• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଏ.ଆର୍.ରେହମାନଙ୍କୁ ଆଜି କିଏ ବା ନଜାଣେ । କେବଳ ଭାରତ କାହିଁକି ପୂରା ବିଶ୍ୱରେ ଆଜି ସେ ନିଜର ସଙ୍ଗୀତ ପାଇଁ ପରିଚିତ । କିନ୍ତୁ ତାଙ୍କର ସଙ୍ଗୀତ ସାଧନା ଏତେ ସହଜ ନଥିଲା । ବର୍ଷ ବର୍ଷ ଧରି ନିରନ୍ତର କଠିନ ପରିଶ୍ରମ, ତ୍ୟାଗ ଆଜି ତାଙ୍କୁ ଏପରି ସ୍ତରରେ ଆଣି ପହଞ୍ଚାଇଛି । ସମୟ ଥିଲା ଯେତେବେଳେ ତାଙ୍କୁ ନିଜର ଷ୍ଟୁଡ଼ିଓ କୋଲିବାକୁ ଗୁରୁତର ଭାବେ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିଥିଲା ।

ଏତେ ବର୍ଷର ସଂଘର୍ଷ ଓ ସାଧନା ବଳରେ ଆଜି ସେ ଏପରି ସ୍ତରରେ ପହଞ୍ଚି ପାରିଛନ୍ତି । ସର୍ବୋଚ୍ଚ ସମ୍ମାନ ଓସ୍କାର୍ ପର୍ଯ୍ୟନ୍ତ ଯାଇପାରିଛନ୍ତି । ତେବେ ତାଙ୍କର ଏପରି ସଫଳତା ପଛରେ ଏ.ଆର୍.ଙ୍କର ଯେତିକି ହାତ ରହିଛି ତାଙ୍କ ମାଆଙ୍କର ମଧ୍ୟ ସେତିକି ହାତ ରହିଛି । ଆପଣ ଜାଣିନଥିବେ, ନିଜ ଗହଣା ବିକି ସେ ରହମାନଙ୍କର ଷ୍ଟୁଡ଼ିଓ ପାଇଁ ଟଙ୍କା ଯୋଗାଡ଼ କରିଥିଲେ ।

ନିକଟରେ ନେଟଫ୍ଲିକ୍ସରେ ଏକ ସାକ୍ଷାତକାରରେ ଏହି ମ୍ୟୁଜିକ୍ ମାଏଷ୍ଟ୍ରୋ ଏନେଇ ପ୍ରକାଶ କରିଛନ୍ତି । ଷ୍ଟୁଡିଓ ପାଇଁ ତାଙ୍କର ପ୍ରଥମ ଯନ୍ତ୍ରପାତି କିଣିବାରେ ତାଙ୍କ ମାଆଙ୍କୁ ଅଳଙ୍କାର ବିକ୍ରୟ କରିବାକୁ ପଡିଥିଲା ବୋଲି ସେ କହିଛନ୍ତି । ନିକଟରେ ମୁକ୍ତିଲାଭ କରିଥିବା ଅମର ସିଂ ଚମକିଲାର ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀଙ୍କ ସହ ଗାୟକ ମୋହିତ୍ ଚୌହାନ୍ ଏବଂ ଗୀତିକାର ଇର୍ଶାଦ କାମିଲଙ୍କ ସହ ବାର୍ତ୍ତାଳାପ ସମୟରେ ନିଜର କଷ୍ଟ ଓ ସଂଘର୍ଷ ବିଷୟରେ କହିଛନ୍ତି ।

ନିଜର ସଂଘର୍ଷପୂର୍ଣ୍ଣ ଦିନମାନଙ୍କରେ ତାଙ୍କ ପରିବାର ତାଙ୍କୁ କିପରି ସାହାଯ୍ୟ କରିଥିଲା ରହମାନ କହଥିଲେ । ଯେତେବେଳେ ଷ୍ଟୁଡିଓ ଆରମ୍ଭ କରିବାକୁ ଯାଉଥିଲି, ସେତେବେଳେ ମୋ ପାଖରେ ଟଙ୍କା ନଥିଲା । ଏମ୍ପ୍ଲିଫାୟର୍ କିମ୍ବା ଇକ୍ୱାଲାଇଜର୍ କିଣିବାକୁ ଟଙ୍କା ନଥିଲା । ଷ୍ଟୁଡ଼ିଓରେ କେବଳ ଗୋଟିଏ ମାତ୍ର ଏସି, ଥାକ ଓ କାର୍ପେଟ ଥିଲା । ଅନ୍ୟ କୌଣସି ଯନ୍ତ୍ରପାତି କିଣିବାକୁ ପଇସା ନଥିଲା ।

ସେହି ସମୟରେ ମୋର ମାଆ ନିଜ ଗହଣା ବିକ୍ରି କରି ମୋତେ ଟଙ୍କା ଦେଇଥିଲେ ବୋଲି ରହମାନ କହିଛନ୍ତି । ସେତେବେଳେ ମୁଁ ନିଜକୁ ସଶକ୍ତ ଅନୁଭବ କଲି । ତାପରେ ଗୋଟିଏ ମୁହୂର୍ତ୍ତରେ ମୁଁ ବଦଳିଗଲି ବୋଲି କହିଛନ୍ତି ରହମାନ । ଏହା ସହ ସେ କହିଥିଲେ ଯେ, ସେ କଲେଜ ଯାଇ ନାହାଁନ୍ତି । ଗୋଟେ ସମୟ ଥିଲା ଯେତେବେଳେ ସବୁକିଛି ହରାଇବା ପରି ଲାଗୁଥିଲା । ୧୨ ବର୍ଷ ବେଳେ ମୁଁ ୪୦-୫୦ ବର୍ଷର ଲୋକଙ୍କ ସହ ମିଶୁଥିଲି । ଏହା ବିରକ୍ତ କରୁଥିଲା ବୋଲି ସେ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now