Advertisment

ବିବାଦରେ ପୁଣି ଅକ୍ଷୟ କୁମାର; ବିଜ୍ଞାପନକୁ ନେଇ ଫସିଲେ

ପାନ ମସଲା ବିଜ୍ଞାପନ ପରେ ପୁଣି ବିବାଦରେ ଫସିଛନ୍ତି ଅକ୍ଷୟ କୁମାର। ଜନହିତର ଏକ ବିଜ୍ଞାପନକୁ ନେଇ ତାଙ୍କୁ ବିରୋଧ କରାଯାଉଛି। ତାଙ୍କର ଏହି କାର୍ ବିଜ୍ଞାପନ ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି।

ଅଦ୍ୟତନ ହୋଇଛି
Akshay Kumar new car advertisement in controversy

Akshay Kumar new car advertisement in controversy

Advertisment

ଅଭିନେତା ଅକ୍ଷୟ କୁମାରଙ୍କ ଜନହିତର ଏକ ବିଜ୍ଞାପନ ପୁଣି ଥରେ ବିବାଦ ଘେରକୁ ଆସିଛି। ଏହି ବିଜ୍ଞାପନକୁ ନେଇ ଲୋକେ ଅଭିଯୋଗ କରୁଛନ୍ତି ଯେ ଏହା ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରୁଛି। ଏହି ଏକ ମିନିଟ୍‌ର ବିଜ୍ଞାପନରେ ବିବାହ ପରେ ଝିଅ ବିଦାୟ ସମୟର ଦୃଶ୍ୟ ଦେଖାଯାଇଛି।

Advertisment

ଏହି ବିଜ୍ଞାପନରେ ଦେଖିବାକୁ ମିଳୁଛି ଝିଅ ବିଦା ବେଳେ କନ୍ୟା କାନ୍ଦୁଥିବା ବେଳେ କନ୍ୟା ପିତା ମଧ୍ୟ କାନ୍ଦି କାନ୍ଦି ତାଙ୍କୁ କାର୍‌ରେ ବସେଇ ବିଦା କରୁଛନ୍ତି। ଠିକ୍ ଏହି ସମୟରେ ଜଣେ ପୋଲିସ୍ ଅଫିସର୍ ଭୂମିକାରେ ଅଭିନୟ କରିଥିବା ଅକ୍ଷୟ କୁମାର ଙ୍କ ଏଣ୍ଟ୍ରି ହେଉଛି। ଏହି ବିଜ୍ଞାପନରେ ସେ ଝିଅର ବାପାଙ୍କୁ କିଛି ଉପଦେଶ ଦେଉଥିବା ଦେଖାଯାଉଛି। ଝିଅକୁ ଦୁଇଟି ଏୟାର୍‌ବ୍ୟାଗ୍‌ ଗାଡି ବଦଳରେ ୬ଟି ଏୟାର୍‌ବ୍ୟାଗ୍‌ ଥିବା ଗାଡିରେ ବିଦା କରିବାକୁ ସେ ତାଙ୍କୁ କହୁଛନ୍ତି। ଝିଅର ବାପା ମଧ୍ୟ ଏଥିରେ ରାଜି ହୋଇଛନ୍ତି।

ଏହା ପରେ ପରବର୍ତ୍ତୀ ଦୃଶ୍ୟ ଦେଖିବାକୁ ମିଳେ, ଯେଉଁଥିରେ ନବଦମ୍ପତି ୬ଟି ଏୟାର୍‌ବ୍ୟାଗ୍‌ ଥିବା ଏକ କାର୍‌ରେ ହସି ହସି ଯାଉଛନ୍ତି। ଏଭଳି ପରିସ୍ଥିତିରେ ଶିବସେନାର ଦୁଇ ନେତା ପ୍ରିୟଙ୍କା ଚତୁର୍ବେଦୀ ଏବଂ ସାକେତ ଗୋଖଲେ ଏହି ବିଜ୍ଞାପନକୁ ନିନ୍ଦା କରିଛନ୍ତି। ପ୍ରକାଶଥାଉ ଯେ କାର୍‌ ଦୁର୍ଘଟଣାରେ ପୂର୍ବତନ ଟାଟା ସନ୍ସ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଏହି ବିଜ୍ଞାପନ ପ୍ରସାରିତ ହୋଇଛି।

Advertisment

ଏଥି ସହିତ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ଅକ୍ଷୟ କୁମାରଙ୍କ ଏହି ବିଜ୍ଞାପନକୁ ତାଙ୍କ ଅଫିସିଆଲ୍‌ ଆକାଉଣ୍ଟ୍‌ରେ ଶେୟାର କରି ୬ ଟି ଏୟାର୍‌ବ୍ୟାଗ୍‌ ଥିବା ଗାଡି ବ୍ୟବହାର କରିବା ନେଇ ପ୍ରୋତ୍ସାହିତ କରିଛନ୍ତି। ତେବେ ଏହାକୁ ବିରୋଧ କରି ଶିବସେନାର ନେତା ଏହା ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରୁଥିବା କହିଛନ୍ତି।

Advertisment

ଏହି ବିଜ୍ଞାପନକୁ ବିରୋଧ କରୁଥିବା ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ରବିବାର ଟ୍ୱିଟ୍ କରି କହିଛନ୍ତି ଯେ ଏହା ଏକ ସମସ୍ୟାଜନକ ବିଜ୍ଞାପନ। ଏହାକୁ କିଏ ଅନୁମତି ଦେଇଛି? ସରକାର ଏହି ବିଜ୍ଞାପନରେ କାର୍‌ର ସୁରକ୍ଷା ଦିଗକୁ ପ୍ରୋତ୍ସାହିତ କରିବା ପାଇଁ ଟଙ୍କା ବ୍ୟବହାର କରୁଛନ୍ତି ନା ଯୌତୁକ ବ୍ୟବସ୍ଥା ଭଳି ସାମାଜିକ କଳଙ୍କ ବା ଅପରାଧକୁ ବଢେଇବା ପାଇଁ କହୁଛନ୍ତି।" ତେବେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଅକ୍ଷୟ କୁମାରଙ୍କ ଏହି ବିଜ୍ଞାପନକୁ ସୋସିଆଲ ମିଡିଆରେ ବିରୋଧ କରୁଛନ୍ତି।

Bollywood Akshay Kumar Ashay Kumar Car Advertisement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ