Advertisment

ମଞ୍ଚରେ ଚାପୁଡା ଖାଇଛନ୍ତି ଏହି ସବୁ ସେଲିବ୍ରିଟି

ଓସ୍କାର ପୁରସ୍କାର ସମାରୋହ ମଞ୍ଚରେ ୱିଲ୍ ସ୍ମିଥ୍‌ଙ୍କ ଠାରୁ ଚାପୁଡା ଖାଇଛନ୍ତି କ୍ରିସ୍ ରକ୍। ବଲିଉଡ୍‌ର ଅନେକ ନାମିଦାମି କଳାକାର ମାନେ ମଧ୍ୟ ମଞ୍ଚରେ ସମସ୍ତଙ୍କ ସାମ୍ନାରେ ଖାଇଛନ୍ତି ଚାପୁଡା। ଆସନ୍ତୁ ଜାଣିବା କିଏ ସେମାନେ।

author-image
Pramod Behera
Bollywood celebrity got slapped in public

Bollywood celebrity got slapped in public

ସେଲିବ୍ରିଟି ଓ ବିବାଦ ବହୁ ପୁରୁଣା। ଏମିତି କେହି କହିପାରିବେ ନାହିଁ ଯେ ସେଲିବ୍ରିଟି ଅଛନ୍ତି କିନ୍ତୁ ବିବାଦ ନାହିଁ। ଯେଉଁଠି କିଛି ସେଲିବ୍ରିଟିଙ୍କୁ ଏକାଠି ଦେଖାଯାଏ ସେଠି ବିବାଦ ଜନ୍ମିବା ସ୍ୱାଭାବିକ। ୯୪ ତମ ଓସ୍କାର ପୁରସ୍କାର ବିତରଣ ସମାରୋହରେ ମଧ୍ୟ ଏମିତି କିଛି ଘଟିଛି, ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ସମାରୋହକୁ ହୋଷ୍ଟିଂ କରୁଥିବା ହାସ୍ୟ ଅଭିନେତା କ୍ରିସ୍ ରକ୍ ଏବଂ ୱିଲ୍ ସ୍ମିଥ୍‌ଙ୍କ ମଧ୍ୟରେ ମଞ୍ଚ ଉପରେ ଝଗଡା ହୋଇଥିବା ଦେଖାଦେଇଥିଲା।

Advertisment

ଏହି କାର୍ଯ୍ୟକ୍ରମରେ କ୍ରିସ୍ ରକ୍ ୱିଲ୍ ସ୍ମିଥ୍‌ଙ୍କ ପତ୍ନୀଙ୍କୁ ପରିହାସ କରିଥିଲେ, ଏହାର ଉତ୍ତରରେ ୱିଲ୍ ସ୍ମିଥ୍ ଇଭେଣ୍ଟରେ ସମସ୍ତଙ୍କ ସାମ୍ନାରେ କ୍ରିସ୍ ରକ୍‌ଙ୍କୁ ଚାପୁଡ଼ା ମାରିଥିଲେ। ତେବେ ବଲିଉଡ୍‌ରେ ମଧ୍ୟ ଏପରି ଅନେକ ଘଟଣା ଘଟିଛି, ଯେଉଁଠାରେ ଷ୍ଟାର୍‌ମାନଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ଖାଇବାକୁ ପଡିଛି। ତେବେ ଆସନ୍ତୁ ସେମିତି କିଚି ଘଟଣା ଉପରେ ନଜର ପକେଇବା।

ଗୌହର ଖାନ୍:

ଗୌହର ଖାନ ଜଣେ ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ, ଯିଏ ମଡେଲିଂରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ଏକ ଇଭେଣ୍ଟରେ ଜଣେ ଦର୍ଶକ ତାଙ୍କୁ ଚାପୁଡ଼ା ମାରିଥିଲେ। ଗୌହର ଏହି ରିଆଲିଟି ଶୋ’କୁ ହୋଷ୍ଟିଂ କରୁଥିଲେ, ଠିକ୍ ଏହି ସମୟରେ ହଠାତ୍ ଜଣେ ବ୍ୟକ୍ତି ଦର୍ଶକଙ୍କ ଭିତରୁ ଉଠି ମଞ୍ଚ ଉପରକୁ ଚାଲିଗଲେ ଏବଂ ଗୌହରଙ୍କୁ ଚାପୁଡ଼ା ମାରିଥିଲେ। ଏହି ବ୍ୟକ୍ତି ଜଣକ କହିଥିଲେ ଯେ ଗୌହର ଖାନ ପିନ୍ଧିଥିବା ଡ୍ରେସ ଯୋଗୁଁ ସେ ଉତ୍ତେଜିତ ହୋଇ ତାଙ୍କୁ ଚାପୁଡା ମାରିଥିଲେ।

Advertisment

ଅମୃତା ରାଓ:

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅମୃତା ରାଓ ଏବଂ ଇଶା ଦେଓଲଙ୍କ କ୍ୟାଟ୍ ଫାଇଟ୍ ସମସ୍ତଙ୍କୁ ଜଣା। କୁହାଯାଏ ଯେ ଏପରି ଏକ ସମୟ ଥିଲା ଯେତେବେଳେ ଉଭୟ ପରସ୍ପରକୁ ଚାହିଁବାକୁ ବି ପସନ୍ଦ କରୁ ନଥିଲେ। ଫିଲ୍ମ 'ପ୍ୟାରେ ମୋହନ'ର ସେଟ୍‌ରେ ଉଭୟଙ୍କ ମଧ୍ୟରେ ବିବାଦ ମଧ୍ୟ ଦେଖାଦେଇଥିଲା।

ଏହି କାରଣରୁ ଇଶା ସେଟ୍‌ରେ ଥିବା ସମସ୍ତଙ୍କ ସାମ୍ନାରେ ଅମୃତା ରାଓଙ୍କୁ ଚାପୁଡ଼ା ମାରିଥିଲେ। ଇଶା ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ଅମୃତା ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏବଂ କ୍ୟାମେରା ମ୍ୟାନ୍‌ଙ୍କ ସାମ୍ନାରେ ତାଙ୍କ ସହ ଅଶାଳୀନ ଭାଷାରେ କଥା ହେଉଥିଲେ, ଯେଉଁଥିପାଇଁ ସେ ତାଙ୍କୁ ଚାପୁଡ଼ା ମାରିଥିଲେ।

ବିପାଶା ବସୁ:

ବିପାଶା ବସୁ ଓ କରୀନା କପୁରଙ୍କ ବିବାଦ ମଧ୍ୟ ଫିଲ୍ମ ଜଗତରେ କାହାକୁ ଅଛପା ନୁହେଁ। ୨୦୦୧ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଅଜ୍‌ନବି'ର ସେଟ୍‌ରେ କରୀନା କପୁର ଏବଂ ବିପାଶା ବସୁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। କରୀନାଙ୍କ ଡିଜାଇନର୍ ବିପାଶା ବସୁଙ୍କୁ ସାହାଯ୍ୟ କରିଥିଲେ, ସେଥିପାଇଁ କରୀନା ରାଗି ଯାଇଥିଲେ। କରୀନା ସେତେବେଳେ ବିପାଶାଙ୍କୁ 'କଳା ବିଲେଇ' ବୋଲି କହିଥିଲେ। କେବଳ ଏତିକି ନୁହେଁ କରୀନା ସମସ୍ତଙ୍କ ସାମ୍ନାରେ ବିପାଶାଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ।

କରଣ ସିଂ ଗ୍ରୋଭର:

କରଣ ସିଂ ଗ୍ରୋଭର ଓ ଜେନିଫର୍‌ ୱିଙ୍ଗେଟ୍ ଟିଭିର ଏକ ଲୋକପ୍ରିୟ ଯୋଡି ଥିଲେ। ଉଭୟ ସିରିଏଲ୍‌ 'ଦିଲ୍‌ ମିଲ୍‌ ଗଏ’ରେ ମଧ୍ୟ ଏକାଠି କାମ କରିଥିଲେ ଏବଂ ଖୁବ କମ ଦିନରେ ସେମାନେ ପ୍ରଶଂସକଙ୍କ ହୃଦୟ ଜିତି ଯାଇଥିଲେ। ଏହି ସିରିଏଲ୍‌ ବେଳେ ଉଭୟଙ୍କ ମଧ୍ୟ ପ୍ରେମ ମଧ୍ୟ ହୋଇ ଯାଇଥିଲା। ଥରେ ଜେନିଫର୍ ସେଟ୍‌ରେ ସମସ୍ତଙ୍କ ସାମ୍ନାରେ କରଣ ସିଂ ଗ୍ରୋଭରଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣା ସେମାନଙ୍କ ସମ୍ପର୍କକୁ ସବୁଦିନ ପାଇଁ ଶେଷ କରିଦେଲା। ତେବେ ଏହି ଘଟଣା ପରେ ମଧ୍ୟ ଦୁହେଁ ଏକାଠି କାମ ଜାରି ରଖିଥିଲେ।

Bollywood
Advertisment
Advertisment