Advertisment

ମଞ୍ଚରେ ଟଳିପଡିଲେ ଭାରତନାଟ୍ୟମ ଗୁରୁ; ପୋଷ୍ଟମର୍ଟମ ପରେ ବାହାରିବ କାରଣ

ପ୍ରଦୀପ ପ୍ରଜ୍ଜ୍ୱଳନ ପାଇଁ ମଞ୍ଚକୁ ଗଲେ। ହଟାଲ ଟଳିପଡିଲେ ଭାରତନାଟ୍ୟମ ଗୁରୁ ଶ୍ରୀ ଗଣେଶନ। ହେଇଗଲା ମୃତ୍ୟୁ। ଡାକ୍ତର ହୃଦଘାତ ଏହାର କାରଣ ବୋଲି କହୁଥିଲେ ବି ପୋଷ୍ଟମର୍ଟମ ପରେ ଜଣାପଡିବ ସତ।

author-image
Pramod Behera
Bharatnatyam guru sri ganesan death in odisha

Bharatnatyam guru sri ganesan death in odisha

ଗତ ସନ୍ଧ୍ୟାରେ ଭାରତନାଟ୍ୟମର ପ୍ରସିଦ୍ଧ ଗୁରୁ ଶ୍ରୀ ଗଣେଶନଙ୍କର ଦେହାନ୍ତ ହୋଇଛି। ସେ ମାଲେସିଆରେ ରହୁଥିଲେ। ସେ ଶୁକ୍ରବାର ଦିନ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ୩ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଶେଷ ଦିନରେ ପ୍ରଦୀପ ପ୍ରଜ୍ଜ୍ୱଳନ ପାଇଁ ସେ ମଞ୍ଚ ଉପରକୁ ଚଢିଥିଲେ।

Advertisment

ମଞ୍ଚରେ ଥିବା ବେଳେ ସେ ହଠାତ ପଡ଼ିଯାଇଥିଲେ। ମଞ୍ଚରେ ଉପସ୍ଥିତ ଅତିଥି ଏବଂ ଭାରତନାଟ୍ୟମ୍ କଳାକାରମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ସେ କିନ୍ତୁ ଚେତନାକୁ ଆସି ନଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଶ୍ରୀ ଗଣେଶନ ଗତ ତିନି ଦିନ ଧରି ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ଚାଲିଥିବା ନୃତ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶୁକ୍ରବାର ଶେଷ ସନ୍ଧ୍ୟାର ସମାରୋହ ପୂର୍ବରୁ ଗଣେଶନ ଅନ୍ୟ ଅତିଥିମାନଙ୍କ ସହିତ ମଞ୍ଚକୁ ଆସିଥିଲେ ଏବଂ ପରେ ତଳେ ପଡ଼ିଯାଇଥିଲେ।

Advertisment

ଶୋ’ର ଆୟୋଜକ ଜଗବନ୍ଧୁ ଜେନା କହିଛନ୍ତି, “ଏହା ଜୟଦେବ ସମାରୋହର ଶେଷ ସନ୍ଧ୍ୟା ଥିଲା। ମାଲେସିଆର ଜଣେ ଜଣାଶୁଣା ଭାରତନାଟ୍ୟମ୍ ଗୁରୁ ଶ୍ରୀ ଗଣେଶନ ଏହି କାର୍ଯ୍ୟକ୍ରମକୁ ଆସିଥିଲେ। ସେ ପ୍ରଦୀପ ପ୍ରଜ୍ଜ୍ୱଳନ ପାଇଁ ମଞ୍ଚକୁ ଆସିଥିଲେ ଏବଂ ମୁଖ୍ୟ ମଞ୍ଚ ଉପରେ ପଡ଼ିଯାଇଗଲେ। ତା’ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।”

ମୃତ୍ୟୁ ବେଳକୁ ଶ୍ରୀ ଗଣେଶନଙ୍କୁ ପ୍ରାୟ ୬୦ ବର୍ଷ ହୋଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ତାଙ୍କୁ ସିଧାସଳଖ କ୍ୟାପିଟାଲ୍‌ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଜଣେ ଡାକ୍ତର କହିଛନ୍ତି, “ହଠାତ୍ ହୃଦ୍‌ଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥାଇପାରେ। ପୋଷ୍ଟମର୍ଟମ ପାଇଁ ତାଙ୍କ ଶରୀରକୁ ରଖାଯାଇଛି।"

ଶ୍ରୀ ଗଣେଶନ ମଧ୍ୟ ମାଲେସିଆର କୁଆଲାଲମ୍ପୁର୍‌ରେ ଶ୍ରୀ ଗଣେଶାଳୟର ନିର୍ଦ୍ଦେଶକ ଅଟନ୍ତି। ଭଞ୍ଜ କଳା ମଣ୍ଡପରେ ଆୟୋଜିତ ତିନି ଦିନିଆ ଦେବଦାସୀ ନୃତ୍ୟ ମହୋତ୍ସବରେ ସେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ତାଙ୍କୁ ଏଠାରେ ସମ୍ମାନିତ କରିବାକୁ ନିମନ୍ତ୍ରଣ କରାଯାଇଥିଲା।

Advertisment
Advertisment