗୋବିନ୍ଦା ମୁମ୍ୱାଇ ଆନ୍ଧେରିର କ୍ରେଟି କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଖବର ଶୁଣିବା ପରେ ଗୋବିନ୍ଦାଙ୍କ ଫ୍ୟାନ୍ସମାନଙ୍କୁ ଝଟକା ଲାଗିଛି। ସେମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।

ଗୋବିନ୍ଦା ଆଜିକାଲି ଅଭିନୟ ଜଗତରୁ ଦୂରତା ବଜାୟ ରଖିଛନ୍ତି । ଦୀର୍ଘ ଦିନ ଧରି ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳୁନାହିଁ। ଯଦିଓ ତାଙ୍କର ମ୍ୟୁଜିକ ଭିଡିଓ ଆସୁଛ। ଏହା ସହିତ ସେ ଅନେକ ରିଆଲିଟି ଶୋ’ରେ ମଧ୍ୟ ନଜର ଆସିଛନ୍ତି। ଗୋବିନ୍ଦା ତାଙ୍କ ପତ୍ନୀ ସୁନୀତାଙ୍କ ସହ ଟିଭିରେ ନଜର ଆସନ୍ତି। ଯେଉଁଠାରେ ସେ ଅନେକ ଥର ତାଙ୍କର ବୃତ୍ତିଗତ ଏବଂ ବେଳେବେଳେ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରକାଶ କରନ୍ତି ।

Advertisment
Bollywood Govinda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ