Advertisment

ପୁଷ୍ପାକୁ ମିଳିଲା ଦାଦା ସାହେବ ଫାଲକେ ଆନ୍ତର୍ଜାତୀୟ ଫିଲ୍ମ୍ ସମ୍ମାନ

ଦାଦା ସାହେବ ଫାଲ୍‌କେ ଆନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ୍‌ରେ ପୁଷ୍ପାକୁ ମିଳିଛି ଶ୍ରେଷ୍ଠ ସିନେମା ପୁରସ୍କାର। ଚଳିତ ଥରର ସର୍ବଶ୍ରେଷ୍ଠ ସିନେମା ଭାବେ ପୁଷ୍ପାକୁ ସମ୍ମାନିତ କରାଯାଇଛି। ତେବେ ଦାଦା ସାହେବ ଫାଲ୍‌କେ ଆନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ୍‌ରେ ଏଥରର ସର୍ବଶ୍ରେଷ୍ଠ ଅଭିନେତା ଭାବେ ରଣବୀର ସିଂହଙ୍କୁ ସମ୍ମାନିତ କରାଯାଇଛି।

Allu Arjun’s Pushpa won big at Dadasaheb Phalke international film festival awards

Allu Arjun’s Pushpa won big at Dadasaheb Phalke international film festival awards

Advertisment

ଦର୍ଶକଙ୍କ ଜବରଦସ୍ତ ରେସ୍‌ପନ୍‌ସ, ବକ୍ସ ଅଫିସ୍‌ରେ କୋଟି କୋଟି ଟଙ୍କା ଆୟ ପରେ ଏବେ ତେଲୁଗୁ ଫିଲ୍ମ୍ 'ପୁଷ୍ପା'କୁ ମିଳିଛି ଆଉ ଏକ ସମ୍ମାନ। ଦାଦା ସାହେବ ଫାଲ୍‌କେ ଆନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ୍‌ରେ ପୁଷ୍ପାକୁ ମିଳିଛି ଶ୍ରେଷ୍ଠ ସିନେମା ପୁରସ୍କାର। ଚଳିତ ଥରର ସର୍ବଶ୍ରେଷ୍ଠ ସିନେମା ଭାବେ ପୁଷ୍ପାକୁ ସମ୍ମାନିତ କରାଯାଇଛି। ପାନ୍ ଇଣ୍ଡିଆରେ ହଲ୍‌ଚଲ୍ ମଚାଇଥିବା ‘ପୁଷ୍ପା’କୁ ଦର୍ଶକଙ୍କ ଆଦୃତି ମିଲିଥିଲା, ହେଲେ ଏବେ ସମ୍ମାନ ବି ମିଳିବାରେ ଲାଗିଛି।

Advertisment

ପୁଷ୍ପାର କାହାଣୀ, ଚରିତ୍ର ସଂରଚନା ତା’ସହ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ମିଳିଛି। ପୁଷ୍ପା ଗତବର୍ଷ ଡିସେମ୍ବର ୧୭ରେ ରିଲିଜ୍ ହୋଇଥିଲା। ତେଲୁଗୁ, ତାମିଲ, କନ୍ନଡ଼ ସମେତ ହିନ୍ଦୀରେ ସିନେମା ହଲ୍‌ରେ ରିଲିଜ୍ କରାଯାଇଥିଲା। ସିନେମାକୁ ଲୋକେ ଜବରଦସ୍ତ ପସନ୍ଦ କରିଥିଲେ। ଫିଲ୍ମଟି ହିନ୍ଦୀରେ ଶହେ କୋଟି ଆୟ୍ କରିଥିବା ବେଳେ ସାରା ଦେଶରେ ୩୪୦ କୋଟିରୁ ଅଧିକ ଆୟ କରିଛି। ‘ପୁଷ୍ପା’ର ଗୀତ, ଡାନ୍ସ ଷ୍ଟେପ୍ ଏବଂ ଅଲୁ ଅର୍ଜୁନଙ୍କ ଦମଦାର ଅଭିନୟ ଫିଲ୍ମକୁ ଅଳ୍ପ ଦିନରେ ବହୁ ଲୋକଙ୍କ ଠାରୁ ବେଶ୍ ଆଦୃତି ଓ ପ୍ରଶଂସା ସାଉଁଟିଥିଲା।

ତେବେ ଦାଦା ସାହେବ ଫାଲ୍‌କେ ଆନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ୍‌ରେ ଏଥରର ସର୍ବଶ୍ରେଷ୍ଠ ଅଭିନେତା ଭାବେ ରଣବୀର ସିଂହଙ୍କୁ ସମ୍ମାନିତ କରାଯାଇଛି। '୮୩' ସିନେମାରେ ଅଭିନୟ ପାଇଁ ରଣବୀରଙ୍କୁ ଅନେକ ପ୍ରଶଂସା ମିଳିଛି। ‘ପୁଷ୍ପା’ ରିଲିଜ୍‌ର ଗୋଟିଏ ସପ୍ତାହ ପରେ ‘୮୩’ ବଡ଼ ପରଦାକୁ ଆସିଥିଲା। ଭାରତୀୟ କ୍ରିକେଟ୍‌ ଟିମ୍‌ ୧୯୮୩ ବିଶ୍ୱକପ୍‌ରେ ବିଶ୍ଵ ବିଜୟୀ ହୋଇଥିଲା। ଏହି ସ୍ଵର୍ଣ୍ଣମ ବିଜୟର କାହାଣୀକୁ ନେଇ ସିନେମା ନିର୍ମାଣ ହୋଇଥିଲା। ରଣବୀର, ଦୀପିକା ସମେତ ବଡ଼ ଷ୍ଟାର୍‌ ଓ ବିଗ୍ ବଜେଟ୍ ଫିଲ୍ମ ହେବା ସତ୍ତ୍ୱେ ସିନେମା ‘ପୁଷ୍ପା’ ସମ୍ମୁଖରେ ଫିକା ପଡିଥିଲା।

Advertisment
Allu Arjun’s Pushpa won big at Dadasaheb Phalke international film festival awardsପୁଷ୍ପାକୁ ମିଳିଲା ଦାଦା ସାହେବ ଫାଲକେ ଆନ୍ତର୍ଜାତୀୟ ଫିଲ୍ମ୍ ସମ୍ମାନ

ସେହିପରି ବେଷ୍ଟ୍ ୱେବ୍ ସିରିଜ୍ ସମ୍ମାନ ‘କାଣ୍ଡି’ ପାଇଥିବା ବେଳେ ‘ଫାମିଲି ମ୍ୟାନ୍ ୨’ ପାଇଁ ମନୋଜ୍ ବାଜପେୟୀଙ୍କୁ ୱେବ୍ ସିରିଜ୍‌ର ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନୀତ କରାଯାଇଛି ଓ ୱେବ୍ ସିରିଜ୍ ‘ଆରଣ୍ୟକ’ ପାଇଁ ରବିନା ଟଣ୍ଡନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନୀତ କରାଯାଇଛି। ଏହାଛଡା ‘ଅନୁପମା’କୁ ‘ଟେଲିଭିଜନ ସିରିଜ୍ ଅଫ୍‌ ଇୟର୍’, ଏବଂ ‘କୁଛ ରଙ୍ଗ୍‌ ପ୍ୟାର୍ କେ ଐଶେ ଭି’ ପାଇଁ ଶହୀର ଶେଖଙ୍କୁ ଓ ‘କୁଣ୍ଡଳୀ ଭାଗ୍ୟ’ ପାଇଁ ଶ୍ରଦ୍ଧା ଆର୍ଯ୍ୟଙ୍କୁ ଟେଲିଭିଜନ୍ ସିରିଜର ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ସମ୍ମାନ ମିଳିଛି।

(ରିପୋର୍ଟ: ପ୍ରସନଜିତ୍ ରାୟ)

Dadasaheb Phalke Award
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ