Advertisment

Bhubaneswar Film Festival: ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ରେ ପ୍ରଦର୍ଶିତ ହେବ ୯ଟି ଭାଷାର କ୍ଲାସିକ ଚଳଚ୍ଚିତ୍ର

ଜୁନ୍ ୬ରୁ ୯ ତାରିଖ ଯାଏଁ ଭୁବନେଶ୍ୱର ଜୟଦେବ ଭବନରେ ‘ଭୁବନେଶ୍ୱର ଫିଲ୍ମ ସର୍କଲ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ ର ଦ୍ୱିତୀୟ ସଂସ୍କରଣରେ ୯ଟି ଭାଷାର କ୍ଲାସିକ୍ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ। ଓଡ଼ିଆ ସିନେମା ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ।

ଅଦ୍ୟତନ ହୋଇଛି
Bhubaneswar Film Festival

Bhubaneswar Film Festival

Advertisment

ଆସନ୍ତା ଜୁନ୍ ୬ରୁ ୯ ତାରିଖ ଯାଏଁ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ହେବାକୁ ଯାଉଛି ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର ଦ୍ୱିତୀୟ ସଂସ୍କରଣ। ‘ଭୁବନେଶ୍ୱର ଫିଲ୍ମ ସର୍କଲ’ ପକ୍ଷରୁ ଆୟୋଜିତ ଚାରି ଦିନ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସହିତ ୯ଟି ଭାଷାର କ୍ଲାସିକ୍ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ। ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚଳଚ୍ଚିତ୍ରର ସ୍କ୍ରିନିଂ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୋଲା ରହିବ। ଏଥିରେ ବଲିଉଡ୍ ସହିତ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ଦ୍ଦେଶକ, ଫିଲ୍ମ ନିର୍ମାତା, ଅଭିନେତା ଓ ଅଭିନେତ୍ରୀମାନେ ଯୋଗ ଦେବେ। ଓଡ଼ିଆ ସାହିତ୍ୟ ଓ ଉପନ୍ୟାସ ଉପରେ ଆଧାରିତ ଏବଂ ଜାତୀୟ ପୁରସ୍କାରପ୍ରାପ୍ତ ୯ଟି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରିବା ପାଇଁ ମନୋନୟନ କରାଯାଇଛି। 

Advertisment

ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁରେ ଏଇଥିପାଇଁ ହେଲା ଦଳାଚକଟା ?

ପ୍ରଥମ ଦିନରେ ‘ମାଟିର ମଣିଷ’, ‘କା’, ‘ଭକ୍ତ ସାଲବେଗ’ ଭଳି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ୭ ତାରିଖରେ ‘କାଲିର ଅତୀତ’ ସ୍କ୍ରିନିଂ ହେବ । ୮ ତାରିଖରେ ‘କ୍ରାନ୍ତିଧାରା’ ଏବଂ ୯ ତାରିଖରେ ‘ଯାଯାବର’, ‘ନିର୍ବାଚନ’, ‘କନକଲତା’ ଏବଂ ‘ଅଦିନ ମେଘ’ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ଓଡିଆ ସିନେମା ବ୍ୟତୀତ ଏହି ଉତ୍ସବରେ କେତନ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଗୁଜରାଟୀ ଚଳଚ୍ଚିତ୍ର ‘ଭବାନୀ ଭବାଇ’, ଗିରୀଶ କସରୱାଲିଙ୍କ ନିର୍ଦ୍ଦେଶିତ କନ୍ନଡ ଚଳଚ୍ଚିତ୍ର ‘ଘଟଶ୍ରଦ୍ଧା’, ଉର୍ଦ୍ଦୁ ଚଳଚ୍ଚିତ୍ର ‘ହମିଦ୍‌’, ମରାଠୀ ସିନେମା ‘ଶ୍ୱାସ’, ଛତିଶଗଡୀ ସିନେମା ‘ଭୁଲନା ଦ ମେଜ’, ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ‘ଦାମୁଲ’ ଏବଂ ବବି ଶର୍ମା ବରୁଆଙ୍କ ନିର୍ଦ୍ଦେଶିତ ତିୱା ଭାଷାର ଚଳଚ୍ଚିତ୍ର ‘ସିକା ଲସାଲ’ ଆଦି ପ୍ରଦର୍ଶିତ ହେବ । ସେହିପରି ଋତିକ ଘଟକଙ୍କ ନିର୍ଦ୍ଦେଶିତ ବଙ୍ଗଳା ଚଳଚ୍ଚିତ୍ର ‘ମେଘେ ଘାକା ତାରା’ ଏବଂ ଶ୍ୟାମ ବେନଗଲଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ‘ଅଙ୍କୁର’ର ସ୍କ୍ରିନିଂ ହେବ ।

ଚଳିତ ବର୍ଷ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ସିନେମା ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ପାଞ୍ଚ ଜଣ ବରିଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ। ତାଙ୍କ ଭିତରେ ଅଛନ୍ତି ବିଶିଷ୍ଟ ସଙ୍ଗୀତକାର ତାନସେନ ସିଂ, ବରିଷ୍ଠ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଓ ଜୟା ସ୍ୱାମୀ, ବେଶ ପୋଷାକ ପାଇଁ ନିର୍ମଳ ଦାଶ ଏବଂ କଳା ନିର୍ଦ୍ଦେଶକ ବାଞ୍ଛାନିଧି ପଟ୍ଟନାୟକ।

Advertisment

ଅଧିକ ପଢ଼ନ୍ତୁ: ୱାର୍ଲ୍ଡ ନଂ ୧ ଖେଳାଳିଙ୍କୁ ହରାଇଲେ ଗୁକେଶ; ବିଚଳିତ ହେଲେ ମାଗନସ୍...

Bhubaneswar Ollywood Film Festival
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ