Advertisment

Viral Video: ଆଣ୍ଟିଙ୍କର ଧୂଆଁଦାର ଡ୍ୟାନ୍ସ ଆଗରେ ଫିକା ପଡିଯିବେ କ୍ୟାଟ୍ରିନା; ଆପଣ ଦେଖିଲେ ବି କହିବେ, କି ଏନର୍ଜୀ !

ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେ ସେ ଡ୍ୟାନ୍ସ ଦେଖିବା ପରେ, ଆପଣ ମଧ୍ୟ କହିବେ ଯେ ଏ ଆଣ୍ଟି କି ଡ୍ୟାନ୍ସ କଲେ ମ! ଗୋଲାପୀ ରଙ୍ଗର ଶାଢିରେ ସୁନ୍ଦର ଦେଖାଯାଉଥିବା ଏହି ଆଣ୍ଟିଙ୍କ ଏନର୍ଜି ତୁଳନାରେ କ୍ୟାଟ୍ରିନା କୈଫ୍‌ଙ୍କ ଚମତ୍କାରିତା ମଧ୍ୟ ଫିକା ପଡିଯିବ।

author-image
Pramod Behera
ଅଦ୍ୟତନ ହୋଇଛି
Aunty energetic dance on chikni chameli in wedding

Aunty energetic dance on chikni chameli in wedding

ଯଦି ଘରେ କୌଣସି ପାର୍ଟିର ଆୟୋଜନ ହୁଏ ଆଉ ଆପଣଙ୍କ ପ୍ରିୟ ଗୀତ ବଜାଯାଏ ତେବେ କ’ଣ ବ ହେବ। ଯେଉଁମାନେ ନାଚିବାକୁ ଭଲ ପାଆନ୍ତି ସେମାନେ କ’ଣ ନିଜକୁ ଅଟକାଇ ପାରିବେ? ଭାରତରେ ଏମିତି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଡ୍ୟାନ୍ସରେ ଏତେ ମାହିର ଯେ ସେମାନଙ୍କର ନାଚ ଦେଖିବା ପରେ, ମୂଳ ଗୀତରେ ନାଚିଥିବା ଡ୍ୟାନ୍ସର ମଧ୍ୟ ଫିକା ପଡିଯାଆନ୍ତି।

Advertisment

ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେ ସେ ଡ୍ୟାନ୍ସ ଦେଖିବା ପରେ, ଆପଣ ମଧ୍ୟ କହିବେ ଯେ ଏ ଆଣ୍ଟି କି ଡ୍ୟାନ୍ସ କଲେ ମ! ଗୋଲାପୀ ରଙ୍ଗର ଶାଢିରେ ସୁନ୍ଦର ଦେଖାଯାଉଥିବା ଏହି ଆଣ୍ଟିଙ୍କ ଏନର୍ଜୀ ତୁଳନାରେ କ୍ୟାଟ୍ରିନା କୈଫ୍‌ଙ୍କ ଚମତ୍କାରିତା ମଧ୍ୟ ଫିକା ପଡିଯିବ। ଆପଣ ବି ଆଣ୍ଟିଙ୍କର ଏହି ଦମଦାର ଡ୍ୟାନ୍ସ ଦେଖିବା ପରେ ତାଙ୍କ ଏନର୍ଜି ଏବଂ ଷ୍ଟାଇଲ୍‌କୁ ପ୍ରଶଂସା କରିବାକୁ ବାଧ୍ୟ ହେବେ।

କନିକା ଦାସ ଅଫିସିଆଲ୍ ନାମକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଏହି ଡ୍ୟାନ୍ସ ଭିଡିଓ ଶେୟାର କରାଯାଇଛି। ଏଥିରେ ଜଣେ ମହିଳା କ୍ୟାଟ୍ରିନା କୈଫ୍‌ଙ୍କ ହିଟ୍ ଗୀତ ‘ଚିକ୍‌ନି ଚମେଲି ଛତ ପେ ଅକେଲି’ରେ ଧୁଆଁଦାର ଡ୍ୟାନ୍ସ କରୁଛନ୍ତି। ଆଖପାଖର ପରିବେଶକୁ ଦେଖିଲେ ଏହା ଏକ ବିବାହ ଉତ୍ସବ ବୋଲି ମନେହୁଏ ଏବଂ ଲୋକମାନେ ନିଜ ନିଜ ଷ୍ଟାଇଲ୍‌ରେ ମଧ୍ୟ ଡ୍ୟାନ୍ସ କରୁଛନ୍ତି।

Advertisment

ଏହି ସମାରୋହରେ, ଯେତେବେଳେ ଏହି ଗୀତ ବାଜିଲା, ଗୋଲାପୀ ରଙ୍ଗର ଶାଢି ପିନ୍ଧିଥିବା ଏହି ମହିଳା ନିଜକୁ ଆଉ ଅଟକାଇ ପାରି ନଥିଲେ। ସେ ନାଚିବା ଆରମ୍ଭ କରିଥିଲେ। ଗୀତଟିର ତାଳେ ତାଳେ ତାଙ୍କ ପାଦ ପଡିଥିଲା ଆଉ ଅଣ୍ଟା ହଲିଥିଲା। ପୂରା ଗୀତରେ ସେ ଭରପୂର ମଜ୍ଜା ନେଇଥିଲେ। ସେ ଫୁଲ ଏନର୍ଜୀ ସହିତ ନାଚିବା ସହିତ ଦମଦାର ଏକ୍ସପ୍ରେସନ ମଧ୍ୟ ଦେଉଥିଲେ।

ଆଣ୍ଟିଙ୍କର ଏହି ଶକ୍ତିଶାଳୀ ନାଚ ଦେଖିବା ପରେ ନେଟିଜେନ୍‌ମାନେ ନିଜକୁ ଆଉ ଅଟକେଇ ପାରି ନାହାନ୍ତି। ସେମାନେ ତାଙ୍କୁ ପ୍ରଶଂସାରେ ପୋତିଦେଉଛନ୍ତି। ଜଣେ ଲେଖିଛନ୍ତି ଯେ ‘କ୍ୟାଟ୍ରିନା କୈଫ୍‌ ଏବେ ଗଲେ।’ ସେହିପରି ଅନ୍ୟ ଜଣେ ଲେଖିଛନ୍ତି ଯେ ‘ଆଣ୍ଟି ରକ୍ସ ବାକି ସବୁ ଶକ୍ଡ’। ଜଣେ ବ୍ୟକ୍ତି ପ୍ରଶଂସା କରି ଲେଖିଛନ୍ତି ଯେ ଉଭୟ ଡ୍ୟାନ୍ସ ଆଉ ଏନର୍ଜୀ ଖୁବ୍ ଚମତ୍କାର।

ଜଣେ ବ୍ୟକ୍ତି ପ୍ରଶ୍ନ କରିବାକୁ ଯାଇ ଲେଖିଛନ୍ତି, “ସେ ଯେତେବେଳେ ଆଜି ଏତେ ଭଲ ନାଚୁଛନ୍ତି, ତେବେ ସେ ତାଙ୍କ ସମୟରେ କେତେ ଭଲ ନାଚୁ ନ ଥିବେ।” ଅନ୍ୟ ଜଣେ ଲେଖିଛନ୍ତି ଯେ ‘ଆଣ୍ଟି ନିଜକୁ ଖୁବ ଉପଭୋଗ କରୁଛନ୍ତି। ସେ କାହା ପ୍ରତି ଦୃଷ୍ଟି ଦେଉ ନାହାନ୍ତି।’

Katrina Kaif Viral Video
Advertisment
Advertisment