Advertisment

ହୋଟେଲ୍‌ ରୁମ୍‌ରେ ଫାଶୀ ଲଗାଇ ଅଭିନେତ୍ରୀଙ୍କ ଆତ୍ମହତ୍ୟା !

ହୋଟେଲ୍‌ ରୁମ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଅଭିନେତ୍ରୀ। ଭୋଜପୁରୀ ଅଭିନେତ୍ରୀ ଆଙ୍କାକ୍ଷା ଦୁବେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bhojpuri actress Akanksha Dubey dies by suicide

Bhojpuri actress Akanksha Dubey dies by suicide

ହୋଟେଲ୍‌ ରୁମ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଅଭିନେତ୍ରୀ। ଭୋଜପୁରୀ ଅଭିନେତ୍ରୀ ଆଙ୍କାକ୍ଷା ଦୁବେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶର ବନାରସରେ ଏକ ହୋଟେଲ୍‌ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମାତ୍ର ୨୫ ବର୍ଷ ବୟସରେ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଛି। ଭଦୋହୀ ଜନପଦର ଚୌରି ଥାନା ଅନ୍ତର୍ଗତ ପରସିପୁର ଅଞ୍ଚଳରେ ଆଙ୍କାକ୍ଷାଙ୍କ ଘର। 

Advertisment

ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଆଙ୍କାକ୍ଷା ଜଣେ ଜଣାଶୁଣା ଚେହାର ଥିଲେ। ଫିଲ୍ମ ‘Meri Jung Mera Faisla’ ରୁ ଡେବ୍ୟୁ ପରେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଥିଲେ। ଆଙ୍କାକ୍ଷା ଫିଲ୍ମ ‘Veeron Ke Veer’,  ‘Mujhse Shadi Karogi (ଭୋଜପୁରୀi), ‘Fighter King’ ଓ ‘Kasam Paida Karne Ki 2’ ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଥିଲେ। 

Advertisment

ଭୋଜପୁରୀରେ ଜଣାଶୁଣା ଚେହେରା ଆଙ୍କାକ୍ଷା, ହଠାତ୍‌ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନି। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ୍‌ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। 


 
 
 
 
 
 
 
 
 
 
 
 
 
 

A post shared by 𝐀𝐤𝐚𝐧𝐤𝐬𝐡𝐚 𝐃𝐮𝐛𝐞𝐲 (@akankshadubey_official)

Advertisment
Advertisment