• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଅ ଫେରିବା ପରେ ମା’ ଅପରାଜିତା ମହାନ୍ତି ଖୁସି । ବାବୁସାନ୍‌ ଓଡ଼ିଶା ଆସିବା ପରେ ବିଶେଷ କିଛି ପ୍ରତିକ୍ରିୟା ଦେଇନଥିବା ବେଳେ ସେ ଆଗକୁ ଆସିଛନ୍ତି । ପୁଅ ଫେରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆପଣ ମାନଙ୍କ ସାହାଯ୍ୟ, ସହଯୋଗ ବିନା ପୁଅ ଆସିଥାନ୍ତା କି ନାହିଁ ମୁଁ ଜାଣେନି ବୋଲି ସେ କହିଛନ୍ତି ।

ଏହାସହ ସେ କହିଛନ୍ତି, ବାବାସାନ୍‌ ଏବେ ଥକି କି ଆସିବା ପରେ ଘରେ ଶୋଇଛି । ଦୁଇ ଦିନ ବିଶ୍ରାମ ନେବା ପରେ ସେ ନିଜର ମତ ରଖିବେ । ଆଉ ତା’ପରେ ସେ ତାଙ୍କ ମନକଥା ଖୋଲି କି କହିବେ । ହେଲେ ଗଣମାଧ୍ୟମ ପ୍ରତିନିଧି ତଥା ଲୋକମାନେ ତାଙ୍କ ଘର ସାମ୍ନାରେ ଜଗି ରହିଥିବାରୁ ତାଙ୍କୁ ଭଲ ଲାଗୁନଥିବା ସେ କହିଛନ୍ତି । ଖରାରେ ଘର ସାମ୍ନାରେ ଝିଡ଼ା ନହେବାକୁ ସେ ହାତଯୋଡ଼ି ନିବେଦନ କରିଛନ୍ତି ।

ଆଜି ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବାବୁସାନ୍‌ ମହାନ୍ତି । ପହଞ୍ଚିବା ପରେ ସେ ଅଧିକ କିଛି ନକହି ପ୍ରଥମେ ବାପା ମାଆଙ୍କ ପାଖକୁ ଯିବି ବୋଲି କହିଥିଲେ । ଯେତେବେଳେ ଯାହା ଦରକାର ପଡିବ ତାହି କହିବି ବୋଲି ସେ କହିଥିଲେ । ଏବଂ ସେ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ଏକ କାର ଯୋଗେ ଭୁବନେଶ୍ୱର ଜଗନ୍ନାଥବିହାର ସ୍ଥିତ ଘରକୁ ଯାଇଛନ୍ତି ।

ସେପଟେ ବାବୁସାନ-ତୃପ୍ତି-ପ୍ରକୃତି ବିବାଦକୁ ନେଇ ଲାଗି ରହିଛି ଚର୍ଚ୍ଚା । ଏପଟେ ବାବୁସାନଙ୍କୁ ଥାନାରେ ହାଜର ହେବାକୁ ମଧ୍ୟ ନୋଟିସ୍ ହୋଇଛି । ତେଣୁ ସେ ଖୁବଶୀଘ୍ର ଥାନାରେ ହାଜର ହୋଇପାରନ୍ତି ।