Advertisment

ବର୍ଷାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଅନୁଭବ

ଏହି ପୋଷ୍ଟ ପରେ ଅନେକ ଶୁଭେଚ୍ଛୁ ଓ ପ୍ରଶଂସକ ଶୁଭେଚ୍ଛା କରିଥିଲେ ବି ସମାଲୋଚନା କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଯେ ବର୍ଷାଙ୍କୁ ସକାଳେ ୱିସ୍ ନକରି ଅପରାହ୍ନରେ କାହିଁକି କଲେ। ସେହି ପରି ଅନ୍ୟ ଜଣେ ଯୁଜର୍ସ ଲେଖିଛନ୍ତି ଯେ,ଏମିତି ଜଣେ ଦାୟିତ୍ଵବାନ ଏବଂ ଯତ୍ନବାନ ସ୍ୱାମୀ ପାଇବା ଭାଗ୍ୟରେ ଥିଲେ ମିଳେ। ଯିଏ କି ଏତେ ସବୁ ହେଲା ପରେ ବି ତାଙ୍କ କର୍ତ୍ତବ୍ୟ ଭୁଲି ନାହାଁନ୍ତି।

ବର୍ଷାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଅନୁଭବ

Anubhab and Barsha

Advertisment

ଭୁବନେଶ୍ୱର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସ୍ୱାମୀ ଅନୁଭବ ମହାନ୍ତି। ସୋସିଆଲ ମିଡିଆରେ ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ। ଉଭୟ ଫେସବୁକ୍‌, ଟ୍ୱିଟରରେ ସେ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନେକ ଦିନ ଧରି ଉଭୟଙ୍କ ମଧ୍ୟରେ ବିବାଦ ରହିଆସିଥିଲେ ବି ଆଜି ନିଜର ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାମୀ ଅନୁଭବ।  

Advertisment

ସେଥିରେ ଅନୁଭବ ଲେଖିଛନ୍ତି ଯେ, ଆମେ ଦୁହେଁ ଭଲ ସ୍ୱାମୀ-ସ୍ତ୍ରୀ ହୋଇପାରିଲୁନି ସତ କିନ୍ତୁ ଉଭୟେ ଚିର ଦିନ ପାଇଁ ଉତ୍ତମ ବନ୍ଧୁ ହୋଇ ରହିପାରିବୁ । ମୋର ପରିବାର, ଶୁଭେଚ୍ଛୁ, ସମର୍ଥକଙ୍କ ପକ୍ଷରୁ ଆପଣଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା। ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ, ସଫଳତା ଓ ସମୃଦ୍ଧିର କାମନା।

Advertisment

ଏହି ପୋଷ୍ଟ ପରେ ଅନେକ ଶୁଭେଚ୍ଛୁ ଓ ପ୍ରଶଂସକ ଶୁଭେଚ୍ଛା କରିଥିଲେ ବି ସମାଲୋଚନା କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଯେ ବର୍ଷାଙ୍କୁ ସକାଳେ ୱିସ୍ ନକରି ଅପରାହ୍ନରେ କାହିଁକି କଲେ। ସେହି ପରି ଅନ୍ୟ ଜଣେ ଯୁଜର୍ସ ଲେଖିଛନ୍ତି ଯେ,ଏମିତି ଜଣେ ଦାୟିତ୍ଵବାନ ଏବଂ ଯତ୍ନବାନ ସ୍ୱାମୀ ପାଇବା ଭାଗ୍ୟରେ ଥିଲେ ମିଳେ। ଯିଏ କି ଏତେ ସବୁ ହେଲା ପରେ ବି ତାଙ୍କ କର୍ତ୍ତବ୍ୟ ଭୁଲି ନାହାଁନ୍ତି।  

ବର୍ଷାଙ୍କ ଜନ୍ମଦିନରେ ଫେସବୁକ୍‌ରେ ଶୁଭେଚ୍ଛା ଜଣାଇଲେ ଅନୁଭବ

କିନ୍ତୁ ବର୍ଷାଙ୍କ ଜନ୍ମଦିନରେ ଆଉ ସାଂସଦ ଅନୁଭବଙ୍କ ଏହି ବନ୍ଧୁତ୍ୱଭରା ପୋଷ୍ଟକୁ ନେଇ ପୁଣି ଓଲିଉଡ୍‌ର ହିଟ୍ ଯୋଡି ଏକାଠି ହେବା ନେଇ ଚର୍ଚ୍ଚା ହେଉଛି। ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଥରେ ଯୋଡ଼ି ହେବା ନେଇ ମଧ୍ୟ ସୋଶାଲ ମିଡିଆରେ ଚର୍ଚ୍ଚା ହେଉଛି। ଓଲିଉଡ୍‌ ଜଗତର ହିଟ ଯୋଡ଼ି କୁହାଯାଉଥିବା ଅନୁଭବ ଓ ବର୍ଷା ଦୁହେଁ ପ୍ରେମ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇ କଥା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଛି।

Advertisment

ପତ୍ନୀ ବର୍ଷା ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଥିବା ବେଳେ ଅନୁଭବ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ମାମଲା ଆବେଦନ କରିଛନ୍ତି। ଯାହା ଏବେ ଏହା ବିଚାରାଧୀନ ରହିଛି। ତେବେ ଅନୁଭବଙ୍କର ଆଜିର ପୋଷ୍ଟକୁ ନେଇ ପୁଣିଥରେ ଉଭୟଙ୍କ ସମ୍ପର୍କରେ ନୂଆ ସମ୍ଭାବନା ସୃଷ୍ଟି ହେବା ନେଇ ଚର୍ଚ୍ଚା ହେଉଛି।

Anubhav Mohanty Odisha News Barsha Anubhav Controversy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ