Advertisment

ନା ଅନୁଷ୍କା ପିନ୍ଧିଥିଲେ ହେଲ୍‌ମେଟ୍‌ ନା ବଡିଗାର୍ଡ, ଏବେ ଗଣିଲେ ଏତିକି ଟଙ୍କା ଫାଇନ୍‌...

ବିନା ହେଲ୍‌ମେଟ୍‌ରେ ମୁମ୍ବାଇ ରାସ୍ତାରେ ବାଇକ୍‌ରେ ଯାତ୍ରା କରି ଅଡ଼ୁଆରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌ ପରେ ବିନା ହେଲ୍‌ମେଟ୍‌ରେ ଯାତ୍ରା ନେଇ ଲୋକେ ପ୍ରଶ୍ନ ଉଠାଇ ଥିଲେ ଓ ଏହାପରେ ଆକ୍ସନ ନିଆଯାଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Anushka Sharma's Bodyguard

Anushka Sharma's bodyguard fined Rs 10, 500

Advertisment

ବିନା ହେଲ୍‌ମେଟ୍‌ରେ ମୁମ୍ବାଇ ରାସ୍ତାରେ ବାଇକ୍‌ରେ ଯାତ୍ରା କରି ଅଡ଼ୁଆରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ରୋଡ୍‌ ବ୍ଲକ୍‌ ଯୋଗୁ କାର୍‌ ପରିବର୍ତ୍ତେ ବାଇକ୍‌ରେ ଯାତ୍ରା ପାଇଁ ଅନୁଷ୍କା ନିଷ୍ପତ୍ତି ନେଇଥିଲେ। ହେଲେ ତାଙ୍କର ଏହି ନିଷ୍ପତ୍ତିକୁ ଏବେ ତାଙ୍କୁ ଅଡ଼ୁଆରେ ପକାଇଛି। ବଡିଗାର୍ଡଙ୍କ ସହ ବିନା ହେଲ୍‌ମେଟ୍‌ରେ ଅନୁଷ୍କାଙ୍କ ବାଇକ୍‌ ଯାତ୍ରା ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କ ଅଭିଯୋଗ ପରେ ଏବେ ଆକ୍ସନ ନିଆଯାଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌ ପରେ ବିନା ହେଲ୍‌ମେଟ୍‌ରେ ଯାତ୍ରା ନେଇ ଲୋକେ ପ୍ରଶ୍ନ ଉଠାଇ ଥିଲେ ଓ ଏହାପରେ ଆକ୍ସନ ନିଆଯାଇଥିବା ଜଣାପଡ଼ିଛି।

Advertisment

ଏକ ନ୍ୟୁଜ୍‌ ରିପୋର୍ଟ ଅନୁସାରେ, ଅନୁଷ୍କାଙ୍କ ବଡିଗାର୍ଡ ସୋନୁ ଶେଖଙ୍କୁ ୧୦, ୫୦୦ ଟଙ୍କା ଫାଇନ୍‌ ପଡ଼ିଛି। ତାଙ୍କ ନାଁରେ ଏକ ଚାଲାଣ କଟିଛି। ଉଭୟ ଅନୁଷ୍କା ଓ ତାଙ୍କ ବଡ଼ିଗାର୍ଡ ସୋନୁ ବିନା ହେଲ୍‌ମେଟ୍‌ରେ ବାଇକ୍‌ରେ ଯାତ୍ରା କରୁଥିଲେ। Times Now ରିପୋର୍ଟ ଅନୁସାରେ, ମୁମ୍ବାଇ ଟ୍ରାଫିକ ପୋଲିସ୍‌ ସୋନୁଙ୍କ ନାଁରେ ୧୦, ୫୦୦ ଟଙ୍କା ଫାଇନ୍‌ କାଟିଛି। ସୋନୁ ମଧ୍ୟ ଏହି ଫାଇନ୍‌ ଦେଇଥିବା ମୁମ୍ବାଇ ଟ୍ରାଫିକ ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ସୂଚନାଥାଉ କି, ନିକଟରେ ବିନା ହେଲ୍‌ମେଟ୍‌ରେ ଅନୁଷ୍କା ବାଇକ୍‌ରେ ଯାତ୍ରା ନେଇ ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହୋଇଥିଲା। ଏନେଇ ଜଣେ ୟୁଜର ମୁମ୍ବାଇ ପୋଲିସ୍‌କୁ ଟ୍ୟାଗ କରି ଲେଖିଥିଲେ, ‘ମୁମ୍ବାଇ ପୋଲିସ୍‌ ନୋ ହେଲ୍‌ମେଟ୍‌ ?’ ଏହାର ଜବାବରେ ମୁମ୍ବାଇ ପୋଲିସ୍‌ କହିଛି, ଏନେଇ ଟ୍ରାଫିକ ପୋଲିସ୍‌କୁ ସୂଚନା ଦିଆଯାଇଛି।’

ଖାଲି ଅନୁଷ୍କା ନୁହନ୍ତି ନିକଟରେ ବିଗ୍‌ ବି ଅମିତାଭ ବଚ୍ଚନ ମଧ୍ୟ ବିନା ହେଲ୍‌ମେଟ୍‌ରେ ବାଇକ୍‌ରେ ଯାତ୍ରା କରିଥିବା ନଜର ଆସିଥିଲା। ଅମିତାଭ ଶୁଟିଂ ସେଟ୍‌ରେ ପହଞ୍ଚିବା ପାଇଁ ଜଣେ ପ୍ରଶଂସକଙ୍କଠୁ ଲିଫ୍ଟ ନେଇଥିଲେ ଓ ତାଙ୍କ ବାଇକ୍‌ ପଛରେ ବସି ଯାଇଥିଲେ। ଏହି ସମୟରେ ଉଭୟ ହେଲ୍‌ମେଟ୍‌ ପିନ୍ଧି ନଥିବା ଦେଖିବାକୁ ମିଳିନଥିଲା। ଅମିତାଭ ଓ ଅନୁଷ୍କା ଉଭୟ ବିନା ହେଲ୍‌ମେଟ୍‌ରେ ବାଇକ୍‌ରେ ଯାତ୍ରା ନେଇ ୟୁଜର୍ସ ପ୍ରଶ୍ନ ଉଠାଇଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ