Advertisment

Viral Video: ରାଧିକାଙ୍କ ଉପରେ ଅନନ୍ତଙ୍କ ପ୍ରେମ ବର୍ଷା; ନାଚୁ ନାଚୁ ଚୁମ୍ବନ ଦେଲେ

ଅନନ୍ତ-ରାଧିକାଙ୍କ ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି। ଏହି ଭାଇରାଲ୍ ଭିଡିଓରେ ଅନନ୍ତ ଅମ୍ବାନୀ ବିବାହ ଉତ୍ସବରେ ତାଙ୍କ ପତ୍ନୀ ରାଧିକା ମର୍ଚାଣ୍ଟଙ୍କ ଉପରେ ପ୍ରେମ ବର୍ଷା କରୁଥିବା ଦେଖାଯାଆନ୍ତି। ସେ ତାଙ୍କ କପାଳରେ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
At wedding Anant ambani danced with wife radhika merchant and kissed forehead

At wedding Anant ambani danced with wife radhika merchant and kissed forehead

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ ପରସ୍ପରଙ୍କୁ ଜୀବନସାଥୀ କରିବା ପରେ ବହୁତ ଖୁସି ଅଛନ୍ତି। ଦୁହେଁ ଜୁଲାଇ ୧୨ରେ ମୁମ୍ବାଇରେ ଖୁବ ଧୂମ୍‌ଧାମ୍ ସହିତ ବିବାହ କରିଛନ୍ତି। ଭାରତ ତଥା ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଏହି ଯୋଡିଙ୍କ ଗ୍ରାଣ୍ଡ ବିବାହରେ ଅତିଥି ଭାବରେ ଯୋଗ ଦେଇଥିଲେ।

Advertisment

ବର୍ତ୍ତମାନ ଅନନ୍ତ-ରାଧିକାଙ୍କ ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି। ଏହି ଭାଇରାଲ୍ ଭିଡିଓରେ ଅନନ୍ତ ଅମ୍ବାନୀ ବିବାହ ଉତ୍ସବରେ ତାଙ୍କ ପତ୍ନୀ ରାଧିକା ମର୍ଚାଣ୍ଟଙ୍କ ଉପରେ ପ୍ରେମ ବର୍ଷା କରୁଥିବା ଦେଖାଯାଆନ୍ତି। ସେ ତାଙ୍କ କପାଳରେ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।

ଏହି ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବରଣମାଳା ପରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ପରସ୍ପରର ହାତ ଧରି ନାଚୁଛନ୍ତି। ଏହି ସମୟରେ ରାଧିକା ତାଙ୍କ ସାଥୀ ଅନନ୍ତଙ୍କ ଛାତିକୁ ଆଉଜି ଯାଉଛନ୍ତି ଆଉ ଅନନ୍ତ ତାଙ୍କ ପତ୍ନୀ ରାଧିକାଙ୍କ କପାଳରେ ପ୍ରେମରେ ଚୁମ୍ବନ ଦେଇଛନ୍ତି। ସବୁଠାରୁ ମଜ୍ଜାଦାର କଥା ହେଲା ଏହି ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡ୍ ମ୍ୟୁଜିକ୍। ବ୍ୟାକ୍‌ଗ୍ରାଉଣ୍ଡ୍ ମ୍ୟୁଜିକ୍‌ରେ ରହିଛି “ଜୈସେ ରାଧିକାକା କାହ୍ନା।”

Advertisment

ଠିକ୍ ଏହି ସମୟରେ, ସେମାନକ ଚାରିପାଖରେ ଠିଆ ହୋଇଥିବା ସମସ୍ତ ଅତିଥିମାନେ କରତାଳି ଦେଉଥିବାର ନଜର ଆସିଛନ୍ତି। ଭିଡିଓରେ ଏହି ଯୋଡି ସେମାନଙ୍କ ବିବାହ ଉତ୍ସବକୁ ଖୁବ ମଜ୍ଜାର ସହିତ ପାଳନ କରୁଥିବା ଦେଖିବାକୁ ମିଳେ।

ଅନ୍ୟଏକ ଭିଡିଓରେ ଦେଖିବାକୁ ମିଳେ ଯେ ମଣ୍ଡପରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ୍ ସମସ୍ତଙ୍କ ସାମ୍ନାରେ ପରସ୍ପରକୁ ନିଜର କରିବା ଆଉ ସବୁଦିନ ପାଇଁ ପରସ୍ପରର ସୁଖଦୁଃଖରେ ହାତ ଧରାଧରି ହୋଇ ରହିବା ନେଇ ପ୍ରତିଶୃତି ଦେଇଛନ୍ତି।

ରାଧିକା ମର୍ଚାଣ୍ଟ ପ୍ରତିଶୃତି ଦେଇଛନ୍ତି ଯେ ତାଙ୍କ ଘର ଏକ ସୁରକ୍ଷିତ ସ୍ଥାନ ହେବ ଯାହା ପ୍ରେମ ଏବଂ ଏକତାରେ ପରିପୂର୍ଣ୍ଣ ହେବ। ଏହାପରେ ଅନନ୍ତ ତାଙ୍କ ପତ୍ନୀ ରାଧିକାଙ୍କ ସହ ତାଙ୍କ ସ୍ୱପ୍ନର ଘର ନିର୍ମାଣ କରିବାକୁ ପ୍ରତିଶୃତି ଦେଇଛନ୍ତି। ସେ କହିଛନ୍ତି “ଆମ ଘର କେବଳ ଏକ ସ୍ଥାନ ନୁହେଁ ଏହା ପ୍ରେମ ଏବଂ ଏକତାର ଏକ ଉଦାହରଣ ହେବ।”

ପ୍ରକାଶଥାଉ ଯେ, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଶୁକ୍ରବାର ଦିନ ଜିଓ ୱାର୍ଲ୍ଡ କନ୍‌ଭେନସନ୍ ସେଣ୍ଟରରେ ହୋଇଥିଲା। ସେମାନଙ୍କ ଏହି ଗ୍ରାଣ୍ଡ୍ ବିବାହରେ ସମସ୍ତ ଅତିଥିଙ୍କୁ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଥିଲା। ଏହି ବିବାହରେ ଅତିଥି ଭାବରେ ଶାହରୁଖ ଖାନଙ୍କ ଠାରୁ ମାଧୁରୀ ଦୀକ୍ଷିତ, ରଜନୀକାନ୍ତ, ପ୍ରିୟଙ୍କା ଚୋପ୍ରା, ନିକ୍‌ ଜୋନସ, ମହେଶ ବାବୁ, ୟଶ୍‌, ସଲମାନ ଖାନ, ଭିକି କୌଶଲ, କ୍ୟାଟ୍ରିନା କୈଫ୍‌, କ୍ରିତି ସାନନ, ଅଜୟ ଦେବଗନ, ସାହିଦ କପୁର, ଆଲିଆ ଭଟ୍ଟ, ରଣବୀର କପୁର, କିଆରା ଆଡଭାନୀ, ସିଦ୍ଧାର୍ଥ ମଲହୋତ୍ରା, ରଣବୀର ସିଂହ, ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିଥିଲା।

Mukesh Ambani Viral Video Anant Ambani
Advertisment
Advertisment