Advertisment

ବଲିଉଡ୍‌ର ରିଏଲ ଲାଇଫ୍‌ର ଚୋରା ପୀରତି; ଅଜୟ, ଦୀପିକା, ସଞ୍ଜୟଙ୍କ ଠାରୁ ନେଇ ଅଜୟ ଦେବଗନ

ବଲିଉଡ୍ ଦୁନିଆରେ କେତେବେଳେ କାହାକୁ ପ୍ରେମ ହୁଏ ତାହା କହିହୁଏନି। ଅନେକ ଏହାକୁ ଖୋଲାଖୋଲି ପ୍ରକାଶ କରୁଥିବା ବେଳେ କେତେକ ଏହାକୁ ଗୁପ୍ତ ରଖନ୍ତି। ଏହି ତାଲିକାରେ ; ଅଜୟ, ଦୀପିକା, ସଞ୍ଜୟ, ଅଜୟ, ସନ୍ନି ଦେଓଲ୍ ଥିଲେ ମଧ୍ୟ ପରେ ଧରାପଡିଛନ୍ତି।

author-image
Pramod Behera
Bollywood secret love affairs

Bollywood secret love affairs

ମୁମ୍ବାଇ: କୁହାଯାଏ ପ୍ରେମ କେବେ ଲୁଚି ରୁହେନା। ଅନେକ ଥର ବଲିଉଡ୍‌ ସେଲିବ୍ରେଟିମାନେ ସେମାନଙ୍କ ପ୍ରେମ ସମ୍ପର୍କକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି କିନ୍ତୁ ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ପରି ବହୁତ କମ୍ ତାରକା ଅଛନ୍ତି ଯେଉଁମାନେ ଏହା କରିଦେଖେଇଛନ୍ତି। ଅଧିକାଂଶ ସମୟରେ ବଲିଉଡ ତାରକାମାନଙ୍କର ଏହି ଗୁପ୍ତ ପ୍ରେମ ସମ୍ପର୍କ ସାମ୍ନାକୁ ଆସିଯାଇଥାଏ। ବର୍ତ୍ତମାନ ଅନେକ ହ୍ରିତିକ ରୋଶନ ଓ ସଙ୍ଗୀତକାର ସବ ଆଜାଦଙ୍କୁ ଏକାଠି ଦେଖିବାକୁ ମିଳିଥିଲା ​​ଏବଂ ସେମାନଙ୍କର ଡେଟିଂର ଗୁଜବ ମଧ୍ୟ ଆରମ୍ଭ ହୋଇଯାଇଛି। ତଥାପି, ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇ ନାହିଁ। ହ୍ରିତିକଙ୍କ ପରି ଅଜୟ ଦେବଗନ୍, ସଞ୍ଜୟ ଦତ୍ତ ଓ ରଣବୀର କପୁରଙ୍କ ସମେତ ଅନେକ ତାରକାଙ୍କ ଚୋରା ପୀରତି ମଧ୍ୟ ସାମ୍ନାକୁ ଆସିଛି।

Advertisment

ହ୍ରିତିକ ରୋଶନ-ସବା ଆଜାଦ:

Bollywood secret love affairsହ୍ରିତିକ ରୋଶନ-ସବା ଆଜାଦ

ହ୍ରିତିକ ରୋଶନ ଓ ସବା ଆଜାଦଙ୍କ ସହ ଏକାଠି ନଜର ଆସିବା ପରେ ଉଭୟଙ୍କ ଡେଟିଂ ଗୁଜବ ଆରମ୍ଭ ହୋଇଛି। କୁହାଯାଉଛି ଯେ ହ୍ରିତିକ ରୋଶନ ଓ ସବା ଏବେ ସଂପର୍କରେ ଅଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ସମ୍ପର୍କକୁ କେହି ଆନୁଷ୍ଠାନିକ ଭାବେ ନିଶ୍ଚିତ କରି ନାହାଁନ୍ତି।

ରଣବୀର କପୁର-ଅବନ୍ତିକା ମଲିକ:

ରଣବୀର କପୁରଙ୍କୁ ବଲିଉଡ୍‌ର କାସାନୋଭା(ରସିକ) ବଏ ବୋଲି କୁହାଯାଏ। ରଣବୀର କପୁର ସୋନମ କପୁର, ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫ୍‌ଙ୍କୁ ଡେଟ୍‌ କରିଥିବା କୁହାଯାଏ। ବର୍ତ୍ତମାନ ସେ ଆଲିଆ ଭଟ୍ଟଙ୍କ ସହ ପ୍ରେମ ସମ୍ପର୍କ ଅଛନ୍ତି। କିନ୍ତୁ ବର୍ତ୍ତମାନ, ତାଙ୍କ ନାମ ଅବନ୍ତିକା ମଲିକଙ୍କ ସହିତ ଜଡିତ ନେଇ ଚର୍ଚ୍ଚା ହେଉଛି।

Advertisment

ଆମିର ଖାନ-ପୂଜା ଭଟ୍ଟ:

ଆମିର ଖାନ ଓ ପୂଜା ଭଟ୍ଟ ଏକାଠି 'ଦିଲ ହୈ କି ମାନତା ନହିଁ' ଫିଲ୍ମ କରିବା ପରେ ସେମାଙ୍କ ସମ୍ପର୍କ ସ୍ଥାପନ ହୋଇଥିଲା। କିନ୍ତୁ ସେମାନଙ୍କର ସମ୍ପର୍କ ଅଧିକ ଦିନ ରହିଲା ନାହିଁ। ଏହି ଫିଲ୍ମର ସୁଟିଂ ସମୟରେ ଆମୀର ଖାନ ବିବାହ କରିଥିଲେ ଏବଂ ମହେଶ ଭଟ୍ଟ ନିଜେ ଏହି ଫିଲ୍ମ ନିର୍ମାଣ କରୁଥିଲେ, ତେଣୁ ଆମୀର ଖାନ ଧୀରେ ଧୀରେ ପୂଜାଙ୍କ ଠାରୁ ଦୂରେଇ ଯାଇଥିଲେ।

ଦୀପିକା ପାଦୁକୋନ-ନିହାର ପାଣ୍ଡ୍ୟା:

Bollywood secret love affairsଦୀପିକା ପାଦୁକୋନ-ନିହାର ପାଣ୍ଡ୍ୟା

ରଣବୀର କପୁରଙ୍କ ସହ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ଦୀପିକା ପାଦୁକୋନ ଓ ନିହାର ପାଣ୍ଡ୍ୟା ମଧ୍ୟ ଦୀର୍ଘ ସମୟ ଧରି ସମ୍ପର୍କରେ ଥିଲେ। ମଡେଲିଂ ସମୟରେ ନିହାର ପାଣ୍ଡ୍ୟା ଓ ଦୀପିକା ଡେଟିଂ କରୁଥିବା ଖବର ଆସିଥିଲା।

ସଞ୍ଜୟ ଦତ୍ତ-ମାଧୁରୀ ଦୀକ୍ଷିତ:

୧୯୮୦-୯୦ ଦଶକର ସୁପର୍‌ଷ୍ଟାର୍‌ ସଞ୍ଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତ ମଧ୍ୟ ପ୍ରେମ ସମ୍ପର୍କରେ ଥିଲେ। ଦୁହେଁ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ସେମାନେ ବିବାହର ଯୋଜନା ମଧ୍ୟ କରିଥିଲେ, କିନ୍ତୁ TADA ଅଧୀନରେ ଯେତେବେଳେ ସଞ୍ଜୟ ଦତ୍ତ ଜେଲ୍‌କୁ ଗଲେ ମାଧୁରୀ ଦୀକ୍ଷିତ ତାଙ୍କଠାରୁ ଦୂରେଇ ଯାଇଥିଲେ।

ଡିମ୍ପଲ୍ କପାଡିଆ-ସନ୍ନି ଦେଓଲ୍:

ଡିମ୍ପଲ୍ କାପାଡିଆ ଯେତେବେଳେ ୧୭ ବର୍ଷ ହୋଇଥିଲେ ସେ ଟ୍ୱିଙ୍କଲ୍ ଖାନ୍ନାଙ୍କୁ ଜନ୍ମ ଦେଇଥିଲେ। ସେତେବେଳେ ସେ ରାଜେଶ ଖାନ୍ନାଙ୍କୁ ଛାଡପତ୍ର ଦେଇ ନଥିଲେ ବି ଉଭୟ ଅଲଗା ରହୁଥିଲେ। ୧୯୮୦ ଦଶକରେ ଡିମ୍ପଲ୍ କପାଡିଆ ଓ ସନି ଦେଓଲଙ୍କ ପ୍ରେମ ସମ୍ପର୍କର ଖବର ମଧ୍ୟ ଅନେକ ହଇଚଇ ସୃଷ୍ଟି କରିଥିଲା। କିଛି ବର୍ଷ ପୂର୍ବରୁ ଲଣ୍ଡନରେ ଦୁହେଁ ଏକାଠି ନଜର ଆସିଥିଲେ, ଯାହା ପରେ ସେମାନଙ୍କ ସମ୍ପର୍କର ଖବର ପୁଣିଥରେ ଚର୍ଚ୍ଚାକୁ ଆସିଥିଲା।

ଅଜୟ ଦେବଗନ୍-କଙ୍ଗନା ରାଣାୱତ୍:

ବହୁଦିନ ଧରି କଙ୍ଗନା ରାଣାୱତ୍ ଓ ଅଜୟ ଦେବଗନ୍ ପ୍ରେମ ସମ୍ପର୍କରେ ଥିଲେ। କିନ୍ତୁ ଯେତେବେଳେ କାଜୋଲ ଏ ବିଷୟରେ ଜାଣିଦେଲେ ସବୁ କଥାକୁ ନିଜ ହାତକୁ ନେଇ ଅଜୟ ଏହାର ସମାଧାନ କରିଦେଲେ। ପରେ ସେମାନଙ୍କ ବ୍ରେକ୍‌ଅପ୍ ହୋଇଥିଲା।

Bollywood
Advertisment
Advertisment