Advertisment

ବଲିଉଡ୍‌ର ସବୁଠାରୁ ମହଙ୍ଗା ଷ୍ଟାର୍; ୮ ମିନିଟ୍ ପାଇଁ ନେଇଛନ୍ତି ୩୫ କୋଟି

ଆଜିକାଲି ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଗୋଟିଏ ପ୍ରୋଜେକ୍ଟ ପାଇଁ ୨୦୦ କୋଟିରୁ ଅଧିକ ଟଙ୍କା ଦାବି କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଗୋଟିଏ ଫିଲ୍ମରେ କେଇ ମିନିଟ୍‌ର ଅଭିନୟ ପାଇଁ ମଧ୍ୟ ଅନେକ ବଡ ତାରକା ବିପୁଳ ପରିମାଣର ଟଙ୍କା ଚାର୍ଜ କରନ୍ତି। ବଲିଉଡ୍‌ର ଏହି ଷ୍ଟାର୍‌ଙ୍କ ଚାର୍ଜ ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ।

ଅଦ୍ୟତନ ହୋଇଛି
Highest Paid Actor In India Is Ajay Devgn

Ajay Devgn indias highest paid actor 35 crore for 8 minute

Advertisment

ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତାଙ୍କ ପ୍ରାପ୍ୟ ଆକାଶଛୁଆଁ ହୋଇପଡିଛି। ଏହା ବିଶ୍ୱାସ କରିବା କଷ୍ଟକର ଯେ ତିନି ଦଶନ୍ଧି ପୂର୍ବରୁ ଚିରଞ୍ଜୀବୀ ନିଜର ପ୍ରାପ୍ୟ ଚାର୍ଜ କରି ରେକର୍ଡ ଭାଙ୍ଗିଥିଲେ। ୧୯୯୩ ମସିହାରେ ଗୋଟିଏ ଫିଲ୍ମ ପାଇଁ ୧.୨ କୋଟି ଟଙ୍କା ଚାର୍ଜ କରି ୧ କୋଟି ଟଙ୍କାର ପ୍ରତିବନ୍ଧକକୁ ଭାଙ୍ଗିଥିଲେ।

Advertisment

ଆଜିକାଲି କିନ୍ତୁ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଗୋଟିଏ ପ୍ରୋଜେକ୍ଟ ପାଇଁ ୨୦୦ କୋଟିରୁ ଅଧିକ ଟଙ୍କା ଦାବି କରୁଛନ୍ତି। ଗୋଟିଏ ଫିଲ୍ମ କଥା ଛାଡନ୍ତୁ, ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଗୋଟିଏ ଫିଲ୍ମରେ କେଇ ମିନିଟ୍‌ର ଅଭିନୟ ପାଇଁ ମଧ୍ୟ ଅନେକ ବଡ ତାରକା ବିପୁଳ ପରିମାଣର ଟଙ୍କା ଚାର୍ଜ କରନ୍ତି।

ଅଧିକ ପଢ଼ନ୍ତୁ: ଅଜୟ ସାଜିଥିଲେ କାଜୋଲଙ୍କ ଲଭ୍‌ଗୁରୁ, ହେଇଗଲେ ଦିୱାନା

ଶାହରୁଖ ଖାନ, ସଲମାନ ଖାନ, ପ୍ରଭାସ, ଥାଲାପତି ବିଜୟ ଏବଂ ଅଲୁ ଅର୍ଜୁନଙ୍କ ପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ଆଦାୟ କରୁଥିବାବେଳେ ସେମାନେ ଏହି ପ୍ରୋଜେକ୍ଟରେ ଲିଡ୍ ରୋଲ୍‌ରେ ନଜର ଆସନ୍ତି। ସେହିପରି ଅନେକ କଳାକାର ଅଛନ୍ତି ଯେଉଁମାନେ ସହକଳାକାର ଭାବେ ଅଭିନୟ କରନ୍ତି, ସେମାନେ କିଛି କମ୍ ଦାବି କରନ୍ତି।

Advertisment

ଯେପରିକି କମଲ ହାସନ ‘ପ୍ରୋଜେକ୍ଟ କେ’ରେ ତାଙ୍କର ଖଳନାୟକ ଭୂମିକା ପାଇଁ ମାତ୍ର ୨୫ କୋଟି ଟଙ୍କା ଚାର୍ଜ କରିଥିବା ଜଣାଯାଇଛି। କିନ୍ତୁ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ କିଛି ସମୟର ଅଭିନୟ ପାଇଁ  ଖୁବ୍ ଅଧିକ ଚାର୍ଜ କରନ୍ତି।

ଏହିପରି ଗୋଟିଏ ନା’ ହେଉଛି ଅଜୟ ଦେବଗନ୍। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ ଏହି ତାରକା ଏସ୍ଏସ୍‌ ରାଜାମୌଲିଙ୍କ ‘RRR’ରେ ୮ ମିନିଟର କେମିଓ ପାଇଁ ୩୫ କୋଟି ଟଙ୍କା ଆଦାୟ କରିଥିଲେ। ଏହାର ଅର୍ଥ ସେ ଫିଲ୍ମରେ କାମ କରିବା ପାଇଁ ପ୍ରତି ମିନିଟ୍‌ରେ ୪ କୋଟିରୁ ଅଧିକ ଟଙ୍କା ନେଇଥିଲେ। ଆଜିକାଲି ଦେଶର ସବୁ ଅଭିନେତାଙ୍କଠାରୁ ଏହା ଅଧିକ।

Advertisment

ଆଲିଆ ଭଟ୍ଟ ମଧ୍ୟ RRR ରେ ୧୫ ମିନିଟର ଭୂମିକା ପାଇଁ ୯ କୋଟି ଟଙ୍କା ନେଇଥିଲେ, ଯାହା ଏକ ସାମାନ୍ୟ ଭୂମିକା ଥିଲା। ସଜୟ ଲୀଲା ଭନ୍‌ସାଲୀଙ୍କ ‘ଗଙ୍ଗୁବାଇ କାଠିଆୱାଡି’ରେ ତାଙ୍କ ଗୀତ ପାଇଁ ହୁମା କୁରେଶି ୨ କୋଟି ଟଙ୍କା ଆଦାୟ କରିଥିଲେ।

ସେହିଭଳି, ଚିରଞ୍ଜୀବୀଙ୍କ ‘ୱାଲ୍‌ଟେୟାର ଭିରାୟା’ରେ କରିଥିବା ଗୀତ ପାଇଁ ଉର୍ବଶୀ ରାଉତେଲା ୩ କୋଟି ଟଙ୍କା ଆଦାୟ କରିଥିଲେ। ଖବର ଅନୁଯାୟୀ ସାମନ୍ଥା ରୁଥ୍ ପ୍ତଭୁ ‘ପୁଷ୍ପା - ଦି ରାଇଜ’ର ‘ଉ… ଆଣ୍ଟାୱା’ରେ ଅଭିନୟ ପାଇଁ ୫ କୋଟି ଟଙ୍କା ନେଇଥିଲେ।

ଏହା ପରେ ବି ଏମିତି ମଧ୍ୟ କିଛି ଆଗ ଧାଡିର ଷ୍ଟାର୍ ଅଛନ୍ତି ଯେଉଁମାନେ ଫିଲ୍ମରେ ସେମାନଙ୍କ କେମିଓ ସିନ୍ ପାଇଁ ଟଙ୍କାଟିଏ ବି ନେଇ ନାହାନ୍ତି। ଆର୍. ମାଧବନଙ୍କ ନିର୍ଦ୍ଦେଶିତ ‘ରକେଟ୍ରି’ରେ କେମିଓ ଭୂମିକାରେ ନଜର ଆସି ଶାହରୁଖ ଖାନ ଟଙ୍କାଟିଏ ବି ନେଇ ନଥିଲେ। ସେହିଭଳି ସଲମାନ ଖାନ ମଧ୍ୟ ମାଗଣାରେ ‘ପଠାନ’ରେ ଦେଖାଦେଇଥିଲେ।

Ajay Devgn Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ