AR Rahman Divorce: ସାଇରାଙ୍କୁ କେମିତି କରିଥିଲେ ପ୍ରେମ ନିବେଦନ, ରହମାନ୍‌ କଲେ ଖୁଲାସା

୨୯ ବର୍ଷ ଧରି ଏକାଠି ରହିବା ପରେ ଅଲଗା ହୋଇଛନ୍ତି ଓସ୍କାର ବିଜେତା ଏ.ଆର୍. ରହମାନ୍ ଓ ତାଙ୍କ ପତ୍ନୀ ।

ସାଇରାଙ୍କୁ ଏମିତି କରିଥିଲେ ପ୍ରେମ ନିବେଦନ

୨୯ ବର୍ଷ ଧରି ଏକାଠି ରହିବା ପରେ ଅଲଗା ହୋଇଛନ୍ତି ଓସ୍କାର ବିଜେତା ଏ.ଆର୍. ରହମାନ୍ ଓ ତାଙ୍କ ପତ୍ନୀ । ଏନେଇ ରହମାନ୍‌ ସୋସିଆଲ୍ ମିଡିଆରେ ଉଲ୍ଲେଖ କରିଛନ୍ତି । ପାଖାପାଖି ତିନି ଦଶନ୍ଧି ଧରି ଏକାଠି ରହିବା ପରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ସୋସିଆଲ୍ ମିଡିଆରେ ରହମାନ୍ ଲେଖିଛନ୍ତି, ସେ ଓ ତାଙ୍କ ପତ୍ନୀ ସାଇରା ବାନୁ ବିବାହର ପ୍ରାୟ ତିନି ଦଶନ୍ଧି ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ସକାଳେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ ଏନେଇ ସେ ପୋଷ୍ଟ କରିଛନ୍ତି ।

ତେବେ ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । ରହମାନ୍‌ଙ୍କର ଏକ ସାକ୍ଷାତକାର ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ପ୍ରଥମ ସାକ୍ଷାତ ଓ ସେମାନଙ୍କର ସମ୍ପର୍କର ପ୍ରାରମ୍ଭିକ ବର୍ଷଗୁଡ଼ା କେମିତି ଥିଲା ତାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଚେନ୍ନାଇର ଏକ ସୁଫି ଶ୍ରେଇନ୍‌ରେ ସେମାନଙ୍କର ପ୍ରଥମ ଭେଟ ହୋଇଥିଲା ।

ଅଧିକ ପଢ଼ନ୍ତୁ: କଟକରେ ପୁଣି ଲଜ୍ଜା!! ୮ ବର୍ଷର କୁନିଝିଅକୁ ଦୁଷ୍କର୍ମ ଅଭିଯୋଗ

ଏହା ପରେ ରହମାନ୍‌ଙ୍କ ବିବାହରେ ତାଙ୍କ ମାଆ ଏବଂ ଭଉଣୀ ପ୍ରମୁଖ ଭୂମିକା ନେଇଥିଲେ ବୋଲି ନିଜ ସାକ୍ଷାତକାରରେ କହିଥିଲେ ରହମାନ୍ । ନସ୍ରିନ୍ ମୁନି କବୀରଙ୍କ ପୁସ୍ତକରେ ଏ ବିଷୟରେ ଉଲ୍ଲେଖ କରାଯାଇଛି । ଓସ୍କାର ବିଜେତାଙ୍କର ସାଇରାଙ୍କ ସହ କିପରି ସମ୍ପର୍କ ଆରମ୍ଭ ହୋଇଥିଲା ସେ ବିଷୟରେ ଖୋଲାଖୋଲି ଭାବରେ ଲେଖାଯାଇଛି ।

ରହମାନ୍‌ ଏହା ମଧ୍ୟ କହିଛନ୍ତି କି, ସେ କେବେ ବି ପର ସ୍ତ୍ରୀକୁ ଦେଖିନାହାନ୍ତି । କିନ୍ତୁ ୧୯୯୪ ରେ ସାଇରାଙ୍କୁ ଦେଖିବା ପରେ ତାଙ୍କର ମନ ଓ ମସ୍ତିଷ୍କ କିଛି ଠିକଣାରେ ରହିନଥିଲା । ତାଙ୍କୁ ସତେଇଶ ବର୍ଷ ହୋଇଥିବେ ବେଳେ ସେ ବିବାହ କରିବାର ସମୟ ଆସିଯାଇଛି ବୋଲି ସ୍ଥିର କରି ନେଇଥିଲେ । ତେବେ ମଧ୍ୟ ଝିଅଙ୍କ ସହ କଥାବାର୍ତ୍ତା କରୁନଥିବା ପୁରୁଷଟି ହଠାତ୍ ଏପରି ହୋଇଯିବ ବୋଲି ସେ କେବେ ମଧ୍ୟ ଭାବିନଥିଲେ ବୋଲି କହିଛନ୍ତି ।

କିନ୍ତୁ ଯେତେବେଳେ ସେ ସାଇରାଙ୍କୁ ପ୍ରଥମେ ଭେଟିଲେ ସେତେବେଳେ ସବୁ କିଛି ବଦଳିଗଲା । ସେ ସୁନ୍ଦର ଏବଂ ଭଦ୍ର ଥିଲେ । ଆମେ ପ୍ରଥମ ଥର ପାଇଁ ୬ ଜାନୁଆରୀ ୧୯୯୫ ରେ ଭେଟାଭେଟି ହୋଇଥିଲୁ । ସେତେବେଳେ ରହମାନ୍‌ଙ୍କର ଅଠେଇଶତମ ଜନ୍ମଦିନ ଥିଲା ବୋଲି ସେ କହିଛନ୍ତି । ଏହା ପରେ ଫୋନରେ ଚାଟ୍ ଆରମ୍ଭ ହୋଇଥିଲା । ପରେ ପରେ ସେ ଇଂରାଜୀରେ ସାଇରାଙ୍କୁ ପ୍ରପୋଜ୍ ଦେଇଥିଲେ ଓ ସାଇରା ଏହାକୁ ଗ୍ରହଣ କରିଥିଲେ ବୋଲି କହିଛନ୍ତି ।

ତେବେ ବିଚ୍ଛେଦକୁ ନେଇ ଏ.ଆର୍. ରହମାନ୍ ଲେଖିଛନ୍ତି, ଯଦିଓ ତିରିଶ ବର୍ଷ ଶେଷ କରିବାକୁ ଆଶା ରଖିଥିଲୁ, ତଥାପି ଏହା କେବଳ ଆଶାରେ ହିଁ ରହିଗଲା । ସବୁ ଜିନିଷ ଗୋଟେ ସମୟରେ ସରିଯାଏ । ଏପରିକି ଆମର ଖଣ୍ତିତ ହୃଦୟ ଦେଖି ଭଗବାନଙ୍କର ସିଂହାସନ ମଧ୍ୟ ଟଳମଳ ହେଉଥିବ । ତଥାପି, ଯଦି ଭାଙ୍ଗିବାରେ ଅର୍ଥ ଖୋଜାଯାଏ, ସେଗୁଡ଼ିକ ନିଜର ସ୍ଥାନକୁ ଫେରିପାରନ୍ତି ନାହିଁ । ଏହା କହି ସେ ନିଜର ବୈବାହିକ ଜୀବନର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଏହା ସହ ସେମାନଙ୍କର ଗୋପନୀୟତାକୁ ସମ୍ମାନ ଦେଇଥିବାରୁ ମଧ୍ୟ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

୫୭ ବର୍ଷୀୟ ଏଆର ରହମାନ ୧୯୯୫ ମସିହାରେ ସାଇରାଙ୍କୁ ନିକାହ କରିଥିଲେ । ସେମାନଙ୍କର ୩ଟି ସନ୍ତାନ ମଧ୍ୟ ରହିଛନ୍ତି । ହେଲେ ବର୍ତ୍ତମାନ ସେମାନେ ଦୀର୍ଘ ୨୯ ବର୍ଷର ନିକାହରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଅନ୍ୟପଟେ ସାଇରାଙ୍କ କହିବା କଥା ଯେ ରହମାନ୍‌ଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ । ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ ବୋଲି ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ।

ତେବେ ସେମାନଙ୍କର ଝିଅ ମଧ୍ୟ ଏ ବାବଦରେ ନିଜର ସ୍ପଷ୍ଟ ମତ ରଖିଛନ୍ତି । ସେ କହିଛନ୍ତି, ମୁଁ ସେମାନର ନିଷ୍ପତ୍ତିକୁ ସ୍ୱାଗତ କରୁଛି ଓ ସମ୍ମାନ ଜଣାଉଛି । ଏହା ଏକ ଅତ୍ୟନ୍ତ ଗୋପନୀୟ ବିଷୟ । ଏହା ସହ ବାକି ଦୁଇ ସନ୍ତାନ ମଧ୍ୟ ଏ ବାବଦରେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସାଇରାଙ୍କ ପକ୍ଷରୁ ତାଙ୍କ ଟିମ ଜାରି କରିଥିବା ବିବୃତିରେ କୁହାଯାଇଛି ଯେ “ଦୀର୍ଘ ବର୍ଷର ବିବାହ ପରେ ସାଇରା ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତିକ୍ରମେ ତାଙ୍କ ସ୍ୱାମୀ ଏଆର ରହମାନଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ସମ୍ପର୍କରେ ଅନେକ ଭାବବିହ୍ୱଳ ଭଟା ସୃଷ୍ଟି ହେବା ପରେ ଏପରି ନିଷ୍ପତ୍ତି ସାଇରା ନେଇଛନ୍ତି ।

ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଗଭୀର ଭଲ ପାଇବା ଥିଲେ ମଧ୍ୟ ଚାପ ଓ ଅସୁବିଧା ପାଇଁ ଉଭୟ ଉଭୟଙ୍କର ହାତ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଦମ୍ପତିଙ୍କ ମଧ୍ୟରେ ଏମିତି ଏକ ପାର୍ଥକ୍ୟ ସୃଷ୍ଟି ହୋଇଛି ଯାହାକୁ ଭରଣା କରିବା ଦୁଇ ପକ୍ଷ ମଧ୍ୟରେ ସମ୍ଭବ ନୁହେଁ । ଅତ୍ୟନ୍ତ କଷ୍ଟ ଓ ଯନ୍ତ୍ରଣାର ସହ ସାଇରା ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସୋସିଆଲ୍ ମିଡିଆରେ ଲେଖିଛନ୍ତି । ଏପରି ଚ୍ୟାଲେଞ୍ଜିଂ ସମୟ ମଧ୍ୟରେ ଜନସାଧାରଣଙ୍କଠାରୁ ଗୋପନୀୟତା ପାଇଁ ଅନୁରୋଧ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଅଭିଷେକଙ୍କ ପୂର୍ବରୁ ଏହି ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଥିଲେ ଐଶ୍ୱର୍ଯ୍ୟା, ଜାଣନ୍ତୁ ସେ କିଏ…