Advertisment

ଝିଅର ନାଁ କାହିଁକି ‘ରାହା’ ରଖିଲେ କପୁର ପରିବାର

କପୁର ପରିବାର କୁନି ପରୀର ନାଁ ରଖିଛନ୍ତି। ନିକଟରେ ଆଲିଆ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେମାନେ ଝିଅର ନାଁ ‘ରାହା’ ରଖିଛନ୍ତି। ଏହା ଖୁବ ଅର୍ଥପୂର୍ଣ୍ଣ ନାଁ। ତେବେ ଆସନ୍ତୁ ଜାଣିବା ସେମାନେ କାହିଁକି ଏପରି ନାଁ ରଖିଲେ।

ଅଦ୍ୟତନ ହୋଇଛି
Alia Bhatt Baby Raha Kapoor

Alia Bhatt Ranbir Kapoor named their daughter Raha know what it mean

Advertisment

ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ସେମାନଙ୍କ ଝିଅର ନାମ ପ୍ରକାଶ କରିଛନ୍ତି। କପୁର ପରିବାର କୁନି ପରୀର ନାଁ ରଖିଛନ୍ତି। ନିକଟରେ ଆଲିଆ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି। ନଭେମ୍ବର ୬ରେ ଆଲିଆ ଭଟ୍ଟଏବଂ ରଣବୀର ବାପାମାଆ ହୋଇଥିଲେ। ଶିଶୁ କନ୍ୟା ଜନ୍ମ ହେବାର ପ୍ରାୟ ଦୁଇ ସପ୍ତାହ ପରେ ସେମାନେ ତା’ର ନାଁ ରଖିଛନ୍ତି।

Advertisment

ଆଲିଆ ତାଙ୍କ ଇନଷ୍ଟାଗ୍ରାମ ରେ ପୋଷ୍ଟ କରି ଲେଖିଛନ୍ତି, "ଆମ ଝିଅର ନାଁ ‘ରାହା’ ରଖାଯାଇଛି ଏବଂ ଏହି ନାଁ ତା’ର ଜେଜେମା ଦ୍ୱାରା ମନୋନୀତ ହୋଇଛି, ଏହି ନାଁର ଅର୍ଥ ବହୁତ ବଢିଆ। ରାହା ହେଉଛି ଶୁଦ୍ଧତାର ପ୍ରତୀକ। ଏହାର ଅର୍ଥ ଦିବ୍ୟ ପଥ। ... ସ୍ୱାହିଲି ଭାଷାରେ ଏହାର ଅର୍ଥ ଖୁସି, ସଂସ୍କୃତରେ ରାହାର ଅର୍ଥ ଗୋତ୍ର, ବଙ୍ଗଳା ଭାଷାରେ ଏହାର ଅର୍ଥ ଆରାମ ଏବଂ ଫୁର୍‌ସତ୍, ସେହିପରି ଆରବୀରେ ଏହାର ଅର୍ଥ ଶାନ୍ତି ଏବଂ ଖୁସି, ଏହା ମଧ୍ୟ ସ୍ୱାଧୀନତାର ପ୍ରତୀକ।”

ସେ ପୋଷ୍ଟ୍‌ରେ ଆଲିଆ ଆହୁରି ମଧ୍ୟ କହିଛନ୍ତି ଯେ “ଆମ ଝିଅର ନାଁର ପ୍ରଥମ ଅକ୍ଷର ଆମ ସମସ୍ତଙ୍କ ସହ ଜଡିତ, ଯାହାକୁ ଆମେ ସମସ୍ତେ ଅନୁଭବ କରିଛୁ। ଧନ୍ୟବାଦ ରାହା... ଆମ ଜୀବନକୁ ଖୁସିରେ ଭରି ଦେଇଥିବାରୁ ଆଉ ଆମ ପରିବାରକୁ ନୂଆ ଜୀବନ ଦେଇଥିବାରୁ।”

Advertisment

ପ୍ରକାଶଥାଉ ଯେ ରାହାଙ୍କ ବାପା, ଜେଜେବାପା ଏବଂ ଅଣଜେଜେବାପାଙ୍କ ନାଁ ‘ର’ ଅକ୍ଷରରୁ ଆରମ୍ଭ। ରଣବୀର କପୁରଙ୍କ ବାପା ଋଷି କପୁର ଏବଂ ଜେଜେବାପା ରାଜ କପୁରଙ୍କ ପରି ଆଲିଆ ଓ ରଣବୀରଙ୍କ ଝିଅର ନାଁ ‘ର’ ଅକ୍ଷରରୁ ଆରମ୍ଭ ହୋଇଛି।

କିଛିଦିନ ପୂର୍ବରୁ ରଣବୀର ଓ ଆଲିଆଙ୍କ ଶିଶୁ କନ୍ୟାକୁ ରଣବୀରଙ୍କ ବାପା ତଥା ଅଭିନେତା ଋଷି କପୁରଙ୍କ ନାଁରେ ନାମିତ କରାଯିବ ବୋଲି ଆଲୋଚନା ହେଉଥିଲା। ବର୍ତ୍ତମାନ 'ରାହା'ର ନାଁ ପ୍ରକାଶ ପାଇବା ପରେ ଏହା ଜଣାପଡି ଯାଇଛି ଯେ ରଣବୀର ଓ ଆଲିଆଙ୍କ ଝିଅର ନାମକରଣ କରିବାବେଳେ ଏହିସବୁ ଜିନିଷ ପ୍ରତି ବହୁତ ଧ୍ୟାନ ଦିଆଯାଇଛି।

Advertisment

ଆଲିଆଙ୍କ ଏହି ପୋଷ୍ଟ ପରେ କରୀନା କପୁର ଖାନ ଠାରୁ ଦୀପିକା ପାଦୁକୋନ, ରଣବୀର ସିଂହ, ପ୍ରିୟଙ୍କା ଚୋପ୍ରା ପର୍ଯ୍ୟନ୍ତ ସମସ୍ତେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନୁଷ୍କା ଶର୍ମା ଏବଂ ରିଦ୍ଧିମା କପୁର ହାର୍ଟ୍ ଇମୋଜି ସହ 'ରାହା'କୁ ସ୍ୱାଗତ କରିଛନ୍ତି। ଅନ୍ୟପକ୍ଷରେ କରୀନା କପୁର ରାହାର ଫଟୋ ଦେଖିବା ପରେ ଖୁସିରେ ଭରି ଯାଇଥିଲେ। କରୀନା ଲେଖିଛନ୍ତି, “ରାହା କପୁର, ମୁଁ ତୁମକୁ ମୋ କୋଳକୁ ନେଇ ପାରିବି କି, ଆଉ ଅପେକ୍ଷା କରି ପାରୁ ନାହିଁ।”

ଅର୍ଜୁନ କପୁର 'ରାହା' ନାଁ ସହ ହାର୍ଟ୍ ଇମୋଜି ଶେୟାର କରିଛନ୍ତି। ସେହିପରି ସୋନମ କପୁର, ବିପାଶା ବସୁ, ସୋନାକ୍ଷୀ ସିହ୍ନା, ଜୋୟା ଅଖତର, ସୋଫି ଚୌଧୁରୀ, ଶ୍ୱେତା ବଚ୍ଚନ, ଆଥିଆ ଶେଟ୍ଟୀ, ରଣବୀର ସିଂହ ସମସ୍ତେ ହାର୍ଟ୍ ଇମୋଜି ସହିତ ରାହାକୁ ବହୁତ ସ୍ନେହ ଦେଇଛନ୍ତି। ଏହା ବ୍ୟତୀତ କାଜଲ ଅଗ୍ରୱାଲ ଲେଖିଛନ୍ତି, “ଭଗବାନ ଆଶୀର୍ବାଦ କରନ୍ତୁ, ସୁନ୍ଦର ରାହା, ବହୁତ ସାରା ଭଲପାଇବା।”

Bollywood Alia Bhatt Ranbir Kapoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ