Advertisment

ବୋହୂକୁ ଧରି ଥାନାରେ ପହଞ୍ଚିଲେ ଅପରାଜିତା

ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ବୋହୂ ତୃପ୍ତିଙ୍କ ଘରେ ପହଞ୍ଚିଥିଲେ। ଏହାପରେ ବୋହୂ ତୃପ୍ତିଙ୍କ ଅପରାଜିତା ଖାରବେଳ ନଗର ଥାନାରେ ପହଞ୍ଚିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Babushaan's Mother Aparajita Reached Police Station With Her Daughter In Law

Babushaan's Mother Aparajita Reached Police Station With Her Daughter In Law

ଓଲିଉଡ୍ ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ ହେବାପରେ ଏବେ ଚାରିଆଡ଼େ ଚର୍ଚ୍ଚା। ରାସ୍ତା ଉପରେ କାର୍‌ରେ ବସିଥିବା ବାବୁସାନଙ୍କ ସହ ତାଙ୍କ ପତ୍ନୀ ତୃପ୍ତି ଝଗଡ଼ା କରୁଥିବା ଦୃଶ୍ୟରେ ଦେଖିବାକୁ ମିଳିଛି। ଅଧିକ ଝଗଡ଼ା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଗାଡ଼ିରୁ ଓହ୍ଲାଇ ଦୌଡ଼ି ଚାଲିଯାଉଥିବା ଦେଖିବାକୁ ମିଳିଥିଲା।

Advertisment

ଘଟଣାକୁ ନେଇ ଉଭୟ ବାବୁସାନ ଓ ପ୍ରକୃତି ମିଶ୍ର ପ୍ରତିକ୍ରିୟା ରଖିଥିବା ବେଳେ ଝିଅର ମାନହାନି ହୋଇଥିବା ନେଇ ପ୍ରକୃତିଙ୍କ ବାପା ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏବଂ ମା’ କ୍ରିଷ୍ଣା ମିଶ୍ର ଖାରବେଳ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଝିଅର ମାନହାନି ହୋଇଥିବା ନେଇ ଦୁହେଁ ଅଭିଯୋଗ କରିଛନ୍ତି।   

ଅନ୍ୟପକ୍ଷେ, ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ବୋହୂ ତୃପ୍ତିଙ୍କ ଘରେ ପହଞ୍ଚିବା ବୋହୂ ତୃପ୍ତିଙ୍କ ସହ ଖାରବେଳ ନଗର ଥାନାରେ ପହଞ୍ଚିଛନ୍ତି। 

Advertisment

Actress Aparajita Mohanty Babushan Mohanty Babushan Mohanty Prakruti Mishra Viral Video Prakruti Mishra
Advertisment
Advertisment