Advertisment

୩ଟି ଲୁକ୍ସରେ ‘Mr Perfectionist’...ରିଲିଜ୍ ହେଲା ‘ଲାଲ୍ ସିଂ ଚଢ଼ା’ର ଟ୍ରେଲର

୩ଟି ଅବସ୍ଥା, ୩ଟି ଅନ୍ଦାଜ ଏବଂ ୩ଟି ଲୁକ୍ସ ଗୋଟିଏ ଫିଲ୍ମରେ। ଲାଲ୍ ସିଂ ଭାବେ ନଜର ଆସିଥିବା ଆମୀର ଛୋଟ ବେଳୁ ଠିକ୍‌ରେ ଚାଲି ପାରୁ ନାହାନ୍ତି, ମାନସିକ ସ୍ତରରେ ବି ଦୁର୍ବଳ। ସ୍କୁଲ ଓ ବନ୍ଧୁଙ୍କ ପାଖରୁ ପ୍ରତ୍ୟାଖିତ ହୋଇଥିବା ପିଲା କିନ୍ତୁ ସଂଘର୍ଷ କରିବାକୁ ଭୁଲିନି।

ଅଦ୍ୟତନ ହୋଇଛି
Laal Singh Chaddha Official Trailer Out

Laal Singh Chaddha Official Trailer Out

Advertisment

ସାଧାରଣ ମଣିଷର ଅସାଧାରଣ କାହାଣୀ। ସ୍ୱପ୍ନ ଦେଖିବା ଆଉ ପୂରଣ ହେବା, ନିଜ ଭାଗ୍ୟକୁ ପରିବର୍ତ୍ତନ କରିବା। ଅନେକ ଅସମାହିତ ପ୍ରଶ୍ନ ଆଉ ତାକୁ ଖୋଜିବାକୁ ଯାଇ କଣ ସବୁ ଘଟୁଛି ତା ଜୀବନରେ...ଏହା ହିଁ ବଲିଉଡ୍‌ ଫିଲ୍ମ ‘ଲାଲ୍ ସିଂ ଚଢ଼ା’ର କାହାଣୀ। ନିକଟରେ ଆମୀର ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ୍ ସିଂ ଚଢ଼ା’ର ଟ୍ରେଲର ରିଲିଜ୍ ହୋଇଛି। ଏଥର ତିନିଟି ଲୁକ୍ସରେ Mr Perfectionistଙ୍କୁ ଦେଖିବାକୁ ମିଳିଛି। 

Advertisment

ଆମୀରଙ୍କ ସହ ପୁଣି ଥରେ ନଜର ଆସିଛନ୍ତି ହିଟ୍ ଯୋଡ଼ି କରୀନା କପୁର। ଏହାସହ ଫିଲ୍ମ ‘ଲାଲ୍ ସିଂ ଚଢ଼ା’ ଜରିଆରେ ବଲିଉଡ୍‌କୁ ଏଣ୍ଟ୍ରି କରିଛନ୍ତି ସାଉଥ୍ ଷ୍ଟାର ନାଗା ଚୈତନ୍ୟ। ଓସ୍କାର ବିଜେତା ହଲିଉଡ୍ ଫିଲ୍ମ ‘Forrest Gump’ର ଏହା ହେଉଛି ଅଫିସିଆଲ୍ ରିମେକ୍। ଅଗଷ୍ଟ ୧୧ ତାରିଖରେ ବଡ଼ ପରଦାରେ ଫିଲ୍ମ ରିଲିଜ୍ ହେବ। 

୩ଟି ଅବସ୍ଥା, ୩ଟି ଅନ୍ଦାଜ ଏବଂ ୩ଟି ଲୁକ୍ସ ଗୋଟିଏ ଫିଲ୍ମରେ। ଲାଲ୍ ସିଂ ଭାବେ ନଜର ଆସିଥିବା ଆମୀର ଛୋଟ ବେଳୁ ଠିକ୍‌ରେ ଚାଲି ପାରୁ ନାହାନ୍ତି, ମାନସିକ ସ୍ତରରେ ବି ଦୁର୍ବଳ। ସ୍କୁଲ ଓ ବନ୍ଧୁଙ୍କ ପାଖରୁ ପ୍ରତ୍ୟାଖିତ ହୋଇଥିବା ପିଲା କିନ୍ତୁ ସଂଘର୍ଷ କରିବାକୁ ଭୁଲିନି। ପରେ ସେନାରେ ଭର୍ତ୍ତି ହୋଇ ଦେଶ ପାଇଁ ଯୁଦ୍ଧ କରି ଲଢ଼ୁଛି। ଖାଲି ଯୁଦ୍ଧ ନୁହେଁ ରାଷ୍ଟ୍ରପତିଙ୍କ ପାଖରୁ ମେଡାଲ୍‌ ବି ପାଇଛି। ହେଲେ ସେ ପ୍ରେମରେ ବିଫଳ।  ମିଷ୍ଟର ପ୍ରରଫେକ୍ସନିଷ୍ଟ ଏହି ସିନେମାରେ ଇମୋସନାଲ୍ ଫୁଲ୍।  

Advertisment

ଲାଲ୍ ସିଂ ଚଢ଼ା ୧୯୯୪ର ହଲିଉଡ ଫିଲ୍ମ ‘Forrest Gump’ ଅଫିସିଆଲ୍ ରିମେକ୍। ଟମ୍ ହାନସ୍କଙ୍କ ଚରିତ୍ରରେ ଆମୀରଙ୍କୁ ଦେଖିବାକୁ ମିଳିବ। ଅବିକଳ ନହେଲେ ବି କିଛିଟା ସିନ୍‌ରେ ଟମ୍‌ଙ୍କ ଭଳି ଆମୀର ବି ଏଠି ଦେଖା ଯାଉଛନ୍ତି। ଏହାସହ ଆମୀରଙ୍କ ବିଗତ ଫିଲ୍ମ ଧୁମ୍-୩ ଓ ପିକେର ଝଲକ ବି ଦର୍ଶକ ଏଥିରେ ପାଇଛନ୍ତି। ‘ଲାଲ୍ ସିଂ ଚଢ଼ା’ ଭାରତ ଓ ବିଦେଶର ୧୦୦ରୁ ଅଧିକ ସ୍ଥାନରେ ସୁଟିଂ କରାଯାଇଛି। କରୋନା ପାଇଁ ଗତ ୨ ବର୍ଷ ଧରି ଫିଲ୍ମର ରିଲିଜ୍‌କୁ ବାରମ୍ବାର ଘୁଞ୍ଚାଇବାକୁ ପଡ଼ିଥିଲା। ଶେଷରେ ଅଗଷ୍ଟ ୧୧ ତାରିଖରେ ବଡ଼ ପରଦାରେ ଏହା ରିଲିଜ୍ ହେବ।

Kareena Kapoor Aamir Khan Film Laal Singh Chaddha Film Laal Singh Chaddha Trailer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ