Advertisment

Bollywood Song: ‘ଖ୍ରୀଷ୍ଟମାସ’ରେ ବଜାନ୍ତୁ ଏହି ୫ ବଲିଉଡ୍ ଗୀତ; ଆପେ ଆପେ ଉଠିବ ଗୋଡ଼

୨୫ ଡିସେମ୍ବରରେ ସମଗ୍ର ବିଶ୍ୱ ‘ଖ୍ରୀଷ୍ଟମାସ’ ଉତ୍ସବ ପାଳନ କରିବ। ଏହି ଦିନକୁ ପ୍ରାୟ ସମସ୍ତେ ଧୂମଧାମରେ ପାଳନ କରିବାକୁ ଚାହାନ୍ତି। ‘ଖ୍ରୀଷ୍ଟମାସ’କୁ ରଙ୍ଗୀନ କରିବା ନେଇ ନାଚଗୀତର ଆସର ମଧ୍ୟ ଜମେ। ତେବେ ଏହି ଦିନକୁ ପାଳନ କରିବା ପାଇଁ, ଆମେ ୫ଟି ଦମଦାର ବଲିଉଡ୍‌ ଗୀତର ଏକ ତାଲିକା ପ୍ରସ୍ତୁତ କରିଛୁ। ଦେଖନ୍ତୁ…

ଅଦ୍ୟତନ ହୋଇଛି
Bollywood 5 songs rock your celebration party in christmas

Bollywood 5 songs rock your celebration party in christmas

Advertisment

ଡିସେମ୍ବର ମାସ ଶେଷ ହେବାକୁ ଯାଉଛି। ଲୋକମାନେ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହା ପୂର୍ବରୁ ୨୫ ଡିସେମ୍ବରକୁ ସମଗ୍ର ବିଶ୍ୱ ‘ଖ୍ରୀଷ୍ଟମାସ’ ଉତ୍ସବ ଭାବେ ପାଳନ କରିବ। ଏହି ଦିନକୁ ପ୍ରାୟ ସମସ୍ତେ ଧୂମଧାମରେ ପାଳନ କରିବାକୁ ଚାହାନ୍ତି।

Advertisment

ଅଧିକ ପଢ଼ନ୍ତୁ: Year Ender 2024: ୭ ସେଲିବ୍ରିଟି ଦମ୍ପତିଙ୍କ ପାଇଁ ୨୪ ପାଲଟିଛି ଅଭିଶାପ; ଭାଙ୍ଗିଛି ଘର

‘ଖ୍ରୀଷ୍ଟମାସ’କୁ ରଙ୍ଗୀନ କରିବା ନେଇ ନାଚଗୀତର ଆସର ମଧ୍ୟ ଜମେ। ତେବେ ଏହି ବିଶେଷ ଦିନକୁ ପାଳନ କରିବା ପାଇଁ, ଆମେ ୫ଟି ଦମଦାର ବଲିଉଡ୍‌ ଗୀତର ଏକ ତାଲିକା ପ୍ରସ୍ତୁତ କରିଛୁ, ଯାହା ଖ୍ରୀଷ୍ଟମାସ ପାର୍ଟିର ମଜାକୁ ଦ୍ୱିଗୁଣିତ କରିଦେବ। ଜାଣନ୍ତୁ ଏହି ୫ଟି ବଲିଉଡ୍‌ ଗୀତ କ’ଣ?

Advertisment

ହ୍ୱାଟ୍ସ ଝୁମ୍‌କା:

ଏହି ଗୀତଟି ‘ରକୀ ଔର୍‌ ରାନୀ କି ପ୍ରେମ କାହାନୀ’ର ଚଳଚ୍ଚିତ୍ରରୁ ଆସିଛି। ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କ ଉପରେ ଏହାର ସୁଟିଂ କରାଯାଇଥିଲା। ଏହି ଗୀତ ରିଲିଜ୍ ହେବା ପରଠାରୁ ଲୋକଙ୍କ ପ୍ରିୟ ହୋଇଗଲା। ଖ୍ରୀଷ୍ଟମାସ ପାର୍ଟି ପାଇଁ ଏହାର ଆକର୍ଷଣୀୟ ବିଟ୍ ଏବଂ ଜବରଦସ୍ତ ରିଦିମ୍ ହେଉଛି ଏକ ଡ୍ୟାନ୍ସ ଧମାକା, ଯାହା ଆପଣଙ୍କୁ ନାଚିବାକୁ ବାଧ୍ୟ କରିବ।

ଶୋ ମି ଦ ଠୁମ୍‌କା:

‘ଶୋ ମି ଦ ଠୁମ୍‌କା’ ବଲିଉଡର ଶ୍ରେଷ୍ଠ ଗୀତ ମଧ୍ୟରୁ ଗୋଟିଏ। ରଣବୀର କପୁରଙ୍କ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ତୁ ଝୁଠୀ ମେଁ ମକ୍କାରା'ର ଏହି ଗୀତ ଖ୍ରୀଷ୍ଟମାସ ପାର୍ଟୀରେ ନୃତ୍ୟପ୍ରେମୀଙ୍କ ପାଇଁ ଏକ ଉପଯୁକ୍ତ ଗୀତ। ତେବେ ଏହି ଖ୍ରୀଷ୍ଟମାସ ଡ୍ୟାନ୍ସ ଫ୍ଲୋର୍‌ରେ ଏହି ବିସ୍ଫୋରକ ଟ୍ରାକ୍‌ରେ ନାଚିବାକୁ ଭୁଲନ୍ତୁ ନାହିଁ |

Advertisment

ଝୁମେ ଜୋ ପଠାନ୍:

ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର ‘ପଠାନ୍’ର ବିସ୍ଫୋରକ ଗୀତ ‘ଝୁମେ ଜୋ ପଠାନ୍’ ଡ୍ୟାନ୍ସ ଫ୍ଲୋର ପାଇଁ ସର୍ବୋତ୍ତମ ପସନ୍ଦ। ଏହି ଗୀତ ଖ୍ରୀଷ୍ଟମାସ ପାର୍ଟୀରେ ସମସ୍ତଙ୍କ ପାଦକୁ ନଚେଇ ଦେବ। ଏହି ଗୀତଟି ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଉପରେ ସୁଟିଂ କରାଯାଇଥିଲା। ଏହି ଗୀତରେ ଡ୍ୟାନ୍ସ କରି ଆପଣ ପାର୍ଟିରେ ସହଜରେ ସମସ୍ତଙ୍କ ହୃଦୟ ଜିତିପାରିବେ।

ନାଟୁ ନାଟୁ:

ଏହି ଗୀତର କୌଣସି ପରିଚୟର ଆବଶ୍ୟକ ନାହିଁ। ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଜୁନିଅର NTR ଏବଂ ରାମ ଚରଣଙ୍କ 'RRR' ଏହି ଗୀତ ସାରା ବିଶ୍ୱରେ ଲୋକପ୍ରିୟ। ଏହା ଖ୍ରୀଷ୍ଟମାସ ପାର୍ଟୀ ପାଇଁ ଫିଟ୍। ଏହି ଗୀତ ପ୍ରତ୍ୟେକ ବିଟ୍ ସହିତ ଆପଣଙ୍କୁ ଉତ୍ସାହରେ ପରିପୂର୍ଣ୍ଣ କରିଦେବ ଏବଂ ଆପଣଙ୍କୁ ଡ୍ୟାନ୍ସ ଫ୍ଲୋରରେ ନାଚିବାକୁ ପ୍ରେରଣା ଦେବ।

ଅଧିକ ପଢ଼ନ୍ତୁ: 2024 Year Ender: ୨୦୨୪ରେ ବିବାଦରେ ଥିବା ଟିଭି କଳାକାର; ଜାଣନ୍ତୁ ସେମାନେ କିଏ…

ଲେକେ ପ୍ରଭୁ କେ ନାମ୍:

ସଲମାନ ଖାନଙ୍କ ' ଲେକେ ପ୍ରଭୁ କେ ନାମ୍' ମଧ୍ୟ ବଲିଉଡ୍‌ର ଲୋକପ୍ରିୟ ଗୀତରେ ଗଣାଯାଏ। ଏହି ଗୀତ ଆକ୍ସନ୍-ଥ୍ରୀଲର ଫିଲ୍ମ 'ଟାଇଗର ୩'ର ଏକ ଅଂଶ। ‘ଲେକେ ପ୍ରଭୁ କେ ନାମ୍’ ଯେ କୌଣସି ପାର୍ଟୀ ପାଇଁ ଫିଟ୍। ଖ୍ରୀଷ୍ଟମାସରେ ଏହି ଗୀତ ବଜାଇ ଆପଣ ନିଜ ଉତ୍ସବକୁ ଅଧିକ ସ୍ୱତନ୍ତ୍ର କରିପାରିବେ।

Christmas Celebrations Bollywood Christmas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ