Advertisment

ଝାରସୁଗୁଡ଼ାରେ ଗୋବିନ୍ଦା; ପୁରୁଣା ଗୀତରେ ଝୁମିଲେ ଦର୍ଶକ

ନଵଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ଝାରସୁଗୁଡାର ସରବାହାଲ ପଡ଼ିଆରେ ହୋଇଥିବା ୨ଦିନ ଧରି ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନ ମୋହିଥିଲେ ବଲିଉଡ୍‌ ଷ୍ଟାର ଗୋବିନ୍ଦା ।

ଅଦ୍ୟତନ ହୋଇଛି
bollywood star govinda

bollywood star govinda

Advertisment

ଝାରସୁଗୁଡ଼ାରେ ଜମିଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ଦର୍ଶକଙ୍କ ମନଜିଣିଲେ ବଲିଉଡ୍‌ ଅଭିନେତା ଗୋବିନ୍ଦା । ବଲିଉଡ୍‌ ଫିଲ୍ମ ‘ବଡେ ମିଆଁ ଛେଟେ ମିଆଁ’ର ‘କୁଛ୍‌ ହୋଟେଲ୍‌ ମେ ଖାଏଁ’ ଗୀତରେ ନୃତ୍ୟ ପରିବେଷଣ କରିଥିଲେ ଗୋବିନ୍ଦା । ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ଦେଖିବାକୁ ମିଳିଥିଲା ।

Advertisment

ନଵଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ଝାରସୁଗୁଡାର ସରବାହାଲ ପଡ଼ିଆରେ ହୋଇଥିବା ୨ଦିନ ଧରି ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନ ମୋହିଥିଲେ ବଲିଉଡ୍‌ ଷ୍ଟାର ଗୋବିନ୍ଦା । ଇଣ୍ଡିଆନ ଆଇଡେଲର ପ୍ରଥମ ବିଜେତା ଅଭିଜିତ ସାୱନ୍ତ ଏଥିରେ ଯୋଗଦେଇ ମନପସନ୍ଦ ଗୀତ ସହ ଡ୍ୟାନ୍ସ କରିଥିଲେ । ସେହିପରି ଏଥିରେ ଅନେକ ସମ୍ବଲପୁରୀ ଗୀତ ଓ ନୃତ୍ୟ ମଧ୍ୟ ପରିବେଷଣ ହୋଇଥିଲା ।

ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଥିଲେ ଓଡିଶା ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କଟକ ମେୟର ସୁବାଷ ସିଂହ । ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଆକର୍ଷଣ ଥିଲେ ପ୍ରଖ୍ୟାତ ଓଡିଶୀ ଡାନ୍ସର ଶାଶ୍ୱତ ଯୋଶୀ ।

Advertisment

ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆହୁରି ରଙ୍ଗ ଭରିଦେଲେ ଓଲିଉଡ୍‌ ଷ୍ଟାର ତମନ୍ନା, ଏବଂ ଶୀତଳ। ଦର୍ଶକଙ୍କର ମନ ଛୁଇଁଗଲ ଅର୍ଚ୍ଚନା ପାଢ଼ୀ ଏବଂ ଉମାକାନ୍ତ ବାରିକଙ୍କ ଗୀତ । ନୂଆଖାଇ ଭେଟଘାଟ ଅବସରରେ ଦର୍ଶକମାନଙ୍କ ଭଲ ପାଇବା ଯୋଗୁଁ କଳାକାର ମାନେ ଉତ୍ସାହିତ ଥିବା ଜଣେଇଛନ୍ତି ।

Bollywood Govinda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ