Advertisment

ଅନୁପମ୍‌ଙ୍କ ବଡ଼ପଣିଆ; ଆସିଷ୍ଟାଣ୍ଟଙ୍କ ଝିଅ ବାହାଘରକୁ ଗଲେ..ଫଟୋ ସେୟାର କଲେ

ପୁଣି ଭାଇରାଲ ହେଲେ ଅନୁପମ ଖେର। ଏଥର ନିଜ ଫିଲ୍ମ ପାଇଁ ନୁହଁ ବରଂ ନିଜ ବଡ଼ପଣ ପାଇଁ। ବଡ଼ ଛୋଟର ଭେଦଭାବ ନକରି ନିଜ ପାଖରେ କାମ କରୁଥିବା କର୍ମଚାରୀଙ୍କ ଝିଅ ବାହାଘରେ ପହଞ୍ଚିଲେ। ବରବଧୂଙ୍କୁ ଆଶୀର୍ବାଦ ଦେଲେ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ।

ଅଦ୍ୟତନ ହୋଇଛି
Anupam Kher attends wedding of his assistant’s daughter

Anupam Kher

Advertisment

ପୁଣି ଚର୍ଚ୍ଚାରେ ବଲିଉଡ୍‌ର ବରିଷ୍ଠ ଅଭିନେତା ଅନୁପମ୍‌ ଖେର୍‌। ନିଜର ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ଅନୁପମ୍‌ ଆଜି ତାଙ୍କ ବଡ଼ପଣିଆକୁ ନେଇ ବେଶ୍ ଚର୍ଚ୍ଚାରେ। ବଡ଼ ଛୋଟର ଭେଦଭାବ ନକରି ନିଜ ପାଖରେ କାମ କରୁଥିବା କର୍ମଚାରୀଙ୍କ ଝିଅ ବାହାଘରେ ପହଞ୍ଚିଲେ। ବରବଧୂଙ୍କୁ ଆଶୀର୍ବାଦ ଦେଲେ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ। ଯାହାକୁ ନେଇ ଟର୍ଚ୍ଚା ବଢ଼ିଛି।

Advertisment

ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର। ସେ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଦୟାଳୁ ପ୍ରକୃତି ପାଇଁ ମଧ୍ୟ ପରିଚିତ। ସେ ସବୁବେଳେ ପିଲା, ବୟସ୍କ ଏବଂ ସେଟରେ ଥିବା ଲୋକଙ୍କ ସହିତ ଖୁସି ବାଣ୍ଟୁଥିବାର ଦେଖାଯାଏ। ତାଙ୍କର ଏହି ଭାବଭଙ୍ଗୀ ପ୍ରଶଂସକଙ୍କ ହୃଦୟ ଜିତିଥାଏ। ନିକଟରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କରିଥିବା ଏକ ଭିଡିଓ ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି।

ଅଧିକ ପଢ଼ନ୍ତୁ: ଏହି ମେକ୍‌ଅପ୍ କଳାକାରଙ୍କ ଛୁଆଁରେ ବଦଳିଗଲେ ବିଗ୍ ବି; ଦେଖିଲେ ଆପଣଙ୍କ ଆଖି ଧୋକ୍କା ଖାଇଯିବ !

Advertisment

କିଛିଦିନ ତଳେ ସେ ତାଙ୍କ ଆସିଷ୍ଟାଣ୍ଡଙ୍କ ଝିଅର ବାହାଘରରେ ଯୋଗ ଦେଇଥିଲେ, ଯାହାର ଏକ ଭିଡିଓକୁ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସେୟାର କରିଥିଲେ। ଏଥିରେ ସେ ଲେଖିଛନ୍ତି, “ମୋର ୩୯ ବର୍ଷୀୟ ସହାୟକ ଦତ୍ତୁଙ୍କ ଝିଅ ବର୍ଷା, ପ୍ରୀତେଶଙ୍କୁ ବିବାହ କରିଛି। ମୁଁ ବର୍ଷାକୁ ଗୋଟିଏ ଛୋଟ ଝିଅରୁ ସୁନ୍ଦର ବଧୂ ରୂପରେ ଦେଖିଲି। ଏହି ଦମ୍ପତିଙ୍କ ଦୀର୍ଘ ଏବଂ ସୁଖୀ ଦାମ୍ପତ୍ୟ ଜୀବନର ଶୁଭକାମନା। ସର୍ବଦା ପ୍ରେମ ଏବଂ ପ୍ରାର୍ଥନା”।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଅନୁପମ ଖେର ବରବଧୂଙ୍କୁ ଆଶୀର୍ବାଦ ଦେଉଛନ୍ତି। ଏବଂ ଏହା ପରେ ସେ ତାଙ୍କ ସହାୟକ ଏବଂ ତାଙ୍କ ପତ୍ନୀଙ୍କ ସହ ଫଟୋ ଉଠାଉଛନ୍ତି। ତେବେ ଅନୁପମ ଏହି ଭିଡିଓଟି ସେୟାର କରିବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଥିଲା। ୟୁଜର୍ସ ଏଥିରେ ନବବିବାହିତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଅନୁପମ ବଡ଼ ଛୋଟ ବିଚାର ନକରି ତାଙ୍କ ଆସିଷ୍ଟାଣ୍ଟଙ୍କ ନିମନ୍ତ୍ରଣ ରକ୍ଷା କରିଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

ଅଧିକ ପଢ଼ନ୍ତୁ: ଦିଶାଙ୍କୁ ମିଳିଗଲା କି ନୂଆ ପ୍ରେମିକ; ତାଙ୍କ ହାତରେ ଦେଖିବାକୁ ମିଳିଛି ସାଉଥ୍‌ର ଏହି ସୁପରଷ୍ଟାର୍‌ଙ୍କ ନାଁ

Anupam Kher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ