Advertisment

ଶାହରୁଖ ଖାନ କିଏ; ଜାଣିନାହାନ୍ତି ଆସାମ ମୁଖ୍ୟମନ୍ତ୍ରୀ

‘ପଠାନ’କୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ଧରୁନି। ନିକଟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଏମିତି କିଛି କହି ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଆକ୍ରମଣର ଶିକାର ହୋଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
ଶାହରୁଖ ଖାନ କିଏ; ଜାଣିନାହାନ୍ତି ଆସାମ ମୁଖ୍ୟମନ୍ତ୍ରୀ

ଶାହରୁଖ ଖାନ କିଏ; ଜାଣିନାହାନ୍ତି ଆସାମ ମୁଖ୍ୟମନ୍ତ୍ରୀ

ଶାହରୁଖ ଖାନଙ୍କ ଫିଲ୍ମ ପଠାନ ଜାନୁଆରୀ ୨୫ରେ ରିଲିଜ ହେବାକୁ ଯାଉଛି। କିନ୍ତୁ, ଫିଲ୍ମକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ଧରୁନି। ନିକଟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍‌ମା ଏମିତି କିଛି କହି ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଆକ୍ରମଣର ଶିକାର ହୋଇଛନ୍ତି।

Advertisment

ପଠାନର ଗୀତ 'ବେଶରମ ରଙ୍ଗ୍‌'ରେ ଦୀପିକା ପାଦୁକୋନଙ୍କ ବିକିନି ରଙ୍ଗକୁ ନେଇ ବିବାଦ ଲାଗି ରହିଛି।
ସେ ଏହି ଗୀତରେ 'ଗେରୁଆ ରଙ୍ଗର ବିକିନି' ପିନ୍ଧିଛନ୍ତି, ଯାହାକୁ ନେଇ ଅନେକ ଦଳ ଆପତ୍ତି କରୁଛନ୍ତି। ଗୀତକୁ ନେଇ ହିନ୍ଦୁ ଭାବନାକୁ କ୍ଷତ ପହଞ୍ଚାଇବା ନେଇ ଦାବି ମଧ୍ୟ ହେଉଛି। ଏହି ସଂପର୍କରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ମଧ୍ୟ ଏକ ପ୍ରଶ୍ନ ଉଠାଇଛନ୍ତି। ଏନେଇ ସେ ବିବାଦରେ ଛନ୍ଦି ହୋଇଯାଇଛନ୍ତି।

ଦୀପିକା ପାଦୁକୋନଙ୍କ ବିକିନିର ରଙ୍ଗକୁ ନେଇ ବଜରଙ୍ଗ ଦଳ ଅସନ୍ତୋଷ ପ୍ରକାଶ କରିଛି। ଯେତେବେଳେ ସରମାଙ୍କୁ ଏହି ପୂରା ବିବାଦ ବିଷୟରେ ପଚରାଯାଇଥିଲା, ପ୍ରତିକ୍ରିୟା ଦେଇ ସେ କହିଥିଲେ- “ଶାହାରୁଖ ଖାନ କିଏ? ମୁଁ ତାଙ୍କ ବିଷୟରେ କିଛି ଜାଣେ ନାହିଁ କିମ୍ବା ତାଙ୍କ ଫିଲ୍ମ ବିଷୟରେ କିଛି ଜାଣେ ନାହିଁ।” ନିଜର ଏହି ବିବୃତ୍ତି ପରେ ସେ ଏକ ଟୁଇଟ୍ କରିଛନ୍ତି, ଯେଉଁଥିପାଇଁ ସେ ଟ୍ରୋଲର ଟାର୍ଗେଟ୍‌ରେ ଆସିଛନ୍ତି।

Advertisment

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏହା କହିବାର ଗୋଟିଏ ଦିନ ପରେ ରାତିରେ ଏକ ଟ୍ୱିଟ୍ କରିଥିଲେ ଆଉ କହିଥିଲେ ଶାହରୁଖ ଖାନ୍‌ଙ୍କ ସହ ‘ପଠାନ୍’ର ରିଲିଜକୁ ନେଇ ସେ କଥା ହୋଇଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ଯେ-“ବଲିଉଡ୍‌ ଅଭିନେତା ଶାହାରୁଖ ଖାନ ମୋତେ ଫୋନ୍ କଲେ ଏବଂ ଆମେ ଆଜି ରାତି ୨ଟାରେ କଥା ହେଲୁ। ସେ ତାଙ୍କ ଫିଲ୍ମର ସ୍କ୍ରିନିଂ ସମୟରେ ଗୁଆହାଟୀରେ ଘଟିଥିବା ଏକ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ମୁଁ ତାଙ୍କୁ ଆଶ୍ୱାସନା ଦେଇଥିଲି ଯେ ଆଇନ ଶୃଙ୍ଖଳା ବଜାୟ ରଖିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ଆମେ ଅନୁସନ୍ଧାନ କରିବୁ ଏବଂ ନିଶ୍ଚିତ କରିବୁ ଯେ ସେପରି କିଛି ଅଘଟଣ ଘଟିବ ନାହିଁ।”

ଏହି ଟ୍ୱିଟ୍ ଯୋଗୁଁ ସରମା ଏବେ ଟ୍ରୋଲ୍‌ର ଟାର୍ଗେଟ୍‌କୁ ଆସିଛନ୍ତି। କେବଳ ଏତିକି ନୁହେଁ ଚଳଚ୍ଚିତ୍ର ସମାଲୋଚକ ତଥା ବଲିଉଡ ଅଭିନେତା କମଲ ଆର୍‌ ଖାନ୍‌ ମଧ୍ୟ ଏହି ଟ୍ୱିଟ୍‌ ପରେ ସରମାଙ୍କ 'ଶାହାରୁଖ ଖାନ କିଏ?' ଉପରେ ପ୍ରଶ୍ନ କରିଛନ୍ତି। ଏହି ଟୁଇଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି KRK ଲେଖିଛନ୍ତି- “କିନ୍ତୁ ସାର୍, ଗତକାଲି ତ ଆପଣ କହିଥିଲେ ଯେ ଶାହାରୁଖ ଖାନ କିଏ ତାହା ଆପଣ ଜାଣନ୍ତି ନାହିଁ। ତା’ ମାନେ ସେ ସବୁ କ’ଣ କେବଳ ଧ୍ୟାନ ଆକର୍ଷଣ ପାଇଁ ଥିଲା।”

ଆଉ ଜଣେ ବ୍ୟକ୍ତି ମଧ୍ୟ ତାଙ୍କୁ ଟ୍ରୋଲ୍ କରି କହିଛନ୍ତି, “ଏତେ ଶୀଘ୍ର କ’ଣ ଜାଣିଦେଲେ ଯେ ଟ୍ୱିଟ୍ କରିବାକୁ ପଡିଲା।” ସେହିପରି ଆଉ ଜଣେ ବ୍ୟଙ୍ଗାତ୍ମକ ଭାବେ କହିଛନ୍ତି, “ସାର୍, ସଲ୍‌ମାନ ଖାନ୍ ବି ଆପଣଙ୍କୁ ହାଏ କହିଥିବେ!”

Bollywood Shahrukh Khan
Advertisment
Advertisment