Advertisment

ବିଗ୍‌ ବିଙ୍କ ବଡିଗାର୍ଡ ରୋଜଗାର କରୁଛନ୍ତି ବାର୍ଷିକ ଦେଢ କୋଟି !

କନ୍‌ଷ୍ଟେବଲ ଚାକିରି କରିଥିବା ଜଣେ ବ୍ୟକ୍ତିଙ୍କ ବାର୍ଷିକ ଆୟ ହେଉଛି ୧.୫ କୋଟି। ଏହି କନ୍‌ଷ୍ଟେବଲ କିଏ ଜାଣନ୍ତି ? ସେ ହେଉଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଡିଗାର୍ଡ

ଅଦ୍ୟତନ ହୋଇଛି
amitabh bachchans police bodyguard

amitabh bachchans police bodyguard

Advertisment

ମୁମ୍ବାଇ: ବଡ ଚାକିରୀ...ଲୋଭନୀୟ ଦରମା..କିଏ ବା ନ ଚାହେଁ ! ହେଲେ ସମସ୍ତଙ୍କୁ ମିଳି ନ ଥାଏ ଏମିତି ସୁଯୋଗ । କିନ୍ତୁ ଛୋଟ ଚାକିରି କରି ମାସକୁ ମିଳୁଛି ୧୦ ଲକ୍ଷରୁ ଅଧିକ ଦରମା । ଅସମ୍ଭବ ବୋଲି ଭାବୁଛନ୍ତି କି ?  ବିଲ୍‌କୁଲ୍‌ ନୁହେଁ।  କନ୍‌ଷ୍ଟେବଲ ଚାକିରି କରିଥିବା ଜଣେ ବ୍ୟକ୍ତିଙ୍କ ବାର୍ଷିକ ଆୟ ହେଉଛି ୧.୫ କୋଟି। ଏହି କନ୍‌ଷ୍ଟେବଲ କିଏ ଜାଣନ୍ତି ? ସେ ହେଉଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଡିଗାର୍ଡ ଜିତେନ୍ଦ୍ର ସିନ୍ଧେ।
କନ୍‌ଷ୍ଟେବଲ ଜିତେନ୍ଦ୍ର ସିନ୍ଧେ ମୁମ୍ବାଇ ପୋଲିସ ବିଭାଗରେ କାମ କରନ୍ତି। ତାଙ୍କୁ ଅମିତାଭଙ୍କ ବଡିଗାର୍ଡ ଭାବେ ନିଯୁକତି ଦିଆଯାଇଛି। ଦୀର୍ଘ ବର୍ଷ ହେଲେ ସିନ୍ଧେ ଏହି ଦାୟିତ୍ୱରେ ଅଛନ୍ତି। ଅଳ୍ପ ଦିନ ତଳେ ଜଣାପଡ଼ିଲା ସିନ୍ଧେଙ୍କର ବାର୍ଷିକ ଆୟ ୧.୫ କୋଟି ଟଙ୍କା। ଏହି କଥା ଜଣାପଡ଼ିବା ପରେ ପୁରା ମୁମ୍ବାଇ ପୋଲିସ ବିଭାଗ ଛାନ୍‌ଭିନ୍‌ କରିବାରେ ଲାଗି ପଡ଼ିଛି। ଏହି ଟଙ୍କା ସିନ୍ଧେ ଅମିତାଭଙ୍କଠାରୁ ପାଇଛନ୍ତି ନା ଅନ୍ୟ କେଉଁ ସୋର୍ସରୁ ଜାଣିବା ପାଇଁ ତନାଘନା ଚଳାଇଛନ୍ତି। 

Advertisment

ସିନ୍ଧେ ପୋଲିସକୁ କହିଛନ୍ତି, ତାଙ୍କର ପତ୍ନୀ ଏକ ସିକ୍ୟୁରିଟି ଏଜେନ୍ସି ନିଜ ନାଁରେ ଚଳାଇଛନ୍ତି। ଏହି ସଂସ୍ଥା ଅନେକ ସେଲିବ୍ରିଟି ଏବଂ ବିଶିଷ୍ଟ ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀ ଯୋଗାଇଥାନ୍ତି। ତେବେ ଅମିତାଭ ବଚ୍ଚନ ତାଙ୍କୁ ୧.୫ କୋଟି ଟଙ୍କା ଦେଇ ନାହାନ୍ତି ବୋଲି ସିନ୍ଧେ କହିଛନ୍ତି। 
ଅନ୍ୟପକ୍ଷେ ମୁମ୍ବାଇ ପୋଲିସ କହିଛି, ଜଣେ କର୍ମଚାରୀଙ୍କୁ ଗୋଟିଏ ସ୍ଥାନରେ ୫ ବର୍ଷରୁ ଅଧିକ ରହିବାର ନିୟମ ନାହିଁ। ହେଲେ ଜିତେନ୍ଦ୍ର ସିନ୍ଧେ ୨୦୧୫ରୁ ଅମିତାଭଙ୍କ ଅଙ୍ଗରକ୍ଷୀ ଦାୟିତ୍ୱରେ ରହି ଆସିଛନ୍ତି। ଅମିତାଭଙ୍କୁ X ସିକ୍ୟୁରିଟି ଯୋଗାଇ ଦିଆଯାଇଛି। ତାଙ୍କ ପାଇଁ ୨ ଜଣ କନଷ୍ଟେବଲ ଯୋଗାଇ ଦିଆଯାଇଛି। ଦୁଇ ଜଣଙ୍କ ମଧ୍ୟରୁ ଅମିତାଭଙ୍କର ଅଧିକ ପ୍ରିୟ ସିନ୍ଧେ । ଅଧିକାଂଶ ସ୍ଥାନରେ ବିଗ୍‌ ବିଙ୍କ ପାଖରେ ସିନ୍ଧେଙ୍କୁ ଦେଖିବାକୁ ମିଳେ। 
ଯାହା ବି ହେଉ, ସିନ୍ଧେଙ୍କ ଆୟ କଥା ସାମ୍ନାକୁ ଆସିବା ପରେ ତାଙ୍କୁ ଦକ୍ଷିଣ ମୁମ୍ବାଇ ପୋଲିସ ଷ୍ଟେସନକୁ ବଦଳି କରାଯାଇଛି।  

Advertisment
Amitabh Bachchan Big B
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ