Advertisment

ମାଆ ଅପରାଜିତାଙ୍କ ସହ ଥାନାରେ ପହଞ୍ଚିଲେ ବାବୁସାନ୍

ଜନ୍ମଦିନରେ ତୁଟିବ କି ବାବୁସାନ-ତୃପ୍ତି ବିବାଦ ?

ଅଦ୍ୟତନ ହୋଇଛି
ବାବୁସାନ୍

ବାବୁସାନ୍

Advertisment

ଖାରବେଳ ନଗର ଥାନାରେ ପହଞ୍ଚିଲେ ଅଭିନେତା ବାବୁସାନ୍। ନୋଟିସ୍ ମୁତାବକ ବାବୁସାନଙ୍କୁ ପଚରାଉଚରା ସମ୍ଭାବନା ରହିଛି। ମାଆ ଅପରାଜିତାଙ୍କ ସହ ଥାନାରେ ପହଞ୍ଚିଛନ୍ତି ବାବୁସାନ୍। ଆଜି ଜନ୍ମଦିନରେ ମା' ଅପରାଜିତାଙ୍କ ସହ ପ୍ରଥମେ ବାଲକୋନିକୁ ଆସିଥିଲେ ବାବୁସାନ। ଆଉ ତଳେ ଠିଆ ହୋଇ ପ୍ରଶଂସକ ବାବୁସାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଜଗନ୍ନାଥ ବିହାର ଘରୁ ବାହାରି ମାଆ ଅପରାଜିତାଙ୍କ ସହ କାର୍‌ରେ ଥାନା ଅଭିମୁଖେ ବାହାରିଥିଲେ ବାବୁସାନ୍। ତେବେ ପତ୍ନୀ ତୃପ୍ତି କରିଥିବା ଅଭିଯୋଗ ଉପରେ ପୋଲିସ ପଚରାଉଚୁରା କରିବ। 

Advertisment

କାଲି ତୃପ୍ତି କହିଥିଲେ- ୱେଟ୍‌ ଆଣ୍ଡ୍‌ ୱାଚ୍‌ । ବିବାଦର ସମାଧନ ଉଦ୍ୟମ ନେଇ ତୃପ୍ତିଙ୍କ ମାଉସୀ ଏହି ପ୍ରତିକ୍ରିୟା ଦେଇଥିଲେ । ବାବୁସାନ୍‌-ତୃପ୍ତିଙ୍କ ଘରୋଇ କଳି ସମାଧାନ ପାଇଁ ବାବୁସାନ୍‌ଙ୍କ ସମ୍ପର୍କୀୟ ତୃପ୍ତି ଘରକୁ ଯାଇଥିଲେ।

ଷ୍ଟାର ଘରର କଳି ଏବେ ଖାରବେଳନଗର ଥାନାରେ। ପତ୍ନୀ ତୃପ୍ତିଙ୍କ ଏତଲା ଆଧାରରେ ପୋଲିସ ବାବୁସାନଙ୍କ ବିରୋଧରେ ରୁଜୁ କରିଛି ୪୯୮ (କ)। ତେବେ ଚେନ୍ନାଇରୁ ବାବୁସାନ ଫେରିବାର ୨ଦିନ ବିତିଥିଲେ ବି ପୋଲିସ କିନ୍ତୁ ଏଯାଏଁ ଜେରାକରିନଥିଲା। ତେବେ ଜେରାରେ କଣ ପଚାରିବ ପୋଲିସ ? ଷ୍ଟାରକଳି ଏବେ ସମାଧାନ ମୁହାଁ ହେଉଥିବାରୁ ରଫାଦଫା ହୋଇଯିବ କି ୪୯୮ (କ) ? ପ୍ରକୃତିଙ୍କ ମାଙ୍କ ଏତଲା ଆଧାରରେ ରୁଜୁ ମାମଲାର କଣ ହେବ ଭବିଷ୍ୟତ? ଜନ୍ମଦିନରେ ତୁଟିବ କି ବାବୁସାନ-ତୃପ୍ତି ବିବାଦ ? ସମାଧାନ ହେବ କି ପତି-ପତ୍ନୀଙ୍କ ମଧ୍ୟରେ କଳି?

Advertisment

ବାବୁସାନଙ୍କ ଜନ୍ମଦିନରେ ତାଙ୍କୁ ଭେଟିବା ସହ ଶୀଘ୍ର ବିବାଦର ସମାଧାନ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ଜନ୍ମଦିନ ଅବସରରେ ବାବୁସାନଙ୍କ ପଡ଼ୋଶୀ ତଥା ଅଭିନେତା ଜ୍ୟୋତି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାବୁସାନ ତାଙ୍କ ବଡ଼ ଭାଇ ଭଳି। ଖୁବଶୀଘ୍ର ସମସ୍ୟାର ସମାଧାନ ହେଉ ବୋଲି ସେ ମଧ୍ୟ କାମନା କରିଛନ୍ତି।

ଗତକାଲି ମଧ୍ୟ ବାବୁସାନଙ୍କ ଘରକୁ ଯାଇଥିଲେ ପ୍ରଯୋଜକ ସଞ୍ଜୟ ନାୟକ। ବାବୁସାନ ଓ ତାଙ୍କ ପରିବାରକୁ ଭେଟିବା ପରେ ଦୁଇ ଦିନ ପରେ ସବୁ ସମସ୍ୟାର ସମାଧାନ ସହ ଭଲ ଖବର ମିଳିବ ବୋଲି ସଞ୍ଜୟ ନାୟକ କହିଥିଲେ।

Advertisment

ଗତ ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ହଙ୍ଗାମା ମଚାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ। ବାବୁଶାନ-ପ୍ରକୃତିଙ୍କ ସହ ଝଗଡ଼ା କରିବା ସହ ମାଡ଼ ବି ମାରିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ବାବୁସାନ୍‌ଙ୍କ ସହ ବସିଥିବା ଗାଡ଼ିରୁ ଓହ୍ଲାଇ ଖସିଯିବାକୁ ଚେଷ୍ଟା କରିଥିଲେ ପ୍ରକୃତି। ଯାହାର ଭିଡ଼ିଓ ଭାଇରାଲ୍ ହୋଇଥିଲା।  

Viral Video Babushan Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ