Advertisment

'ଭୋଲା'କୁ ମିଳିଲା UA ସାର୍ଟିଫିକେଟ୍; ଆଡଭାନ୍ସ ବୁକିଂରେ ୧କୋଟି ଆୟ

ଅଜୟ ଦେବଗନଙ୍କ ଫିଲ୍ମ 'ଭୋଲା'କୁ CBFCରୁ ‘UA’ ସାର୍ଟିଫିକେଟ୍' ମିଳିଛି। ଏହା ସହିତ ଏହାର ରନ୍ ଟାଇମ୍ ମଧ୍ୟ ସାମ୍ନାକୁ ଆସିଛି। ଆଡଭାନ୍ସ ବୁକିଂରେ ୧କୋଟି ଟଙ୍କା ଉପରେ ଆୟ ମଧ୍ୟ କରିସାରିଲାଣି।

ଅଦ୍ୟତନ ହୋଇଛି
Bholaa Gets 'UA' Certificate from CBFC

Bholaa got ua certificate booking crosses 1 crores

Advertisment

ଏହି ସପ୍ତାହ ଅଜୟ ଦେବଗନଙ୍କ ପାଇଁ ସ୍ୱତନ୍ତ୍ର ହେବାକୁ ଯାଉଛି। ତାଙ୍କ ଚଳଚ୍ଚିତ୍ର 'ଭୋଲା' ମାର୍ଚ୍ଚ ୩୦ରେ ରାମ ନବମୀ ଅବସରରେ ମୁକ୍ତିଲାଭ କରୁଛି। ସାଉଥ୍‌ ଷ୍ଟାର୍‌ କାର୍ଥୀଙ୍କ ଫିଲ୍ମ 'କୈଥୀ'ର ଏହି ରିମେକ୍‌କୁ ଅଜୟ ନିଜେ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଜଣେ ଶିବ ଭକ୍ତ ଭୂମିକାରେ ନଜର ଆସିବେ। ବର୍ତ୍ତମାନ ଫିଲ୍ମ 'ଭୋଲା'କୁ ସେନ୍ସର ବୋର୍ଡ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (CBFC) ରୁ ‘UA’ ସାର୍ଟିଫିକେଟ୍' ମିଳିଛି ଏବଂ ଫିଲ୍ମ ସହ ଜଡିତ ଅନ୍ୟାନ୍ୟ ବିବରଣୀ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଅଜୟ ଦେବଗନଙ୍କ ଏହି ଚଳଚ୍ଚିତ୍ରରେ ତବୁ, ଦୀପକ ଡୋବରିଆଲ, ଗଜରାଜ ରାଓ, କିରଣ କୁମାର ପ୍ରମୁଖ ନଜର ଆସିବେ। ମୂଳ ଚଳଚ୍ଚିତ୍ର 'କୈଥୀ'କୁ ଲୋକେଶ କନଗରାଜ ନିର୍ଦ୍ଦେଶନା ଦେଇଥିଲେ ଏବଂ ଏହି ଚଳଚ୍ଚିତ୍ର ୨୦୧୯ରେ ମୁକ୍ତିଲାଭ କରିଥିଲା। ଚଳଚ୍ଚିତ୍ରର UA ସାର୍ଟିଫିକେଟ୍ ପାଇବା ସହିତ ଏହାର ରନ୍ ଟାଇମ୍ ମଧ୍ୟ ସାମ୍ନାକୁ ଆସିଛି। ଚଳଚ୍ଚିତ୍ରର ରନ୍ ଟାଇମ୍ ୧୪୪.୪୯ ମିନିଟ୍ ଅର୍ଥାତ୍ ୨ ଘଣ୍ଟା ୨୪ ମିନିଟ୍ ହେବ।

ଅଧିକ ପଢ଼ନ୍ତୁ: ଅଜୟ ସାଜିଥିଲେ କାଜୋଲଙ୍କ ଲଭ୍‌ଗୁରୁ, ହେଇଗଲେ ଦିୱାନା

ଅଜୟ ଦେବଗନଙ୍କ ଏହି ଚଳଚ୍ଚିତ୍ର ଦେଖିବା ସମୟରେ ଦର୍ଶକମାନେ ୧ ଘଣ୍ଟା ୧୮ ମିନିଟ୍ ପରେ ପପକର୍ଣ୍ଣ ଖାଇବା ପାଇଁ ବିରତି ପାଇବେ। ଅର୍ଥାତ୍ ଫିଲ୍ମର ଇଣ୍ଟର୍‌ଭାଲ୍ ଏକ ଘଣ୍ଟା ପରେ ହେବ। ଏହି ଚଳଚ୍ଚିତ୍ରରେ ଟ୍ରକ୍ ଏବଂ ବାଇକ୍‌ର ଏକ ଆକ୍ସନ୍ ସିକ୍ୱେନ୍ସ ଅଛି, ଯାହା ଉପରେ ଅଜୟ ଦେବଗନ୍ କଠିନ ପରିଶ୍ରମ କରିଛନ୍ତି। ଏହି ଆକ୍ସନ୍ ସିକ୍ୱେନ୍ସ ୬ ମିନିଟ୍‌ର ହେବ। ଅନେକ ରିଟେକ୍ ପରେ ୧୧ ଦିନ ମଧ୍ୟରେ ଏହି ଆକ୍ସନ୍ ଦୃଶ୍ୟ ଫାଇନାଲ୍ ହୋଇଥିଲା।

Advertisment

ସୂଚନାଯୋଗ୍ୟ ଯେ ଗତ ବର୍ଷ ଅଜୟ ଦେବଗାନଙ୍କ ଫିଲ୍ମ 'ଦୃଶ୍ୟମ୍ ୨' ମଧ୍ୟ ସାଉଥ୍ ମୁଭିର ହିନ୍ଦୀ ରିମେକ୍ ଥିଲା, ଯାହା ହିଟ୍ ମଧ୍ୟ ହୋଇଥିଲା। ବର୍ତ୍ତମାନ ଅଜୟଙ୍କ ପ୍ରଶଂସକମାନେ ଫିଲ୍ମ 'ଭୋଲା'ରୁ ମଧ୍ୟ ବହୁତ ଆଶା ରଖିଛନ୍ତି। ଫିଲ୍ମର ଅଗ୍ରୀମ ବୁକିଂ ବିଷୟରେ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଫିଲ୍ମ ଆଡଭାନ୍ସ ବୁକିଂରୁ ୧ କୋଟି ରୋଜଗାର କରିସାରିଲାଣି।

Advertisment
Ajay Devgn Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ