ବଲିଉଡରେ ଯେବେବି କୌଣସି ବିବାହ ହୁଏ ତାହା ଚର୍ଚ୍ଚାରେ ରୁହେ। ଏହି ସବୁ ଚର୍ଚ୍ଚିତ ବିବାହ ମଧ୍ୟରେ ବି ଏମିତି କିଛି ବିବାହ ଅଛି ଯାହା ବିବାଦୀୟ ତାଲିକାରେ ଯାଉଛି। ଏମିତିରେ ତ ଲୋକେ ଫିଲ୍ମ ତାରକାଙ୍କ ବିଷୟରେ ସବୁବେଳେ ଆଡୁସାଡୁ ଗପିଥାନ୍ତି। କିନ୍ତୁ ଯେତେବେଳେ ସେମାନେ ବିବାଦକୁ ଚାଲିଆସନ୍ତି ସେମାନଙ୍କ ନାମରେ ଗସିପ୍ କେବେ ବନ୍ଦ ହୁଏ ନାହିଁ। ତେବେ ଆସନ୍ତୁ ବଲିଉଡ୍ର ସେଭଳି କିଛି ଚର୍ଚ୍ଚିତ ଆଉ ବିବାଦୀୟ ବିବାହ ବିଷୟରେ ଜାଣିନେବା।
Also Read
୧- ଶ୍ରୀଦେବୀ ଓ ବୋନି କପୁର:

ସେତେବେଳେ ରୂପ କି ରାନୀ ଶ୍ରୀଦେବି ଲୁଚିଛପି ବୋନି କପୁରଙ୍କୁ ବିବାହ କରିଥିଲେ। ଏନେଇ ପୂରା ଇଣ୍ଡଷ୍ଟ୍ରୀ ସେମାନଙ୍କୁ ନେଇ ଆଲୋଚନା କରୁଥିଲା। ପ୍ରକାଶଥାଉ ଯେ ବିବାହ ପୂର୍ବରୁ ଶ୍ରୀଦେବୀ ଗର୍ଭବତୀ ଥିଲେ। ଏହାଛଡା ବୋନି କପୁରଙ୍କ ପ୍ରଥମ ପତ୍ନୀ ମୋନା କପୁର ସେମାନଙ୍କ ପ୍ରେମ ସଂପର୍କ ବିଷୟରେ ଶୁଣି ଗଭୀର ଆଘାତ ପାଇଥିଲେ। ମୋନା ଓ ଶ୍ରୀଦେବୀଙ୍କ ବହୁତ ଭଲ ବନ୍ଧୁତା ଥିଲା। କିନ୍ତୁ ଶ୍ରୀଦେବୀଙ୍କ କାରଣରୁ ହିଁ ସେମାନଙ୍କ ୧୩ ବର୍ଷର ବୈବାହିକ ସଂପର୍କରେ ପୂର୍ଣ୍ଣଛେଦ ପଡିଥିଲା।
ଶ୍ରୀଦେବୀ ଓ ବୋନି କପୁରଙ୍କ ବିବାହ କିଛିଦିନ ପାଇଁ ଲୁଚାଛପାରେ ଥିଲେ ମଧ୍ୟ ପରେ ସାମ୍ନାକୁ ଆସିଥିଲା। ଏନେଇ ଶ୍ରୀଦେବୀଙ୍କୁ ମଧ୍ୟ ଅନେକ କିଛି ଶୁଣିବାକୁ ମିଳିଥିଲା। ମୋନା ଓ ବୋନିଙ୍କ ଭିତରେ ସେ କଣ୍ଟା ହୋଇଥିବା ନେଇ ଆଲୋଚନା ମଧ୍ୟ ହୋଇଥିଲା।
୨- ହେମା ମାଲିନୀ ଓ ଧର୍ମେନ୍ଦ୍ର:

ହେମା ମାଲିନୀ ଓ ଧର୍ମେନ୍ଦ୍ରଙ୍କ ବିବାହ ମଧ୍ୟ ସ୍ୱତନ୍ତ୍ର ଥିଲା ଆଉ ବିବାଦୀୟ ମଧ୍ୟ। ହେମା ମାଲିନୀଙ୍କ ପାଇଁ ସେତେବେଳର ରୋମାଣ୍ଟିକ୍ ହୀରୋ ଜିତେନ୍ଦ୍ର ମଧ୍ୟ ତାଙ୍କ ଗର୍ଲଫ୍ରେଣ୍ଡ୍ ଶୋଭାଙ୍କୁ ଛାଡିବା ନେଇ ପ୍ରସ୍ତୁତ ଥିଲେ। ହେମା ମାଲିନୀଙ୍କ ପାଇଁ ସଂଜୀବ କୁମାର ମଧ୍ୟ ଚିନ୍ତାରେ ଥିଲେ। କିନ୍ତୁ ଶେଷରେ ହେମାଙ୍କୁ ଧର୍ମେନ୍ଦ୍ର ମାରିନେଲେ। ଧର୍ମେନ୍ଦ୍ର ପୂର୍ବରୁ ବିବାହିତ ଥିଲେ ଆଉ ହେମା ମାଲିନୀ ମଧ୍ୟ ଧର୍ମେନ୍ଦ୍ରଙ୍କ ଠାରୁ ବହୁତ ସାନ ଥିଲେ। ଖାଲି ଏତିକି ନୁହେଁ ପୂର୍ବରୁ ଧର୍ମେନ୍ଦ୍ରଙ୍କର ମଧ୍ୟ ୪ଟି ପିଲା ଥିଲେ। ଏହାଛଡା ଧର୍ମେନ୍ଦ୍ର ପଞ୍ଜାବୀ ଥିଲା ବେଳେ ହେମା ମାଲିନୀ ଦକ୍ଷିଣ ଭାରତୀୟ ଥିଲେ। ଉଭୟଙ୍କ ସଂସ୍କୃତି ସଂପୂର୍ଣ୍ଣ ଭିନ୍ନ ଥିଲା।
ହେମା ମାଲିନୀଙ୍କ ପରିବାର ଲୋକ ମଧ୍ୟ ଏହି ବିବାହକୁ ବିରୋଧ କରୁଥିଲେ। ହେମାଙ୍କ ବାପା ତାଙ୍କ ସହିତ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଇଥିଲେ। କିନ୍ତୁ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ଧର୍ମେନ୍ଦ୍ରଙ୍କୁ ବିବାହ କରିବା ନେଇ ନିଷ୍ପତ୍ତି ନେଲେ ଓ ସେମାନେ ଧର୍ମ ପରିବର୍ତ୍ତନ କରି ମୁସଲମାନ ହୋଇଥିଲେ। କିନ୍ତୁ ବିବାହ ହୋଇପାରୁ ନଥିଲା। କାରଣ ଧର୍ମେନ୍ଦ୍ର ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ପ୍ରସ୍ତୁତ ନ ଥିଲେ। ଏନେଇ ଅନେକ ବିବାଦ ମଧ୍ୟ ଦେଖାଦେଇଥିଲା।
୩- ଅମୃତା ସିଂହ ଓ ସୈଫ୍ ଅଲୀ ଖାନ୍:
୯୦ ଦଶକର ସୈଫ୍ ଅଲୀ ଖାନ ଓ ଅମୃତା ସିଂହଙ୍କ ବିବାହ ମଧ୍ୟ ବିବାଦ ଘେରକୁ ଯାଇଥିଲା। ଏହି ଦୁଇ ତାରକା ସେତେବେଳେ ବିବାହ କରିଥିଲେ ଯେତେବେଳେ ଅମୃତା ସିଂହଙ୍କ କ୍ୟାରିୟର ଖୁବ ଭଲ ଚାଲିଥିଲା ଆଉ ସୈଫ୍ ଅଲୀ ଖାନଙ୍କ ଡେବ୍ୟୁ ହେବା ବାକି ଥିଲା।
ଅମୃତା ସିଂହ ସେତେବେଳେ ସୈଫ୍ଙ୍କ ଠାରୁ ୧୩ ବର୍ଷ ବଡ ଥିଲେ। ସେତେବେଳର ସମୟକୁ ଦେଖିଲେ ଏହି ବୟସ ସୀମା ଖୁବ ଦୀର୍ଘ ଥିଲା। ଏହାଛଡା ଏହି ବିବାହ ନେଇ ମଧ୍ୟ ଉଭୟଙ୍କ ପରିବାର ଅରାଜି ଥିଲେ। ଏହି ବିବାହ ନେଇ ଅମୃତା ତାଙ୍କ ଧର୍ମ ମଧ୍ୟ ପରିବର୍ତ୍ତନ କଲେ ଆଉ ୧୯୯୨ ମସିହା ଅକ୍ଟୋବରରେ ସେମାନଙ୍କ ବିବାହ ହୋଇଥିଲା। କିନ୍ତୁ ଏହି ବିବାହ ତିଷ୍ଠି ରହି ପାରି ନ ଥିଲା। ୨୦୦୪ରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ପରେ ସୈଫ୍ ଅଲୀ ଖାନ୍ କରିନା କପୁରଙ୍କୁ ବିବାହ କରିଥିଲେ।
୪- ନର୍ଗିସ ଓ ସୁନୀଲ ଦତ୍ତ:

ଆଜିର ଦିନରେ ଯେତେବେଳେ ଅନ୍ୟ ଧର୍ମରେ ବିବାହକୁ ନେଇ ବିବାଦ ଦେଖାଯାଉଛି ତେବେ ସେତେବେଳେ କ’ଣ ବା ନ ଥିବ! ରାଜ କପୁରଙ୍କ ସହିତ ପ୍ରେମ ବିଚ୍ଛେଦ ପରେ ନର୍ଗିସ ସୁନୀଲ ଦତ୍ତଙ୍କ ସହିତ ସଂପର୍କ ତିଆରି ହୋଇଥିଲା। ‘ମଦର ଇଣ୍ଡିଆ’ ଫିଲ୍ମର ସୁଟିଂ ସମୟରେ ସେଟ୍ରେ ନିଆଁ ଲାଗିଯିବାରୁ ସୁନୀଲ ଦତ୍ତ ନର୍ଗିସଙ୍କୁ ବଞ୍ଚେଇଥିଲେ। ଏଇଠୁ ହିଁ ଆରମ୍ଭ ହୋଇଥିଲା ସେମାନଙ୍କର ପ୍ରେମ। କିନ୍ତୁ ଫିଲ୍ମ ରିଲିଜ୍ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଚୁପ୍ ରହିବାକୁ ପଡିଥିଲା।
ଦେଶ ବିଭାଜନର କିଛି ବର୍ଷ ପରେ ସେମାନଙ୍କ ସଂପର୍କକୁ ନେଇ ଦେଖାଦେଇଥିଲା ବିବାଦ। ସେମାନଙ୍କ ଏହି ପ୍ରେମ ସଂପର୍କ ହିନ୍ଦୁ-ମୁସଲମାନ ବିବାଦ ଉଠାଇଥିଲା। ଏନେଇ ସୁନୀଲ୍ ଦତ୍ତଙ୍କୁ ମଧ୍ୟ ଧମକ ମିଳିଥିଲା। କିନ୍ତୁ ସବୁ ପ୍ରତିବନ୍ଧକକୁ ଭାଙ୍ଗି ୧୯୫୮ରେ ଉଭୟ ବିବାହ କରିଥିଲେ।
୫- ବିପାଶା ବସୁ ଓ କରଣ ସିଂହ ଗ୍ରୋଭର:
କରଣ ସିଂହ ଗ୍ରୋଭରଙ୍କ ଦୁଇଟି ବିବାହ କାରଣରୁ ଏହି ବିବାହରରେ ବିବାଦ ଦେଖାଦେଇଥିଲା। ବିପାଶାଙ୍କୁ ବିବାହ କରିବା ପୂର୍ବରୁ କରଣ ସିଂହ ଗ୍ରୋଭର ଦୁଇ ଜଣଙ୍କୁ ବିବାହ କରି ସାରିଥିଲେ ଓ ବିଚ୍ଛେଦ ମଧ୍ୟ ହୋଇଥିଲା। ଏକଥା ସମସ୍ତେ ଜାଣିଥିଲେ। ଏହି କଥାକୁ ନେଇ ଆଜି ପର୍ଯ୍ୟନ୍ତ ବି ଚର୍ଚ୍ଚାରେ ରହିଛି ଯେ ସେ ବିପାଶାଙ୍କୁ ମଧ୍ୟ ଛାଡିଦେବେ। ପ୍ରଥମ ପତ୍ନୀ ଶ୍ରଦ୍ଧା ନିଗମଙ୍କ ସହିତ କରଣଙ୍କ ବୈବାହିକ ସଂପର୍କ ୧ ବର୍ଷ ତିଷ୍ଠିପାରି ନଥିବା ବେଳେ ଦ୍ୱିତୀୟ ପତ୍ନୀ ଜେନିଫରଙ୍କ ସହିତ କରଣ ଦୁଇ ବର୍ଷ ବି ରହିପାରି ନଥିଲେ। ଏନେଇ ଲୋକଙ୍କର କରଣଙ୍କ ଉପରେ ଭରସା ନାହିଁ।
୬- ରାନୀ ମୁଖାର୍ଜୀ ଓ ଆଦିତ୍ୟ ଚୋପ୍ରା:

ରାନୀ ମୁଖାର୍ଜୀ ଓ ଆଦିତ୍ୟ ଚୋପ୍ରାଙ୍କ ବିବାହର ଯେତିକି ବିବାଦୀୟ ସେମାନଙ୍କ ବୈବାହିକ ଜୀବନ ମଧ୍ୟ ସେତିକି ବିବାଦୀୟ। ଆଦିତ୍ୟ ଓ ରାନୀଙ୍କ ବିବାହ ଖୁବ୍ ଲୁଚାଛପାରେ ହୋଇଥିଲା। ବିବାହ ଏମିତି ହୋଇଥିଲା ଯେ ଲୋକେ ଏହାକୁ ପରିହାସରେ ନେଉଥିଲେ ଓ ଏହାକୁ ମିଛ ଖବର ବୋଲି ମଧ୍ୟ ଭାବୁଥିଲେ।
ଯେତେବେଳେ ସେମାନଙ୍କ ବିବାହକୁ ନେଇ ୟଶରାଜ୍ ଷ୍ଟୁଡିଓ ତରଫରୁ ସୂଚନା ଦିଆଗଲା ସେତେବେଳେ ଜଣାଗଲା ଯେ ସେମାନେ ୨୦୧୪ ଅପ୍ରିଲ୍ ୨୧ରେ ବିବାହ କରିଛନ୍ତି। ସେମାନଙ୍କ ବିବାହ ଇଟାଲିରେ ହୋଇଥିଲା। କୁହାଯାଏ ଯେ ଆଦିତ୍ୟ ଓ ତାଙ୍କର ପ୍ରଥମ ପତ୍ନୀ ପାୟଲଙ୍କ ସହିତ ୭ ବର୍ଷର ବୈବାହିକ ଜୀବନ ଭାଙ୍ଗିବା ପଛରେ ହିଁ ରାନୀଙ୍କର ହାତ ଥିଲା। ବିବାହ ପରେ ଆଦିତ୍ୟ ଓ ରାନୀଙ୍କୁ ଖୁବ କମ ସମୟ ବାହାରେ ଏକାଠି ଦେଖିବାକୁ ମିଳେ। ଯେତେବେଳେ ବି ସେମାନେ ଏକାଠି ଦେଖାଯାଆନ୍ତି ତାହା ଚର୍ଚ୍ଚାର ପରିସରକୁ ଚାଲିଆସେ।