Advertisment

Allu Arjun Released: ବେଲ୍‌ ମିଳିବା ପରେ ବି କାହିଁକି ଜେଲ୍‌ରେ ରାତି କାଟିଲେ ଅଲ୍ଲୁ ?

ଜେଲ ସୂତ୍ର ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାଠାରୁ ଅଲ୍ଲୁ ଅର୍ଜୁନ ତାଙ୍କ ମୁକ୍ତିକୁ ଅପେକ୍ଷା କରିଥିଲେ। ଜେଲ ମାନୁଆଲ ଅନୁଯାୟୀ ତାଙ୍କୁ ରାତ୍ରୀ ଭୋଜନ ଦିଆଯାଇଥିଲା। ସେ ଠିକ୍ ଖାଦ୍ୟ ମଧ୍ୟ ଖାଇ ନଥିଲେ। ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିଥିଲେ।

Allu

Allu

Advertisment

ଶେଷରେ ଜେଲ୍‌ରୁ ବାହାରିଲେ ପୁଷ୍ପାରାଜ୍ ଓରଫ ଅଲ୍ଲୁ ଅର୍ଜୁନ। ସୁପରଷ୍ଟାର ଅଲ୍ଲୁଙ୍କୁ ଗତକାଲି ହାଇକୋର୍ଟରୁ ବେଲ୍‌ ମିଳିଥିବା ବେଳେ ଆଜି ସେ ଜେଲ୍‌ରୁ ମୁକୁଳିଛନ୍ତି। ପୁଷ୍ପା-ଟୁ ସ୍ପେଶାଲ ସୋ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଗୋଟିଏ ରାତି ଜେଲ୍‌ରେ ବିତାଇବା ପରେ ଆଜି ସେ ଘରକୁ ଫେରିଛନ୍ତି। ତାଙ୍କୁ ନେବାକୁ ଆସିଥିଲେ ବାପା ଅଲ୍ଲୁ ଅରବିନ୍ଦ ଓ ଶ୍ୱଶୁର କଞ୍ଚାରାଲା ଚନ୍ଦ୍ରଶେଖର ରେଡ୍ଡୀ। ପଛ ଫାଟକ ଦେଇ ଜେଲ କମ୍ପ୍ଲେକ୍ସରୁ ବାହାରକୁ ଯାଇଥିଲେ ଅଲ୍ଲୁ।

Advertisment

ଗତକାଲି ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ, କିନ୍ତୁ ପ୍ରକ୍ରିୟାରେ କିଛି ବିଳମ୍ବ ହେତୁ ଏବଂ ଅନ୍ୟାନ୍ୟ କାରଣରୁ ତାଙ୍କୁ ମୁକ୍ତ କରାଯାଇ ପାରିନଥିଲା। ହାଇଦ୍ରାବାଦର ଫିଲ୍ମ ପୁଷ୍ପା ୨: ଦି ରୁଲ୍ ପ୍ରିମିୟର ସମୟରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା। ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଓକିଲ ଅଶୋକ ରେଡ୍ଡୀ କହିଛନ୍ତି ଯେ ସେ ଏହି ଆଦେଶର କପି ହାଇକୋର୍ଟଙ୍କଠାରୁ ପାଇଛନ୍ତି କିନ୍ତୁ ଏହା ସତ୍ତ୍ୱେ ସେ ଅଲ୍ଲୁଙ୍କୁ ମୁକ୍ତ କରିନାହାଁନ୍ତି। ସେମାନଙ୍କୁ ଉତ୍ତର ଦେବାକୁ ପଡିବ । ଏହା ବେଆଇନ, ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ଏବେ ପ୍ରଶ୍ନ ହେଉଛି ଯେତେବେଳେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ତେବେ କାହିଁକି ଅଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ରାତିରେ ଜେଲରେ ରହିବାକୁ ପଡିଲା? ଏହାର କାରଣ ହେଉଛି ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେଲ କର୍ତ୍ତୃପକ୍ଷ ଜାମିନର କପି ପାଇପାରିନଥିଲେ। ଯଦିଓ ଜାମିନ ବଣ୍ଡର ଏକ ନକଲ ମିଳେ, ତେବେ ଏହାକୁ ପ୍ରଥମେ ଚେକ୍ କରିବାକୁ ପଡିଥାଏ। ଏଭଳି ପରିସ୍ଥିତିରେ ଗତକାଲି ତାଙ୍କୁ ମୁକ୍ତ ହେବା ସମ୍ଭବ ନଥିଲା। ଏଭଳି ପରିସ୍ଥିତିରେ ଆଜି ସକାଳେ ତାଙ୍କୁ ରିଲିଜ୍ କରାଯାଇଛି।

Advertisment
Allu Arjun Released from Jailଜେଲ୍‌ରୁ ବାହାରିଲେ ଅଲ୍ଲୁ

ଜେଲ ସୂତ୍ର ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାଠାରୁ ଅଲ୍ଲୁ ଅର୍ଜୁନ ତାଙ୍କ ମୁକ୍ତିକୁ ଅପେକ୍ଷା କରିଥିଲେ। ଜେଲ ମାନୁଆଲ ଅନୁଯାୟୀ ତାଙ୍କୁ ରାତ୍ରୀ ଭୋଜନ ଦିଆଯାଇଥିଲା। ସେ ଠିକ୍ ଖାଦ୍ୟ ମଧ୍ୟ ଖାଇ ନଥିଲେ। ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିଥିଲେ। ତେବେ ଜେଲ ବାହାରେ ତାଙ୍କ ପ୍ରଶଂସକଙ୍କ ମାନେ ଭିଡ଼ ଜମାଇଥିଲେ। ତେବେ ହାଇଦ୍ରାବାଦ ପୋଲିସ ମହିଳାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ଭିତ୍ତି କରି ଚିକ୍କାଡପାଲି ପୋଲିସ୍ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତାର ଧାରା 105 ଏବଂ 118 (1) ଅନୁଯାୟୀ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ହାଇଦ୍ରାବାଦ ପୋଲିସ ଅଲ୍ଲୁଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଏହାପୂର୍ବରୁ ପୋଲିସ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନଙ୍କ ଗିରଫଦାରୀକୁ ନେଇ ଦେଶବ୍ୟାପୀ ହଲଚଲ୍। ପୁଷ୍ପା-ଟୁ ସ୍ପେଶାଲ ସୋ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଅଲ୍ଲୁଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ ତଳ କୋର୍ଟରୁ ମିଳିଥିଲା ଝଟକା। ତଳ କୋର୍ଟ ଅଲୁଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ତେବେ ଏହାର କିଛି ସମୟ ଭିତରେ ତେଲେଙ୍ଗାନା ହାଇକୋର୍ଟରୁ ଅଲ୍ଲୁଙ୍କୁ ଏ ମାମଲାରେ ଜାମିନ୍ ମିଳିଯିବା ପରେ ଆଶ୍ବସ୍ତ ହୋଇଥିଲେ ଅଲ୍ଲୁ ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ।

Advertisment

ଗୋଟେପଟେ ହଜାରେ କୋଟି କ୍ଲବ୍ ପାର ହୋଇ ପୁଷ୍ପା ଟୁ ଏବେ ହାଉସଫୁଲ ଚାଲୁଥିବା ବେଳେ ଅନ୍ୟପଟେ ହାଇଦ୍ରାବାଦର ସଂଧ୍ୟା ଥିଟଏଟରରେ ପୁଷ୍ପା ଟୁ ପ୍ରିମିୟର ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଅଲ୍ଲୁଙ୍କ ଗିରଫ କରିଥିଲା ତେଲେଙ୍ଗାନା ପୋଲିସ। ଏ ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଅନ୍ୟତମ ଅଭିଯୁକ୍ତ ଦର୍ଶାଇ ଅଲ୍ଲୁଙ୍କୁ ତାଙ୍କ ହାଇଦ୍ରାବାଦ ବାସଭବନରୁ ଉଠାଇ ନେଇଥିଲା ତେଲେଙ୍ଗାନାର ଚିକଡପଲ୍ଲୀ ପୋଲିସ। ଆଉ ଏ ଖବର ଜାତୀୟ ଗଣମାଧ୍ୟମରେ ବିଜୁଳି ବେଗରେ ପ୍ରଚାର ପରେ ସାରା ଦେଶରେ ଅଲ୍ଲୁଙ୍କ ଫ୍ୟାନଙ୍କ ମଧ୍ୟରେ ଦେଖାଦେଇଥିଲା ଅସମ୍ଭବ ପ୍ରତିକ୍ରିୟା।

Allu Arjun Puspa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ