Advertisment

Sonu sood Warrant: ସୋନୁ ସୁଦଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ

ଏକ ଠକେଇ ମାମଲାରେ କୋର୍ଟରେ ବୟାନ ନ ଦେବା କାରଣରୁ ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାମରେ ଆରେଷ୍ଟ ୱାରେଣ୍ଟ କରିଛନ୍ତି ଲୁଧିଆନାର ଏକ କୋର୍ଟ। ୧୦ ଲକ୍ଷ ଟଙ୍କାର ଠକେଇ ମାମଲରେ ସୋନୁ ସୁଦ ବୟାନ ଦେଇ ନ ଥିଲେ।

ଅଦ୍ୟତନ ହୋଇଛି
Sonu sood

Sonu sood

Advertisment

ଏକ ଠକେଇ ମାମଲାରେ କୋର୍ଟରେ ବୟାନ ନ ଦେବା କାରଣରୁ ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାମରେ ଆରେଷ୍ଟ ୱାରେଣ୍ଟ କରିଛନ୍ତି ଲୁଧିଆନାର ଏକ କୋର୍ଟ। ୧୦ ଲକ୍ଷ ଟଙ୍କାର ଠକେଇ ମାମଲରେ ସୋନୁ ସୁଦ ବୟାନ ଦେଇ ନ ଥିଲେ ଓ ଏକାଧିକ ଥର କୋର୍ଟ ସମନ ମଧ୍ୟ ମିସ କରିଥିଲେ। ଯାହା ଫଳରେ କୋର୍ଟଙ୍କ ପକ୍ଷରୁ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି।

Advertisment

ଲୁଧିଆନାର ଏକ କୋର୍ଟରେ ଓକିଲ ରାଜେଶ ଖାନ୍ନା ନାମକ ଜଣେ ଓକିଲ ଏକ ମାମଲା ଦାୟର କରିଥିଲେ। ମୋହିତ ଶୁକ୍ଲା ନାମକ ଜଣେ ବ୍ୟକ୍ତି ତାଙ୍କୁ ଫସାଇ ୧୦ ଲକ୍ଷ ଟଙ୍କାର ରିଜିକା କଏନରେ ନିବେଶ କରିଥିଲେ। ମୋହିତ ନକଲି ରିଜିକା କଏନର ଲୋଭ ଦେଖାଇ ତାଙ୍କୁ ଫସାଇବାକୁ ଚେଷ୍ଟା କରିଥିଲେ ବୋଲି ରାଜେଶ କୋର୍ଟରେ ଅଭିଯୋଗ କରିଥିଲେ। ରିଜିକା କଏନ ହେଉଛି ବିଟ କଏନ ଭଳି ଏକ ଭର୍ଚୁଆଲ ମୁଦ୍ରା।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ଭୋଟ୍ ପୂର୍ବରୁ କେଜରିୱାଲଙ୍କ ନାଁରେ ମାମଲା; ଜାଣନ୍ତୁ ପୂରା ଘଟଣା

Advertisment

ଏହି ମାମଲାରେ ସୋନୁ ସୁଦଙ୍କୁ ବୟାନ ଦେବାର ଥିଲା। ଫତେହ ଫିଲ୍ମର ଅଭିନେତା ସୋନୁ ସୁଦଙ୍କୁ ବୟାନ ଦେବା ପାଇଁ କୋର୍ଟ ବାରମ୍ବାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସୁଦ ଏହାକୁ ଅଣଦେଖା କରିଥିଲେ। ଯାହା ଫଳରେ କୋର୍ଟ ତାଙ୍କ ପାଇଁ ଗିରଫ ପରୱାନା ଜାରି କରିଛନ୍ତି। ଲୁଧିଆନାର ଜୁଡିସିଆଲ ମାଜିଷ୍ଟ୍ରେଟ ରମଣପ୍ରୀତ କୌର ଏହି ୱାରେଣ୍ଟ ଜାରି କରିଛନ୍ତି। ମୁମ୍ବାଇର ଅନ୍ଧେରୀ ୱେଷ୍ଟରେ ଥିବା ଓଶିୱାରା ପୋଲିସ ଷ୍ଟେସନକୁ ଏହି ସମନ କରାଯାଇଥିବା ବେଳେ ତାଙ୍କୁ ଗିରଫ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୧୦ ଫେବୃଆରୀ ସୁଦ୍ଧା ଗିରଫ କରିବା ସହି ୱାରେଣ୍ଟ ଫେରାଇବାକୁ ଲେଖିଛନ୍ତି। ଏହା ସହ ୱାରେଣ୍ଟ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାର ଉତ୍ତର ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଯଦି ଗିରଫ କରିବା ସମ୍ଭବ ନ ହୁଏ ତେବେ କାହିଁକି ଗିରଫ କରା ଗଲା ନାହିଁ ତାର କାରଣ ଦର୍ଶାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଫେବୃଆରୀ ୧୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କୁହାଯାଇଛି। ନିକଟରେ ସୋନୁ ସୁଦଙ୍କ ଅଭିନୀତ ଫତେହ ରିଲିଜ ହୋଇଥିଲା। କୋଭିଡ-୧୯ ମହାମାରୀ ସମୟରେ ହୋଇଥିବା ସାଇବର କ୍ରାଇମ ଉପରେ ଆଧାରିତ କିଛି ଘଟଣା ଉପରେ ଏହି ଫିଲ୍ମଟି ନିର୍ମାଣ ହୋଇଥିଲା। ଅନ୍ୟ ପକ୍ଷରେ କୋଭିଡ ମହାମାରୀ ସମୟରେ ଲକ୍ଷାଧିକ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ ସୋନୁ ସୁଦ।

Advertisment

ଅଧିକ ପଢ଼ନ୍ତୁ: ସଂସଦ ଭବନରେ ହେବ ରାମାୟଣ-ଦ ଲିଜେଣ୍ଡ ଅଫ ପ୍ରିନ୍ସ ରାମର ପ୍ରିମୟର

Sonu Sood Arrest Warrent
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ