Advertisment

ଅମିତାଭ ଓ ଅନୁଷ୍କାଙ୍କ ବିରୋଧରେ ନିଆଯାଇପାରେ ପୋଲିସ୍‌ ଆକ୍ସନ, ଜାଣନ୍ତୁ କ’ଣ ରହିଛି କାରଣ...

ସୋସିଆଲ୍‌ ମିଡିଆ ୟୁଜର୍ସଙ୍କ ଅଭିଯୋଗ ମିଳିବା ପରେ ମୁମ୍ବାଇ ପୋଲିସ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Amitabh Bachchan, Anushka Sharma to face police action

Amitabh Bachchan, Anushka Sharma to face police action

Advertisment

ମହଙ୍ଗା ପଡ଼ିପାରେ ବିନା ହେଲ୍‌ମେଟ୍‌ରେ ବାଇକ୍‌ରେ ଯାତ୍ରା କରିବା। ସୋସିଆଲ୍‌ ମିଡିଆ ୟୁଜର୍ସଙ୍କ ଅଭିଯୋଗ ମିଳିବା ପରେ ମୁମ୍ବାଇ ପୋଲିସ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଜଣାପଡ଼ିଛି। ଅମିତାଭ ଓ ଅନୁଷ୍କା ଉଭୟ ବିନା ହେଲ୍‌ମେଟ୍‌ରେ ବାଇକ୍‌ରେ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା ଓ ଏହାକୁ ନେଇ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି। 

Advertisment

ମିଳିଥିବା ସୂଚନା ଅନୁସାରେ, ଅମିତାଭ ଶୁଟିଂ ସେଟ୍‌ରେ ପହଞ୍ଚିବା ପାଇଁ ଜଣେ ପ୍ରଶଂସକଙ୍କଠୁ ଲିଫ୍ଟ ନେଇଥିଲେ ଓ ତାଙ୍କ ବାଇକ୍‌ ପଛରେ ବସି ଯାଇଥିଲେ। ସେହିପରି ଟ୍ରାଫିକ ଜାମ୍‌ ଯୋଗୁ ଶୀଘ୍ର ଶୁଟିଂ ସେଟ୍‌ରେ ପହଞ୍ଚିବା ପାଇଁ ଅନୁଷ୍କା ନିଜ ବଡିଗାର୍ଡଙ୍କ ସହ ବାଇକ୍‌ରେ ଯାଇଥିଲେ। ଉଭୟ ଅମିତାଭ ଓ ଅନୁଷ୍କା ବିନା ହେଲ୍‌ମେଟ୍‌ରେ ଯାତ୍ରା କରୁଥିବା ନଜର ଆସିଥିଲା। ଖାଲି ଏମାନେ ନୁହନ୍ତି ବାଇକ୍‌ ଚଳାଉଥିବା ବ୍ୟକ୍ତି ମଧ୍ୟ ହେଲ୍‌ମେଟ୍‌ ପିନ୍ଧି ନଥିଲେ।

ଅଧିକ ପଢ଼ନ୍ତୁ: ଭାଇରାଲ୍‌ ହେଉଛନ୍ତି ଅମିତାଭଙ୍କ ଜେରକ୍ସ; ଆପଣଙ୍କ ଆଖି ବି ଧୋକା ଖାଇଯିବ

Advertisment

ଟ୍ରାଫିକ ଜାମ୍‌ରୁ ବର୍ତ୍ତିବା ଓ ଠିକ୍‌ ସମୟରେ ଶୁଟିଂ ସେଟ୍‌ରେ ପହଞ୍ଚାଇ ଥିବାରୁ ଅମିତାଭ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। କ୍ୟାପ୍‌ସନ୍‌ ଦେଇ ସେ ଲେଖିଛନ୍ତି, ‘ରାଇଡ୍‌ ପାଇଁ ଧନ୍ୟବାଦ। ଆପଣ ଜାଣି ନାହାନ୍ତି, ଆପଣଙ୍କ ପାଇଁ ଠିକ୍‌ ସମୟରେ ଶୁଟିଂ ସେଟ୍‌ରେ ପହଞ୍ଚି ପାରିଲି। ଟ୍ରାଫିକ୍‌ ଜାମ୍‌ରୁ ବଞ୍ଚାଇ ଥିବାରୁ ଏଥିପାଇଁ ଆପଣଙ୍କୁ ଧନ୍ୟବାଦ।’

Advertisment

ବାଇକ୍‌ରେ ଶୁଟିଂ ସେଟ୍‌ରେ ପହଞ୍ଚି ଥିବାରୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଲୋକ ଅମିତାଭଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ହେଲେ କିଛି ସୋସିଆଲ୍‌ ମିଡିଆ ୟୁଜର୍ସ ଅମିତାଭ ଓ ବାଇକ୍‌ ଚଳାଉଥିବା ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧି ନଥିବାରୁ ଏନେଇ ପ୍ରଶ୍ନ ଉଠାଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ‘ସାର୍‌, ହେଲ୍‌ମେଟ୍‌ କାହିଁ ?’  ଆଉ ଜଣେ ମୁମ୍ବାଇ ପୋଲିସ୍‌କୁ ଟ୍ୟାଗ କରି ଲେଖିଛନ୍ତି, ‘ଗାଡ଼ି ଚଲାଉଥିବା ଓ ପଛରେ ବସିଥିବା ବ୍ୟକ୍ତି ଉଭୟ ବିନା ହେଲ୍‌ମେଟ୍‌ରେ ଯାତ୍ରା କରୁଛନ୍ତି। ତେଣୁ ମୁମ୍ବାଇ ପୋଲିସ୍‌ ଦୟାକରି ଏହା ଉପରେ ଧ୍ୟାନ ଦିଅନ୍ତୁ’। ବିନା ହେଲ୍‌ମେଟ୍‌ରେ ଅମିତାଭ ବାଇକ୍‌ରେ ଯାତ୍ରା ନେଇ ମୁମ୍ବାଇ ପୋଲିସ୍‌ ତୁରନ୍ତ ପ୍ରତିକ୍ରିୟା ଦେଇ କହିଛି, ‘ଏନେଇ ଟ୍ରାଫିକ ବ୍ରାଞ୍ଚ୍‌ ସହ ଶେୟାର କରାଯାଇଛି।’

ଅଧିକ ପଢ଼ନ୍ତୁ: ପ୍ରବଳ ଟ୍ରାଫିକ୍‌ ଜାମ୍‌; ବାଇକ୍‌ରେ ବସି ସୁଟିଂ ସେଟ୍‌କୁ ଗଲେ ଅମିତାଭ୍‌

ସେହିପରି ବିନା ହେଲ୍‌ମେଟ୍‌ରେ ଅନୁଷ୍କା ବାଇକ୍‌ରେ ଯାତ୍ରା ନେଇ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏନେଇ ଜଣେ ୟୁଜର ମୁମ୍ବାଇ ପୋଲିସ୍‌କୁ ଟ୍ୟାଗ କରି ଲେଖିଛନ୍ତି, ‘ମୁମ୍ବାଇ ପୋଲିସ୍‌ ନୋ ହେଲ୍‌ମେଟ୍‌ ?’ ଏହାର ଜବାବରେ ମୁମ୍ବାଇ ପୋଲିସ୍‌ କହିଛି, ଏନେଇ ଟ୍ରାଫିକ ପୋଲିସ୍‌କୁ ସୂଚନା ଦିଆଯାଇଛି।’

ଯଦି ଆମେ ୱର୍କ ଫ୍ରଣ୍ଟ୍‌ କଥା କହିବା, ତା’ହେଲେ ଅମିତାଭ ଫିଲ୍ମ ‘Section 84’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେହିପରି ଅନୁଷ୍କା ଫିଲ୍ମ ‘Chakda 'Xpress’ ଶୁଟିଂରେ ବ୍ୟସ୍ତ। 

Violation Of Traffic Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ