Advertisment

ଭାଙ୍ଗିଲା ଅରବାଜ ଖାନ ଏବଂ ଜର୍ଜିଆ ଆଣ୍ଡ୍ରିଆନିଙ୍କ ସମ୍ପର୍କ!

ମଲାଇକାଙ୍କ ସହ ସମ୍ପର୍କ ତୁଟିବା ପରେ ଅରବାଜ୍ ଖାନ ଜର୍ଜିଆ ଆଣ୍ଡ୍ରିଆନିଙ୍କ ପ୍ରେମରେ ପଡିଥିଲେ। ସେ ତାଙ୍କୁ ୫ ବର୍ଷ ଧରି ଡେଟ୍ କରୁଛନ୍ତି। ସମସ୍ତେ ଜାଣିଥିଲେ ଉଭୟ ବିବାହ କରିବେ। ଏବେ ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଚମକେଇ ଦେବ।

ଅଦ୍ୟତନ ହୋଇଛି
Arbaaz Khan Giorgia Andriani Break Up

Arbaaz Khan Giorgia Andriani break up

Advertisment

ଅରବାଜ ଖାନ ଏବଂ ଜର୍ଜିଆ ଆଣ୍ଡ୍ରିଆନି ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅରବାଜ୍ ଏବଂ ଜର୍ଜିଆ ଅନେକ ଦିଅନ୍ ହେବ ପରସ୍ପରକୁ ଡେଟ୍ କରୁଛନ୍ତି ଏବଂ ଦୁହେଁ ପ୍ରାୟତଃ ଏକାଠି ସମୟ କାଟିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଅରବାଜ ଏବଂ ଜର୍ଜିଆଙ୍କୁ ନେଇ ଅନେକ ସମୟରେ ବିବାହ ଖବର ଉଠିଥାଏ, କିନ୍ତୁ ବର୍ତ୍ତମାନ ଉଭୟଙ୍କ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ଯେ ଅରବାଜ ଏବଂ ଜର୍ଜିଆଙ୍କ ବ୍ରେକ୍‌ଅପ୍ ହୋଇଛି। ଜର୍ଜିଆଙ୍କ ଏକ ବିବୃତ୍ତି ପରେ ଏହି ଖବର ସାମ୍ନାକୁ ଆସିଛି।

Advertisment

ଜର୍ଜିଆ ଆଣ୍ଡ୍ରିଆନି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଅରବାଜ ଖାନ ଏବଂ ତାଙ୍କ ସହ ଥିବା ସମ୍ପର୍କକୁ ମେଇ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଅରବାଜ ଏବଂ ସେ କେବଳ ଭଲ ବନ୍ଧୁ। କେବଳ ଏତିକି ନୁହେଁ ଉଭୟଙ୍କ ମଧ୍ୟରେ ବିବାହ ଭଳି କିଛି ନାହିଁ ବୋଲି ସେ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: 'ଦ କାଶ୍ମୀର ଫାଇଲ୍ସ'କୁ 'Vulgar' କହିବାରୁ ରାଗିଲେ ଅନୁପମ; ଦେଲେ ଏମିତି ଜବାବ

ତେବେ ଲକ୍‌ଡାଉନ୍ ପରେ ହିଁ ସେମାନଙ୍କ ସମ୍ପର୍କରେ ଅନେକ ପରିବର୍ତ୍ତନ ଆସିଛି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଅରବାଜ ଏବଂ ମଲାଇକାଙ୍କ ପରିବାରକୁ ଅନେକ ଥର ଭେଟିଛନ୍ତି।

Advertisment

ଜର୍ଜିଆ ଆଣ୍ଡ୍ରିଆନି କହିଛନ୍ତି “ମୁଁ କହିଛି ଯେ ମୁଁ ଏବଂ ଅରବାଜ୍ କେବଳ ଭଲ ବନ୍ଧୁ। କିନ୍ତୁ ଯେତେବେଳେ ବିବାହ କଥା ଆସେ, ସତ କହିବି ଯେ ଆମର ବିବାହ କରିବାର କୌଣସି ଯୋଜନା ନାହିଁ। ଲକ୍‌ଡାଉନ୍ ଆମକୁ ଏଭଳି କରିବାକୁ ବାଧ୍ୟ କରିଛି। ଦେଖିବାକୁ ଗଲେ ଲକ୍‌ଡାଉନ୍ ଲୋକମାନଙ୍କୁ ନିକଟତର କରିଛି ନଚେତ ସେମାନଙ୍କୁ ଅଲଗା କରିଦେଇଛି।”

ଜର୍ଜିଆଙ୍କ ଏହି ବିବୃତ୍ତି ପରେ ହିଁ ଅନୁମାନ କରାଯାଉଛି ଯେ ଉଭୟଙ୍କ ବ୍ରେକ୍ ଅପ୍ ହୋଇଛି। କିନ୍ତୁ ବ୍ରେକ୍‌ଅପ୍ ପରେ ମଧ୍ୟ ଅରବାଜ୍ ଏବଂ ଜର୍ଜିଆ ସେମାନଙ୍କ ମଧ୍ୟରେ ଦୂରତା ଆଣିବାକୁ ଦେଉନାହାଁନ୍ତି। ଅତୀତରେ ଅରବାଜ ଖାନ ମଧ୍ୟ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ଏତେଶୀଘ୍ର ବିବାହ ବିଷୟରେ କହିହେବ ନାହିଁ।

ଉଲ୍ଲେଖନୀୟ କଥା ହେଉଛି, ମଲାଇକାଙ୍କ ସହ ସମ୍ପର୍କ ତୁଟିବା ପରେ ଅରବାଜ୍ ଖାନ ୨୦୧୭ରୁ ଜର୍ଜିଆଙ୍କ ପ୍ରେମରେ ପଡିଛନ୍ତି। ଅରବାଜ ଖାନ ଏବଂ ଜର୍ଜିଆ ଆଣ୍ଡ୍ରିଆନି ୫ ବର୍ଷ ଧରି ପରସ୍ପରକୁ ଡେଟ୍‌ ‌କରୁଛନ୍ତି। ଉଭୟ କିନ୍ତୁ ସେମାନଙ୍କ ସମ୍ପର୍କକୁ ନେଇ ନୀରବ ଥିଲେ।

Arbaaz Khan Giorgia Andriani break up(ମଲାଇକାଙ୍କ ସହ ଅରବାଜ୍)

ଉଭୟଙ୍କ ମଧ୍ୟରେ ୨୨ ବର୍ଷର ବୟସ ବ୍ୟବଧାନ ଅଛି। ଅର୍ଥାତ ଜର୍ଜିଆଙ୍କ ଠାରୁ ଅରବାଜ ୨୨ ବର୍ଷ ବଡ ଏବଂ ଏହି କାରଣରୁ ଉଭୟ ନିଜ ସମ୍ପର୍କ ପାଇଁ ଅନେକ ଥର ଟ୍ରୋଲ ମଧ୍ୟ ହୋଇଛନ୍ତି। କିନ୍ତୁ ସବୁବେଳେ ଉଭୟ ଲୋକଙ୍କ କଥାକୁ ଅଣଦେଖା କରିଛନ୍ତି।

Bollywood Malaika Arora Arbaaz Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ