• Astrospeak
  • Live TV
  • Read In English

Aishwarya Cannes Look: ସିନ୍ଥିରେ ସିନ୍ଥିଏ 'ସିନ୍ଦୂର', ନୀଳନୟନାଙ୍କ କ୍ୟାନ୍ସ ଲୁକ୍‌ ଦେଖି ଫ୍ୟାନ୍ସ ଘାଇଲା

ଆଉ ସିନ୍ଥିରେ ସିନ୍ଥିଏ ସିନ୍ଦୂର, ଦେହରେ ବନାରସୀ ଶାଢ଼ୀ । କାନ୍ସରେ ନୀଳନୟନା ଐଶ୍ୱର୍ଯ୍ୟାଙ୍କ ଏମିତି କିଛି ଲୁକ୍‌ ଦେଇ ଘାଇଲା ଫ୍ୟାନ୍ସ । ଯିଏ ଦେଖିଲା ଘଡିଏ ଚାହିଁଲା । ମଥାରେ ସିନ୍ଦୂର ପିନ୍ଧି ସେ ଅପରେସନ୍‌ ସିନ୍ଦୂରକୁ ସମର୍ଥନ କରିଥିବା ଚର୍ଚ୍ଚା ।

aishwarya
aishwarya

ଦେହରେ ବନାରସୀ ଶାଢ଼ୀ । ଗଳାରେ ଲାଲ ରଙ୍ଗର ଏମାରେଲ୍ଡ ରୁବି ନେକ୍‌ଲେସ୍‌ । ଆଉ ସିନ୍ଥିରେ ସିନ୍ଥିଏ ସିନ୍ଦୂର ପିନ୍ଧି ଅପରେସନ୍‌ ସିନ୍ଦୂରକୁ ସମର୍ଥନ କଲେ ନୀଳନୟନା । କାନ୍ସରେ ଦେଖାଇଲେ ଜଲୱା । ଦେଶୀ ଲୁକ୍‌ରେ ସମସ୍ତଙ୍କୁ କଲେ ଘାଇଲା । ଯିଏ ଦେଖିଲା ଘଡିଏ ଚାହିଁଲା । ରେଡ୍‌ କାର୍ପେଟ୍‌ରେ ରୟାଲ ଏଣ୍ଟ୍ରି ମାରି ହୋସ୍‌ ଉଡାଇଲେ ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ।  ବୁଧବାର କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍‌ କାର୍ପେଟ୍‌ରେ ମଥା ଭରି ସିନ୍ଦୂର ପିନ୍ଧି ଚାଲିଥିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ।

ଅଧିକ ପଢ଼ନ୍ତୁ: ପାଉଥିଲେ ୨୫ ଲକ୍ଷ ଦରମା, ସଫ୍ଟୱେୟାର ଇଞ୍ଜିନିୟରରୁ କେମିତି ବନିଗଲେ ପର୍ଣ୍ଣଷ୍ଟାର୍ ?

ତାଙ୍କ ଦେହରେ ଥିଲା ମନୀଷ ମଲହୋତ୍ରା ଡିଜାଇନ୍ କରିଥିବା ଧଳା ରଙ୍ଗର ହାତବୁଣା ପରମ୍ପରିକ ବନାରସୀ ଶାଢ଼ୀ । ଆଉ କାନ୍ଧରେ ଧଳା ଟିସୁ ହାତବୁଣା ଦୁପଟ୍ଟା ପକାଇଥିଲେ ଐଶ୍ବର୍ଯ୍ୟା । ସେ ନିଜ ଡ୍ରେସ୍‌ଅପ୍‌ ଜରିଆରେ ସିନ୍ଦୂରର କ’ଣ ରହିଛି ମହତ୍ୱ ପୂରା ବିଶ୍ୱକୁ ଦେଇଥିଲେ । ଆଉ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅପରେସନ୍‌ ସିନ୍ଦୂରର ସନ୍ଦେଶ ପହଞ୍ଚଇଥିଲେ । ଖାଲି ସେତିକି ନୁହେଁ ଦୀର୍ଘ ଦିନ ଧରି ଲାଗି ରହିଥିବା ଛାଡପତ୍ର ଚର୍ଚ୍ଚା ଉପରେ ବି ପୂର୍ଣ୍ଣଚ୍ଛେଦ ପକାଇଥିଲେ ବଚ୍ଚନ ବୋହୂ । 


ଐଶ୍ୱର୍ଯ୍ୟାଙ୍କ ଏହି ମହାରାଣୀ ଲୁକ୍‌ ସମସ୍ତଙ୍କୁ ଆକର୍ଷିତ କରିଥିଲା । ପାରମ୍ପରିକ ଭାରତୀୟ ଅଳଙ୍କାର ପିନ୍ଧି ଫ୍ରାନ୍ସିସ୍‌ ଦର୍ଶକଙ୍କୁ 'ନମସ୍ତେ' କରିବା ସହ ହସ ହସ ମୁହଁରେ ସେମାନଙ୍କୁ ଫ୍ଲାଇଙ୍ଗ କିସ୍ ମଧ୍ୟ ଦେଇଥିଲେ । ତାଙ୍କ ଫଟୋ ସାମ୍ନାକୁ ଆସିବା ପରେ ସେ ପୁଣିଥରେ ପ୍ରମାଣ କରି ଦେଖାଇଛନ୍ତି ଯେ ସେ କାନ୍ସ କୁଇନ୍‌ । 

ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଐଶ୍ୱର୍ଯ୍ୟା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶାଢ଼ି ପିନ୍ଧିଛନ୍ତି । ୨୦୦୨ ଏବଂ ୨୦୦୩ରେ ମଧ୍ୟ ପାରମ୍ପରିକ ଶାଢ଼ୀ ପିନ୍ଧି ରେଡ୍‌କାର୍ପେଟ୍‌ରେ ଜଲୱା ଦେଇଥିଲେ ବି-ଟାଉନର ଏହି ଏଭରଗ୍ରୀନ୍‌ ଅଭିନେତ୍ରୀ । 

ଅଧିକ ପଢ଼ନ୍ତୁ:ପୁଣି ଥରେ ଗ୍ଲାମରସ୍ ଅବତାରରେ ସୋସିଆଲ ମିଡିଆରେ ହଇଚଇ

 

ବ୍ୟୁରୋ ରିପୋର୍ଟ ଓଟିଭି