Advertisment

ମଥାରେ ପାଉଁସ, ବେକରେ ରୁଦ୍ରାକ୍ଷ ମାଳା; ଜଟାଧାରୀ ବେଶରେ ଅକ୍ଷୟ କୁମାର

ଅକ୍ଷୟ କୁମାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଭଗବାନ ଶିବ ରୂପେ ଦେଖିବାକୁ ମିଳେ। ତାଙ୍କର ଲୁକ୍ ଏତେ ଜବରଦସ୍ତ ହୋଇଛି ଯେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

author-image
Pramod Behera
Akshay kumar shares new look from omg-2

Akshay kumar shares new look from omg-2

ପବିତ୍ର ଶ୍ରାବଣ ମାସ ଚାଲିଛି। ଏହି ମାସ ଭଗବାନ ଶିବଙ୍କ ପ୍ରିୟମାସ ବୋଲି କୁହାଯାଏ। ଶିବ ଭକ୍ତମାନେ ବିଭିନ୍ନ ଶିବ ମନ୍ଦିରରେ ମହାଦେବଙ୍କୁ ପୂଜା କରିବାରେ ବ୍ୟକ୍ତ। ଏତେ ଭୋଲେ ବାବାଙ୍କ ନା’ ସବୁଆଡେ ପ୍ରତିଧ୍ୱନିତ ହେଉଛି। ଏହି ସମୟରେ ଏକ ବଲିଉଡ ଫିଲ୍ମ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଛି।

Advertisment

ଏହି ଫିଲ୍ମର ନାଁ ହେଉଛି 'ଓ ମାଇ ଗଡ୍ ୨'। ଏଥିରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିବେ। ଖୁବ୍ ଶୀଘ୍ର ଏହାର ଟିଜର ରିଲିଜ୍ ହେବାକୁ ଯାଉଛି। ତେବେ ପ୍ରଶଂସକମାନେ ପସନ୍ଦ କରୁଥିବା ଏହି ଫିଲ୍ମରୁ ଅକ୍ଷୟ କୁମାରଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି।

ଅକ୍ଷୟ କୁମାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଭଗବାନ ଶିବ ରୂପେ ଦେଖିବାକୁ ମିଳେ। ତାଙ୍କର ଲୁକ୍ ଏତେ ଜବରଦସ୍ତ ହୋଇଛି ଯେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ଏହା ସହିତ ସେମାନେ ଅକ୍ଷୟ କୁମାରଙ୍କୁ ନିବେଦନ ମଧ୍ୟ କରିଛନ୍ତି ଯେ ଏହି ଫିଲ୍ମରେ ଯେପରି ସନାତନ ଧର୍ମଙ୍କୁ ପରିହାସ ନ କରାଯାଏ। ନୂଆ ଲୁକ୍‌ରେ ଅକ୍ଷୟ କୁମାର ମଥାରେ ପାଉଁଶ, ବେକରେ ରୁଦ୍ରାକ୍ଷ ମାଳା ପିନ୍ଧି ଜଟାଧାରୀ ବେଶରେ ନଜର ଆସିଛନ୍ତି।

Advertisment

ଅକ୍ଷୟ କୁମାର ମଧ୍ୟ ଏହାର ଏକ ଭିଡିଓ ଶେୟାର କରି ଟିଜର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଜୁଲାଇ ୧୧ ରେ ଫିଲ୍ମର ଟିଜର ରିଲିଜ ହେବ ବୋଲି ସେ କହିଛନ୍ତି।

ଏହି ଭିଡିଓ ଉପରେ ଲୋକେ ଆକର୍ଷଣୀୟ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, “ଅକ୍ଷୟ କୁମାର ଆପଣଙ୍କ ପାଇଁ ବହୁତ ସମ୍ମାନ, ସନାତନଙ୍କୁ ଏହି ଫିଲ୍ମରେ ପରିହାସ କରାଯିବା ଉଚିତ ନୁହେଁ।” ଆଉ ଲେଖିଛନ୍ତି, “ଆଶା କରୁଛି ଏଥର ଆମର ସନାତନ ଧର୍ମକୁ ପରିହାସ କରାଯିବ ନାହିଁ, ନଚେତ୍ ଭଗବାନ ଶିବଙ୍କ ରୁଦ୍ର ତାଣ୍ଡବ ଅତ୍ୟନ୍ତ ଭୟଙ୍କର ହେବ।” ଅନ୍ୟ ଜଣେ ଲେଖିଛନ୍ତି, “ଲୁକ୍‌କୁ ଦେଖିଲେ ଲାଗୁଛି ଫିଲ୍ମଟି ହିଟ୍ ହେବ।”

ଅକ୍ଷୟ କୁମାରଙ୍କ ଏହି ଫିଲ୍ମ୍ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟକୁ ଆସିବ ବୋଲି କୁହାଯାଇଛି। ଏଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ ୟାମି ଗୌତମ ମଧ୍ୟ ନଜର ଆସିବେ। ସେହି ଦିନ ସନୀ ଦେଓଲ ଏବଂ ଅମିଶା ପଟେଲଙ୍କ ଫିଲ୍ମ 'ଗଦର ୨' ମଧ୍ୟ ରିଲିଜ୍‌ ହେବାକୁ ଯାଉଛି। ତେବେ ଅକ୍ଷୟ ଏବଂ ସନୀ ଦେଓଲଙ୍କ ମଧ୍ୟରେ ବକ୍ସ ଅଫିସ୍‌ରେ ଏକ ବଡ଼ ଧରଣର ସଂଘର୍ଷ ହେବାକୁ ଯାଉଛି।

Bollywood Akshay Kumar OMG
Advertisment
Advertisment