Adipurush Writer Manoj Muntashir
ଶେଷରେ ମାଗିଲେ କ୍ଷମା । ବିବାଦ, ସମାଲୋଚନା ବଢ଼ିବା ପରେ କ୍ଷମା ମାଗିଲେ । ଚାରିଆଡ଼ୁ ବିବାଦ, ସମାଲୋଚନା ବଢ଼ିବା ପରେ ଶେଷରେ କ୍ଷମା ମାଗିଛନ୍ତି ଆଦିପୁରୁଷ ଲେଖକ ମନୋଜ ମୁନ୍ତସିର ଶୁକ୍ଲା । ଆଜି ଟ୍ୱିଟ କରି ଏନେଇ କ୍ଷମା ମାଗିଛନ୍ତି ମନୋଜ । ଆଦିପୁରୁଷ ଯୋଗୁଁ ଜନ ଭାବନାକୁ ଆଘାତ ପହଞ୍ଚିଛି, ସମସ୍ତ ଭାଇ ଭଉଣୀ, ସାଧୁସନ୍ଥଙ୍କୁ ଏନେଇ କ୍ଷମା ପ୍ରାର୍ଥନା କରୁଛି ବୋଲି ସେ ଲେଖିଛନ୍ତି । ଆଦିପୁରୁଷରେ ଶ୍ରୀରାମ, ମାଆ ସୀତାଙ୍କ ସମେତ ଅନ୍ୟ ଅଭିନେତା ଅଭିନେତ୍ରୀଙ୍କ ଚରିତ୍ର ଚିତ୍ରଣ, ଡାଇଲଗ୍ ଏବଂ କାହାଣୀକୁ ନେଇ ବିବାଦ ଦେଖାଦେଇଥିଲା । ରାମାୟଣକୁ କଦର୍ଥ କରି ଫିଲ୍ମରେ ପ୍ରଦର୍ଶନ ହୋଇଛି । ସୋସିଆଲ ମିଡିଆଠୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ଏନେଇ ବିରୋଧ ପ୍ରଦର୍ଶନ ହୋଇଛି । ଏପରିକି ବକ୍ସ ଅଫିସ୍ରେ ବି ନିରାଶ କରିଥିଲା ଏହି ସିନେମା ।
ଫିଲ୍ମ ‘ଆଦିପୁରୁଷ’କୁ ନେଇ କେବଳ ଜନସାଧାରଣ ନୁହଁନ୍ତି ଅନେକ ବଡ ବଡ କଳାକାର ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । 'ମହାଭାରତ'ର 'ଯୁଧିଷ୍ଠିର' ଗଜେନ୍ଦ୍ର ଚୌହାନ ମଧ୍ୟ ଏନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଗଜେନ୍ଦ୍ର ଚୌହାନ କହିଥିଲେ ଯେ ଏହିପରି ଚଳଚ୍ଚିତ୍ର ଲୋକଙ୍କ ଭାବନାକୁ ପରିହାସ କରିଥାଏ। ସେ ମଧ୍ୟ ‘ଆଦିପୁରୁଷ’ର ଲେଖା ଉପରେ ପ୍ରଶ୍ନ ଉଠାଇଥିଲେ । ଏକ ଜାତୀୟ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଗଜେନ୍ଦ୍ର ଫିଲ୍ମକୁ ନେଇ ଫିଲ୍ମର ନିର୍ମାତା ତଥା ଲେଖକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଗଜେନ୍ଦ୍ର ଚୌହାନ କହିଥିଲେ- “ସର୍ବପ୍ରଥମେ ମୁଁ କହିବାକୁ ଚାହେଁ ଯେ ରାମାୟଣ ଏବଂ ମହାଭାରତ ଭଳି ମହାକାବ୍ୟର କାହାଣୀ ଆମ ସଂସ୍କୃତି ଏବଂ ସଭ୍ୟତା ସହିତ ଜଡ଼ିତ। ରାମାୟଣ ଏବଂ ମହାଭାରତ ଦେଖାଯିବାର ଜିନିଷ ନୁହେଁ, ଏହା ଶିଖିବାର ଜିନିଷ। ଆମେ ଆମର ଭବିଷ୍ୟତ ପିଢ଼ି ପାଇଁ ଏହାର ଉତ୍ତରଦାୟିତ୍ୱ ଦେଇ ଯାଇଥାଉ। ଏହା ହେଉଛି ଆମ ଦେଶର ଐତିହ୍ୟ, ଯାହାକୁ ସଂରକ୍ଷିତ କରାଯିବା ଉଚିତ। ଏହା ଦ୍ୱାରା କୌଣସି ଭୁଲ ବାର୍ତ୍ତା ଦିଆଯିବା ଉଚିତ ନୁହେଁ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688816127.jpg)