Advertisment

ଅପରାଧୀଙ୍କୁ ଷ୍ଟାର୍‌ ବନେଇବା ନିଶାରେ ବଲିଉଡ୍

ଅପରାଧୀଙ୍କୁ କାହିଁକି ଷ୍ଟାର୍‌ ବନାଉଛି ବଲିଉଡ୍ ? ବଲିଉଡରେ କାହିଁକି ଏପରି ପରମ୍ପରା ? ଗ୍ୟାଙ୍ଗଷ୍ଟାରଙ୍କୁ ହିରୋ ବନାଇ କ’ଣ ପାଉଛି ବଲିଉଡ୍। ଆସନ୍ତୁ ପଢିବା…

ଅଦ୍ୟତନ ହୋଇଛି
Bollywood making Stars to gangstar

Bollywood making Stars to gangstar

Advertisment

ବଲିଉଡ୍‌ରେ ଷ୍ଟାର୍‌ ହେବାରେ ଲାଗିଛନ୍ତି ଅପରାଧୀ। ଦାଉଦ ଇବ୍ରାହିମ୍, ହାଜି ମସ୍ତାନ, କରିମ୍ ଲାଲା ଏଭଳି ଅନେକ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟାରଙ୍କୁ ନେଇ ହିନ୍ଦୀ ଫିଲ୍ମ୍ ପ୍ରସ୍ତୁତ ହୋଇଛି। ହାଇ ବଜେଟ୍ ଫିଲ୍ମ ନିର୍ମାଣ ହୋଇଛି, ବକ୍ସ ଅଫିସ୍‌ରେ ଫିଲ୍ମ୍ ହିଟ୍ ବି ହୋଇଛି। ହେଲେ କେବେ ଭାବିଛନ୍ତି ଏସବୁ ସିନେମାରେ ଖଳନାୟକଙ୍କୁ ନାୟକ ଭଳି କାହିଁକି ଅବିହିତ କରାଯାଇଛି ?

Advertisment

ଷ୍ଟାଇଲିସ୍ କପଡ଼ା, ବଡ଼ ବଡ଼ ଗାଡ଼ି, ଡ୍ୟାସିଙ୍ଗ ଲୁକ୍, ଫାଏର ଡାଏଲଗ୍ ଏମିତି ଅନେକ କିଛି। ଡନ୍ ଦେଖିବାକୁ ଯେମିତି, କଥା ଆଉ ଚାଲିରେ ବି ସେମିତି। ହେଲେ କାହିଁକି ବଲିଉଡ୍ ଏସବୁ ବ୍ୟକ୍ତିଙ୍କ ଉପରେ ସିନେମା ନିର୍ମାଣ କରୁଛି? କାହିଁକି ଏସବୁ ସିନେମାରେ ହିରୋ ଅସଲ ଜୀବନର ଭିଲିଆନ୍ ହେଉଛନ୍ତି?

ଏବେ ନିକଟରେ ରିଲିଜ୍ ହୋଇଛି ବଲିଉଡ୍‌ର ଅନ୍ୟତମ ବଡ଼ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲିଙ୍କ ଫିଲ୍ମ୍ ‘ଗଙ୍ଗୁବାଇ କଠିଆବାଡି’। ମୁମ୍ବାଇର କାମାଥିପୁରା ଅଞ୍ଚଳର ବେଶ ପରିଚିତ ଦେହଜୀବୀ ଗଙ୍ଗୁବାଇଙ୍କ ଜୀବନ ଉପରେ ଫିଲ୍ମ୍ ନିର୍ମାଣ ହୋଇଛି। ଫିଲ୍ମରେ ଗଙ୍ଗୁବାଇଙ୍କୁ ସମାଜସେବୀ ଭାବେ ଚିତ୍ରଣ କରାଯାଇଛି। ସିନେମାରେ ସେ କିଭଳି ଏ ବୃତ୍ତି ଭିତରକୁ ଠେଲି ହେଇ ଆସିଲେ ତାହା ଦର୍ଶାଇଛନ୍ତି ନିର୍ଦ୍ଦେଶକ।

Advertisment

ହେଲେ ଗଙ୍ଗୁବାଇ କ’ଣ ସତରେ ଏପରି ଥିଲେ ? ଯାହା ସିନେମାରେ ଦେଖାଯାଇଛି ତାହା କେତେ ସତ? ଲେଖକ ହୁସେନ୍‌ ଜେଇଦୀଙ୍କ 'ମାଫିଆ କୁଇନ୍‌' ବହିରୁ ଏହି ସିନେମା ପ୍ରେରିତ। ଯଦି, ଆପଣ ବହିରେ ଗଙ୍ଗୁବାଇଙ୍କ ଚରିତ୍ରକୁ ଭଲ ଭାବେ ଅନୁସରଣ କରିବେ ତେବେ ଏହା ପଛର କାହାଣୀକୁ ଜାଣିପାରିବେ।

ଗଙ୍ଗୁବାଇ ଜଣେ ଗ୍ୟାଙ୍ଗ୍‌ଷ୍ଟାର୍‌ ଥିଲେ, ମୁମ୍ବାଇର ସେତେବେଳର ଡନ୍ କରିମ୍ ଲାଲାଙ୍କ ଭଉଣୀ ବୋଲି ସମସ୍ତେ ତାଙ୍କୁ ଜାଣିଥିଲେ। ବେଆଇନ ବନ୍ଧୁକ, ମଦ, ନିଶା କାରବାର କାମାଥିପୁରାରେ ଚଳାଇଥିଲେ। ଦେହଜୀବୀ ବୃତ୍ତି ଆଳରେ ଏସବୁ ଚାଲୁଥିଲା। ସିନେମାରେ ଗଙ୍ଗୁବାଇଙ୍କୁ ଜବରଦସ୍ତି ଏ ପେଶାକୁ ଠେଲି ଦିଆଯାଇଥିଲା। ହେଲେ ସେ କ’ଣ କଲେ ?

Advertisment

ଯେବେ କାମାଥିପୁରାରେ ତାଙ୍କ ହୁକୁମ ଚାଲୁଥିଲା ସେତେବେଳେ ସେ କ’ଣ କଲେ? ଦେହଜୀବୀ ବୃତ୍ତିରେ ଥିବା ମହିଳାଙ୍କୁ କ’ଣ ସେ ପଙ୍କରୁ ଉଦ୍ଧାର କଲେ? ନା, ଯାହା ଯେମିତି ଚାଲୁଥିଲା ତାକୁ ଆହୁରି ଆଗକୁ ବଢାଇଲେ। ଏହା କେତେ ଦୂର ଠିକ୍ ଆଉ ଯୁକ୍ତିସଙ୍ଗତ ତାହା ଆପଣଙ୍କ ବିଚାର।

ବଲିଉଡ୍‌ରେ ଏ ପରମ୍ପରା ବେଶ୍ ପୁରୁଣା। ଅଜୟ ଦେବଗନଙ୍କଠୁ ଜନ୍‌ ଆବ୍ରାହମ୍‌... ଏମିତି ଅନେକ ଅଭିନେତା ରିଅଲ୍‌ ଗ୍ୟାଙ୍ଗ୍‌ଷ୍ଟାର୍‌ଙ୍କୁ ନେଇ ସିନେମା ତିଆରି କରିଛନ୍ତି। ହେଲେ ସମାଜ ଉପରେ ଏହାର ପ୍ରଭାବ କ’ଣ ପଡୁଛି ? ଶହ ଶହ ଲୋକଙ୍କ ଜୀବନ ନେଇଥିବା, ନିଶା କାରବାର ଚଳାଇଥିବା, ବେଆଇନ ବେପାର କରିଥିବା ଏପରିକି ମୁମ୍ବାଇ ସିରିଏଲ୍ ବ୍ଲାଷ୍ଟ୍‌ କରିଥିବା ଆତଙ୍କବାଦୀଙ୍କୁ ହିରୋଭାବେ ଦର୍ଶାଇଛି ବଲିଉଡ୍।

ତେବେ କିଛି ସିନେମାରେ ଅନେକ ସତ୍ୟତା ବି ରହିଛି। ଯେପରି ସଞ୍ଜୟ ଦତ୍ତଙ୍କ 'ବାସ୍ତବ'। ଏଥିରେ ଅପରାଧର ଶେଷ ଜୀବନ କେତେ କଷ୍ଟଦାୟକ ହୁଏ ତାକୁ ନିଖୁଣତା ସହ ପ୍ରଦର୍ଶିତ କରାଯାଇଛି। ହେଲେ ଏବେକାର ସିନେମା ନିର୍ଦ୍ଦେଶକଙ୍କ ଭିତରେ ଗୁଣ୍ଡାଙ୍କୁ ହିରୋ ବନେଇବା ଆଉ ଏହାକୁ ନେଇ ବେପାର କରିବା ନିଶା କେତେ ଦୂର ଠିକ ତାହା ଆଗାମୀ ସମୟରେ ଦର୍ଶକ ହିଁ ଜବାବ ଦେବେ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ