ବିଶ୍ୱ କ୍ରୀଡ଼ା ଦିବସରେ ଫଟୋ ସେୟାର କଲେ ବିଗ୍-ବି, ଫଟୋରେ ଚିହ୍ନନ୍ତୁ କିଏ କିଏ ଅଛନ୍ତି

ବଲିଉଡର ବିଗ-ବି ଅମିତାଭ ବଚ୍ଚନ ସବୁବେଳେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରହିଥାନ୍ତି । ଅମିତାଭ ବେଳେବେଳେ ସୋସିଆଲ ମିଡିଆରେ ନିଜର ପୁରୁଣା ଫଟୋ ଦେବା ସହ ଆକର୍ଷଣୀୟ ଲେଖା ମଧ୍ୟ ପୋଷ୍ଟ କରନ୍ତି । ଅମିତାଭ ବଚ୍ଚନ ରବିବାର ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଏକ ଫଟୋ ସେୟାର କରିଛନ୍ତି।

Amitabh bachan

News Summary

ଥ୍ରୋବ୍ୟାକ୍ ଫଟୋ ସେୟାର କଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ବିଗ-ବି ଅମିତାଭ ବଚ୍ଚନ ସବୁବେଳେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରହିଥାନ୍ତି । ଅମିତାଭ ବେଳେବେଳେ ସୋସିଆଲ ମିଡିଆରେ ନିଜର ପୁରୁଣା ଫଟୋ ଦେବା ସହ  ଆକର୍ଷଣୀୟ ଲେଖା ମଧ୍ୟ ପୋଷ୍ଟ କରନ୍ତି । ଅମିତାଭ ବଚ୍ଚନ ରବିବାର ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଏକ ଫଟୋ ସେୟାର କରିଛନ୍ତି।

ଅଗଷ୍ଟ ୨୯ ତାରିଖରେ ହକି ୱିଜାର୍ଡ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ, ଏହି ଦିନକୁ ସମଗ୍ର ଦେଶ ଜାତୀୟ କ୍ରୀଡ଼ା ଦିବସ ଭାବରେ ପାଳନ କରିଥାଏ । ଏନେଇ ଅମିତାଭ ବଚ୍ଚନ ତାଙ୍କ ଥ୍ରୋବ୍ୟାକ୍ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପୁଅ ଅଭିଷେକ ବଚ୍ଚନ, ଝିଅ ଶ୍ୱେତା ବଚ୍ଚନ ନନ୍ଦାଙ୍କ ସହ ବଲ  ଖେଳୁଥିବା ନଜର ଆସିଛନ୍ତି ।

ଏହି ଫଟୋରେ ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ମଧ୍ୟ ନଜର ଆସିଛନ୍ତି। ଏହି ଫଟୋ ସେୟାର କରି ଅମିତାଭ ଏହା କେବେ ଏବଂ କେଉଁଠାରେ କରାଯାଇଛି ତାହା ଜଣାଇ ନାହାଁନ୍ତି । କିନ୍ତୁ ଯାହା ବି ହେଉ, ପ୍ରଶଂସକମାନେ ତାଙ୍କ ଏହି ଫଟୋକୁ ବହୁତ ପସନ୍ଦ କରଛନ୍ତି । ଅମିତାଭ କ୍ୟାପସନରେ ଲେଖିଛନ୍ତି ଯେ 'ଜାତୀୟ କ୍ରୀଡ଼ା ଦିବସ।' ସେହିପରି ଅଭିଷେକ ବଚ୍ଚନ ମଧ୍ୟ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ଫୁଟବଲ ଖେଳୁଥିବାର ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଅମିତାଭ ଏବଂ ଜୟା ୧୯୭୩ ମସିହା ଜୁନ୍ ରେ ବିବାହ କରିଥିଲେ । ଉଭୟ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । ବିବାହର ବହୁଦିନ ପର୍ଯ୍ୟନ୍ତ ଜୟା ବଚ୍ଚନ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ । ପରେ ବହୁତଦିନ ପରେ କଭି ଖୁସି କଭି ଗମ୍ ଫିଲ୍ମରେ ଦୁହେଁ ଏକାଠି ନଜର ଆସିଥିଲେ । ଅମିତାଭଙ୍କ ଫିଲ୍ମ 'ଚେହେରେ' ନିକଟରେ ମୁକ୍ତିଲାଭ କରିଥିବା ବେଳେ ଅଭିନେତା ଆଜିକାଲି 'ବିଦାୟ' ପାଇଁ ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି ।