Advertisment

ଅକ୍ଷୟ କୁମାରଙ୍କ OMG 2 ଦେବ ଯୌନ ଶିକ୍ଷା

ଅକ୍ଷୟ କୁମାରଙ୍କ OMG 2 ଏକ କୋର୍ଟରୁମ୍ ଡ୍ରାମା। ଏଥିରେ ଜଣେ ନାଗରିକ କୋର୍ଟକୁ ଯାଇ ବିଦ୍ୟାଳୟରେ ଯୌନ ଶିକ୍ଷା ବାଧ୍ୟତାମୂଳକ କରାଯିବାକୁ ଦାବି କରନ୍ତି। ପ୍ରଥମ ଭାଗ ପରି, ସିକ୍ୱେଲ୍‌ରେ ମଧ୍ୟ ଭଗବାନଙ୍କ ଦୃଶ୍ୟ ଥିବା କୁହାଯାଇଛି।

ଅଦ୍ୟତନ ହୋଇଛି
Akshay Kumar's OMG 2

Akshay kumar upcoming movie omg-oh my god 2 based on sex education

Advertisment

ବଲିଉଡର ଖିଲାଡି କୁହାଯାଉଥିବା ଅକ୍ଷୟ କୁମାରଙ୍କ ପାଇଁ ଚଳିତ ବର୍ଷ ବିଶେଷ କିଛି ହୋଇନାହିଁ। ଚଳିତ ବର୍ଷ ତାଙ୍କର 'ବଚ୍ଚନ ପାଣ୍ଡେ', 'ସମ୍ରାଟ୍ ପୃଥ୍ୱୀରାଜ୍', 'ରକ୍ଷା ବନ୍ଧନ' ଏବଂ 'ରାମ ସେତୁ' ବଡ଼ ପରଦାରେ ମୁକ୍ତିଲାଭ କରିଥିଲେ ବି ଦର୍ଶକଙ୍କ ଭଲ ପ୍ରତିକ୍ରିୟା ପାଇ ନଥିଲା।

Advertisment

ଏହାସହିତ 'କାଠପୁତଲୀ' ମଧ୍ୟ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା। ଅକ୍ଷୟଙ୍କ ଚଳଚ୍ଚିତ୍ର ହୁଏତ ଭଲ ପ୍ରତିକ୍ରିୟା ପାଇ ନଥାଇପାରେ, କିନ୍ତୁ ତାଙ୍କ ପାଖକୁ କାମ ଆସିବା ବନ୍ଦ ହୋଇ ନାହିଁ। କିଛି ସମୟ ପୂର୍ବରୁ ସେ ମରାଠୀ ଚଳଚ୍ଚିତ୍ର 'ବେଡାତ ମରାଠା ଦୌଡଲେ ଶତ'ରୁ ତାଙ୍କର ପ୍ରଥମ ଲୁକ୍ ଜାରି କରିଥିଲେ। ତାଙ୍କ ପାଖରେ ଏବେ 'ସର୍ଦ୍ଦାର ଜସୱନ୍ତ ସିଂ', 'ଗୋର୍ଖା' ଏବଂ 'OMG 2-Oh My God' ଭଳି ଅନେକ ବଡ଼ ଚଳଚ୍ଚିତ୍ର ଅଛି।

ନିକଟରେ ଅକ୍ଷୟ କୁମାର ସାଉଦି ଆରବରେ ଆୟୋଜିତ ରେଡ୍‌ ସି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ, ସେ ତାଙ୍କର ଆଗାମୀ ପ୍ରକଳ୍ପଗୁଡ଼ିକ ବିଷୟରେ ମଧ୍ୟ କହିଥିଲେ। ତାଙ୍କର ପରବର୍ତ୍ତୀ ପ୍ରକଳ୍ପ ଯୌନ ଶିକ୍ଷା ଉପରେ ଆଧାରିତ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଅକ୍ଷୟ ତାଙ୍କ ଫିଲ୍ମ 'OMG 2' ବିଷୟରେ କହୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଭଉଣୀଙ୍କ କଥା ଶୁଣି କାନ୍ଦି ପକେଇଲେ ଅକ୍ଷୟ; ଭାଇରାଲ୍ ହେଲା ଭିଡିଓ

ଏକ ରିପୋର୍ଟ ଅନୁଯାୟୀ, 'ଓଏମ୍‌ଜି – ଓଃ ମାଏ ଗଡ୍ ୨' ଏକ କୋର୍ଟରୁମ୍ ଡ୍ରାମା। ଏହି କୋର୍ଟ ଡ୍ରାମାରେ ଜଣେ ନାଗରିକ କୋର୍ଟକୁ ଯାଇ ବିଦ୍ୟାଳୟରେ ଯୌନ ଶିକ୍ଷା ବାଧ୍ୟତାମୂଳକ କରାଯିବାକୁ ଦାବି କରନ୍ତି। ପ୍ରଥମ ଭାଗ ପରି, ସିକ୍ୱେଲ୍‌ରେ ମଧ୍ୟ ଭଗବାନଙ୍କ ସହିତ ଏକ ସଂଯୋଗ ରହିବ।

ରିପୋର୍ଟରେ କୁହାଯାଇଛି ଯେ “ଚଳଚ୍ଚିତ୍ରର ଲେଖକ ତଥା ନିର୍ଦ୍ଦେଶକ ଅମିତ ରାୟ ଚତୁରତାର ସହ ଭଗବାନଙ୍କ ଏଲିମେଣ୍ଟ ଓ ଏବଂ ଯୌନ ଶିକ୍ଷାକୁ ନେଇ ଚାଲିଥିବା ଅସାଧାରଣ କୋର୍ଟ ମାମଲାକୁ ଅନ୍ତର୍ଭୁକ୍ତ କରିଛନ୍ତି। ନିର୍ମାତା ନିଶ୍ଚିତ ଯେ ଏହା ଦର୍ଶକଙ୍କୁ ଆକର୍ଷିତ କରିବ ଏବଂ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିବ।”

Advertisment

ଏହାପୂର୍ବରୁ ରେଡ୍‌ ଫିଲ୍ମ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଫେଷ୍ଟିଭାଲ୍‌ରେ ଅକ୍ଷୟ ଫିଲ୍ମ ବିଷୟରେ କଥାବାର୍ତ୍ତା କରୁଥିବା ବେଳେ ଏହା ତାଙ୍କର ସର୍ବୋତ୍ତମ ଚଳଚ୍ଚିତ୍ର ହେବ ବୋଲି ପ୍ରକାଶ କରିଥିଲେ।

ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଅକ୍ଷୟ କୁମାର କହିଥିଲେ। ସେ କହିଛନ୍ତି ଯେ “ଯୌନ ଶିକ୍ଷା ପ୍ରତ୍ୟେକ ସ୍କୁଲ୍‌ରେ ସାମିଲ ହେବା ଦରଦାର। ଏହାକୁ ରିଲିଜ୍ ହେବାକୁ ସମୟ ଲାଗିବ। ଏହା ଏପ୍ରିଲ୍ ବା ମେ’ରେ ରିଲିଜ ହେବ।” ଏହି ଫିଲ୍ମରେ ପଙ୍କଜ୍ ତ୍ରିପାଠୀ, ୟାମୀ ଗୌତମ ଓ ଅରୁଣ ଗୋଭିଲ୍ ମଧ୍ୟ ସାମିଲ୍ ଅଛନ୍ତି।

Bollywood Akshay Kumar OMG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ