Advertisment

ଓଶୋଙ୍କ ଆଶ୍ରମରେ ବି ବାସନ ଧୋଉଥିଲେ ବିନୋଦ ଖାନ୍ନା

ଜୀବନକୁ ତିନି ସ୍ତରରେ ଜୀଇଛନ୍ତି ବିନୋଦ ଖାନ୍ନା। ଗ୍ଲାମର ଦୁନିଆରେ ଚଳଚଞ୍ଚଳ, ସବୁ ମୋହ ଛାଡି ସନ୍ନ୍ୟାସୀ, ରାଜନୀତିରେ ପ୍ରବେଶ, ସବୁକୁ ଉପଭୋଦ କରିଛନ୍ତି ସେ। ତେବେ ଆସନ୍ତୁ ଏହାକୁ ନେଇ ତାଙ୍କ ସହ ଜଡିତ ୧୦ ରୋଚକ କଥା ବିଷୟରେ ଜାଣିନେବା।

author-image
Pramod Behera
Birth anniversary of Vinod Khanna 10 interesting facts about actor

Birth anniversary of Vinod Khanna 10 interesting facts about actor

ବିନୋଦ ଖାନ୍ନା ଏମିତି ଜଣେ କଳାକାର ଥିଲେ ଯିଏ ତିନି ସ୍ତରରେ ନିଜ ଜୀବନକୁ ଜୀଇଁଛନ୍ତି। ପ୍ରଥମେ ଚଳଚ୍ଚିତ୍ର ଜଗତରେ ଜବରଦସ୍ତ ଖ୍ୟାତି ଅର୍ଜନ କଲେ, ତା’ପରେ ହଠାତ୍ ଦୁନିଆରୁ ମୋହ ଭଙ୍ଗ ହେଲା, ତା’ପରେ ସବୁକିଛି ଛାଡି ଭଗବାନ ଓଶୋଙ୍କ ଶରଣକୁ ଚାଲିଗଲେ। ପୁଣି ସେଠାରୁ ଫେରି ଫିଲ୍ମ ଦୁନିଆରେ କାମ କଲେ।

Advertisment

କେବଳ ଏତିକି ନୁହେଁ, ସେ ଜଣେ ରାଜନେତା ହୋଇ ମଧ୍ୟ ଜନସାଧାରଣଙ୍କ ସେବା କରିଛନ୍ତି। ବିନୋଦ ଖାନ୍ନାଙ୍କ ୬ ଅକ୍ଟୋବର ୧୯୪୬ ରେ ପାକିସ୍ତାନର ପେଶୱାରରେ ଜନ୍ମଗ୍ରହଣ କରିଥିଲେ। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମ ଦିନରେ ତାଙ୍କ ସହ ଜଡିତ ୧୦ଟି ରୋଚକ କଥା ଜାଣିନେବା।

ବିନୋଦ ଖାନ୍ନା ଏକ ବ୍ୟବସାୟିକ ପରିବାରର ଥିଲେ। କୁହାଯାଏ ଯେ ବିନୋଦଙ୍କ ବାପା କେବେ ବି ଚାହୁଁ ନଥିଲେ ତାଙ୍କ ପୁଅ ଚଳଚ୍ଚିତ୍ର ଦୁନିଆରେ ପାଦ ଦେଉ। ତାଙ୍କ ବାପାଙ୍କ ଇଚ୍ଛା ବିରୁଦ୍ଧରେ, ଯେତେବେଳେ ସେ ୧୯୬୮ ମସିହାରେ ଫିଲ୍ମ 'ମନ୍ କା ମିତ୍‌' ସହିତ ଫିଲ୍ମ ଜଗତରେ ପାଦ ଦେଲେ, ସେତେବେଳେ ତାଙ୍କ ବାପା କ୍ରୋଧିତ ହୋଇଥିଲେ। ବାପା ଏବଂ ପୁଅଙ୍କ ମଧ୍ୟରେ ଅନେକ ବିବାଦ ଦେଖାଦେଇଥିଲା, ଶେଷରେ ମା’ଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ଯଦି ସେ ଚଳଚ୍ଚିତ୍ର ଦୁନିଆରେ ସଫଳ ନ ହୁଅନ୍ତି ତେବେ ସେ ବ୍ୟବସାୟକୁ ସମ୍ଭାଳିବେ।

Advertisment

ପ୍ରଥମ ଫିଲ୍ମ 'ମନ୍ କା ମିତ୍'ରେ ବିନୋଦ ଖାନ୍ନା ଭିଲେନ୍ ଭୂମିକାରେ ନଜର ଆସିଥିଲେ। କୁହାଯାଏ ଯେ ବରିଷ୍ଠ ଅଭିନେତା ତଥା ନିର୍ମାତା ସୁନୀଲ ଦତ୍ତ ତାଙ୍କ ଭାଇଙ୍କୁ ଏହି ଚଳଚ୍ଚିତ୍ରରେ ହିରୋ ଭାବରେ ଲଞ୍ଚ୍‌ କରିଥିଲେ, ସେ କୁଆଡେ ଗଲେ ତାଙ୍କର ତ ଦେଖା ନାହିଁ, କିନ୍ତୁ ବିନୋଦ ଖାନ୍ନା ଆଗକୁ ବଢିଲେ ଆଉ ଚଳଚ୍ଚିତ୍ର ଦୁନିଆଁରେ ଛାଇ ଗଲେ।

ଏହା ପରେ ବିନୋଦ 'ଆନ୍ ମିଲୋ ସଜନା', 'ସଚ୍ଚା ଝୁଠା', 'ପୂରବ ଔର୍‌ ପଶ୍ଚିମ୍', 'ମେରା ଗାଁଓ ମେରା ଦେଶ' ଭଳି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ନିଶାଳିଆ ଆଖି ଆଉ ସୁନ୍ଦର ଚେହେରା ଥିବା ଏହି ଅଭିନେତା ଦେଖୁ ଦେଖୁ ଦର୍ଶକଙ୍କ ମଧ୍ୟରେ ଛାଇଗଲେ।

ଅନେକ ସଫଳ ଚଳଚ୍ଚିତ୍ରରେ କାମ କରିବା ପରେ ୧୯୭୧ ରେ ଗୀତାଞ୍ଜଳିଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ସନ୍ତାନ ଅକ୍ଷୟ ଖାନ୍ନା ଏବଂ ରାହୁଲ ଖାନ୍ନା ଅଛନ୍ତି।

ବିନୋଦ ଖାନ୍ନା ଏକକ ଏବଂ ମଲ୍ଟି ଷ୍ଟାରର ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ଧୀରେ ଧୀରେ ବିନୋଦଙ୍କୁ ବଲିଉଡ୍‌ର ଟପ୍ କଳାକାରମାନଙ୍କ ମଧ୍ୟରେ ଗଣାଗଲା। ସଫଳତାର ଶିଖରରେ ପହଞ୍ଚି ବିନୋଦ ଓଶୋଙ୍କ ଶରଣକୁ ଚାଲିଗଲେ ଯାହା ତାଙ୍କ ପ୍ରଶଂସକ ଏବଂ ପରିବାରବର୍ଗଙ୍କୁ ଏକ ବଡ଼ ଝଟ୍‌କା ଲାଗିଥିଲା।

ଗୀତାଞ୍ଜଳି ବିନୋଦ ଖାନ୍ନାଙ୍କ ମନୋଭାବକୁ ପସନ୍ଦ କରୁ ନଥିଲେ ଏବଂ ତାଙ୍କ ବୈବାହିକ ଜୀବନରେ ବ୍ୟତିକ୍ରମ ଦେଖାଦେଇଥିଲା। ବିନୋଦ ଏବଂ ଗୀତାଞ୍ଜଳି ୧୯୮୫ରେ ଛାଡପତ୍ର ହୋଇଥିଲେ।

ଚଳଚ୍ଚିତ୍ର ଜଗତର ସଫଳ ଅଭିନେତା ବିନୋଦ ଖାନ୍ନା ଓଶୋଙ୍କ ପ୍ରତି ଏତେ ମାତ୍ରାରେ ଆକର୍ଷିତ ହୋଇଯାଇଥିଲେ ଯେ ଗ୍ଲାମରସ୍ ଜୀବନ ଛାଡି ଆଶ୍ରମରେ ବାସନ ଧୋଇବା ଠାରୁ ଆରମ୍ଭ କରି ସଫାସଫି କରିବା ପର୍ଯ୍ୟନ୍ତ ସବୁ କାମ କରିବା ଆରମ୍ଭ କରିଥିଲେ।

ଓଶୋଙ୍କ ଆଶ୍ରମ ମଧ୍ୟ ବିନୋଦ ଖାନ୍ନାଙ୍କୁ ଅଧିକ ସମୟ ବାନ୍ଧି ରଖିପାରିଲା ନାହିଁ। ୧୯୮୭ ମସିହାରେ, ସେ ସନ୍ନ୍ୟାସୀ ଜଗତରୁ ପୁନର୍ବାର ଚଳଚ୍ଚିତ୍ର ଜଗତକୁ ଫେରିଥିଲେ। ଫିଲ୍ମ 'ଇନ୍‌ସାଫ୍‌' ସହିତ ସେ ବଲିଉଡ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ।

ବିନୋଦ ଖାନ୍ନା ୧୯୯୦ରେ ପୁନର୍ବାର ଘର ବସେଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ କବିତାଙ୍କୁ ବିବାହ କରିଥିଲେ। ଏହି ବିବାହରୁ ସାକ୍ଷୀ ଖାନ୍ନା ଏବଂ ଶ୍ରଦ୍ଧା ଖାନ୍ନା ଜନ୍ମ ହୋଇଥିଲେ। ବିନୋଦଙ୍କ ଏହି ବିବାହ ଶେଷ ଜୀବନ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା।

ଚଳଚ୍ଚିତ୍ର ଦୁନିଆ ପରେ ବିନୋଦ ଖାନ୍ନା ରାଜନୀତିରେ ମଧ୍ୟ ପ୍ରବେଶ କରିଥିଲେ ଏବଂ ୧୯୯୭ରେ ବିଜେପିରେ ଯୋଗ ଦେଇଥିଲେ। ପଞ୍ଜାବର ଗୁରୁଦାସପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଅଟଳ ବିହାରୀ ବାଜପେୟୀ ସରକାରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ହୋଇଥିଲେ। କର୍କଟ କାରଣରୁ ୨୦୧୭ ରେ ବିନୋଦଙ୍କର ଦେହାନ୍ତ ହୋଇଥିଲା।

Bollywood Vinod Khanna
Advertisment
Advertisment