Advertisment

ଆସିଲା ‘ଭୋଲା’ର ଟ୍ରେଲର୍‌; ଜାଣନ୍ତୁ କେବେ ହେବ ରିଲିଜ୍

ରିଲିଜ୍ ହୋଇଛି ଅଜୟଙ୍କ ଆକ୍ସନ୍ ପ୍ୟାକ୍ 'ଭୋଲା'ର ଟ୍ରେଲର। ପୁରା ଟ୍ରେଲରରେ ଶିବ ଭକ୍ତ ଅଜୟଙ୍କ ଷ୍ଟାଇଲ୍ ଦେଖିବାକୁ ମିଳେ। ଏଥିସହ ଧୂଆଁଧାର୍ ଆକ୍ସନ୍ ଏବଂ ଦମଦାର ଡାଏଲଗ୍ ରହିଛି।

ଅଦ୍ୟତନ ହୋଇଛି
Ajay Devgan Tabu Action Packed Bholaa Trailer Out

Ajay Devgan Tabu action packed bholaa trailer out

Advertisment

ଅଜୟ ଦେବଗନଙ୍କ ଫିଲ୍ମର ଷ୍ଟାଇଲ୍ ନିଆରା। ଗତ କିଛି ବର୍ଷ ହେବ ଦର୍ଶକ ତାଙ୍କୁ ପସନ୍ଦ କରୁଛନ୍ତି। ଅଜୟ ଦର୍ଶକଙ୍କ ହୃଦୟରେ ଏମିତି ରାଜ୍ କରୁଛନ୍ତି ଯେ ତାଙ୍କ ଫିଲ୍ମ ପାଇଁ ଲୋକେ ଅପେକ୍ଷା କରି ରହୁଛନ୍ତି। ଅଜୟଙ୍କ ଫିଲ୍ମ 'ଭୋଲା' ଓ ‘ଦୃଶ୍ୟମ୍ ୨' ମଧ୍ୟ ଏହି ଧାରାରେ ରହିଛି। ଏବେ ଅଜୟଙ୍କ ଆକ୍ସନ୍ ପ୍ୟାକ୍ 'ଭୋଲା'ର ଟ୍ରେଲର ରିଲିଜ୍ ହୋଇଛି। ପୁରା ଟ୍ରେଲରରେ ଶିବ ଭକ୍ତ ଅଜୟଙ୍କ ଷ୍ଟାଇଲ୍ ଦେଖିବାକୁ ମିଳେ। ଏହା ବ୍ୟତୀତ ଅମାଲା ପାଲ୍ ଏବଂ ତବୁଙ୍କ ଅଭିନୟ ମଧ୍ୟ ଖୁବ ପ୍ରଭାବଶାଳୀ।

Advertisment

ଚଳଚ୍ଚିତ୍ରର ଟ୍ରେଲରରେ ଧୂଆଁଧାର୍ ଆକ୍ସନ୍‌ ଏବଂ ଦମଦାର ଡାଏଲଗ୍ ଶୁଣିବାକୁ ମିଳେ। ଏହି ଚଳଚ୍ଚିତ୍ରଟିରେ ଭରପୂର ମସାଲା ରହିଥିବା ମନେହୁଏ, ଯେଉଁଥିରେ ଆକ୍ସନ୍, ରୋମାନ୍ସ, ଡ୍ରାମା ଏବଂ ଇମୋସନାଲ୍ ଆଙ୍ଗଲ୍ ଭରି ରହିଛି। ଚଳଚ୍ଚିତ୍ରରେ ନିଜ ଝିଅ ପାଇଁ ଅଜୟ ଏକ ମିଶନରେ ତବୁଙ୍କୁ ସାହାଯ୍ୟ କରନ୍ତି ଏବଂ ଏହା ଉପରେ ପର୍ଯ୍ୟବେଶିତ ପୁରା କାହାଣୀ ଭିନ୍ନ ଭିନ୍ନ ମୋଡ଼ ନେଇଥାଏ।

ଅଧିକ ପଢ଼ନ୍ତୁ: ‘ଜ୍ୱିଗାଟୋ’ର ଟ୍ରେଲର ଲଞ୍ଚ୍‌; କମେଡିଆନ୍‌ଙ୍କ ସିରିୟସ୍ ଅବତାର

ଏଥିରେ ଦର୍ଶକେ ପୁଣିଥରେ ତବୁ ଏବଂ ଅଜୟଙ୍କ କଥା କଟାକଟି ଦେଖିବାକୁ ପାଇବେ। ଏହାପୂର୍ବରୁ ଉଭୟ ତାରକା ଫିଲ୍ମ 'ଦୃଶ୍ୟମ୍‌ ୨'ରେ ସେମାନଙ୍କ ଜଲ୍‌ୱା ଦେଖେଇଛନ୍ତି। ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି। ଉଭୟଙ୍କ ଡାଏଲଗ୍‌ ମଧ୍ୟ ଲୋକଙ୍କୁ ପ୍ରଭାବିତ କଲାଭଳି।

Advertisment

ଏହା ବ୍ୟତୀତ ଦୀପକ ଡୋବରିୟାଲଙ୍କ ଭିନ୍ନ ଷ୍ଟାଇଲ୍ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ଟ୍ରେଲର୍‌ରେ ଦୀପକଙ୍କୁ ଚିହ୍ନିବା କଷ୍ଟକର। ସେହିପରି ଟ୍ରେଲର୍‌ରେ ଅମାଲା, କିରଣ କୁମାର, ଗଜରାଜ ରାଓ, ସଞ୍ଜୟ ମିଶ୍ର ମଧ୍ୟ ନଜର ଆସନ୍ତି।

ଏହି ଚଳଚ୍ଚିତ୍ରଟି ସାଉଥ୍ ଫିଲ୍ମ 'କୈଥୀ'ର ହିନ୍ଦୀ ରିମେକ୍। କାର୍ଥୀ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। 'ଭୋଲା'ର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଦେବଗନ୍ ଏବଂ ଏହି ଫିଲ୍ମ ମାର୍ଚ୍ଚ ୩୦ରେ ପ୍ରେକ୍ଷାଳୟକୁ ଆସିବ।

Advertisment

Ajay Devgn Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ