ପାପାରାଜିଙ୍କ ପ୍ରଶ୍ନର ହସି ହସି ବଢ଼ିଆ ଉତ୍ତର ଦେଲେ ଐଶ୍ୱର୍ଯ୍ୟା..!

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ କ’ଣ ଚାଲିଛି ? ଉଭୟଙ୍କ ମଧ୍ୟରେ ମତଭେଦ ରହିଛି କି ? ନା ଏହା କେବଳ ଗୁଜବ ? ଏହି ସବୁ ପ୍ରଶ୍ନର ଉତ୍ତର ଫ୍ୟାନ୍ସମାନେ ଜାଣିବାକୁ ଚାହାଁନ୍ତି ।

aishwarya rai bachchan

ବଚ୍ଚନ ପରିବାର ବଲିଉଡର ପ୍ରତିଷ୍ଠିତ ପରିବାର ମଧ୍ୟରୁ ଅନ୍ୟତମ । ଅମିତାଭ ବଚ୍ଚନ, ଜୟା ବଚ୍ଚନଙ୍କ ସହ ପୁଅ ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ନିଜ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛି ଦିନ ହେବ ବଚ୍ଚନ ପରିବାରରେ ମତଭେଦ ଥିବା ଖବର ସାମ୍ନାକୁ ଆସୁଛି ।

ଐଶ୍ୱର୍ଯ୍ୟା ୧୫ ଦିନ ହେବ ଝିଅ ଆରାଧ୍ୟାଙ୍କ ସହ ନ୍ୟୁୟର୍କରେ ଥିଲେ । ଚର୍ଚ୍ଚା ହେଉଛି ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ମଧ୍ୟରେ ବିବାଦ ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଏହି ଚର୍ଚ୍ଚା ଚାଲିଥିବା ମଧ୍ୟରେ ଏବେ ଐଶ୍ୱର୍ଯ୍ୟା ଭାରତ ଫେରିଛନ୍ତି । ଭାରତ ଫେରିବା ପରେ ସେ ପାପାରାଜିଙ୍କ ଯେଉଁ ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି, ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ସେ ଏମିତି କିଛି କହିଛନ୍ତି ଯାହା ଶୁଣିବା ପାଇଁ ଫ୍ୟାନ୍ସ ଦୀର୍ଘ ଦିନ ହେବ ଅପେକ୍ଷା କରି ରହିଥିଲେ।

ଅଧିକ ପଢ଼ନ୍ତୁ: ଦିଲ୍ଲୀର ଦାମୀ ଏରିଆ, ଯେଉଁଠି ରହିଛି ଆର୍ଯ୍ୟନ୍‌ଙ୍କ ୨୭୦୦ ବର୍ଗଫୁଟ୍‌ର ଘର

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ କ’ଣ ଚାଲିଛି ? ଉଭୟଙ୍କ ମଧ୍ୟରେ ମତଭେଦ ରହିଛି କି ? ନା ଏହା କେବଳ ଗୁଜବ ? ଏହି ସବୁ ପ୍ରଶ୍ନର ଉତ୍ତର ଫ୍ୟାନ୍ସମାନେ ଜାଣିବାକୁ ଚାହାଁନ୍ତି ।

ତେବେ କହିବାକୁ ଗଲେ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଅଲଗା ଅଲଗା ହୋଇ ପହଞ୍ଚିଥିଲେ । ଯାହା ପରେ ବଚ୍ଚନ ପରିବାରରେ ମତଭେଦ ଖବରକୁ ଅଧିକ ଖୋରାକ ଯୋଗାଇଥିଲା। ଏପର୍ଯ୍ୟନ୍ତ ତଥାପି ଠିକ୍ ଥିଲା । ହେଲେ ଅଭିଷେକ ବଚ୍ଚନ ଯେତେବେଳେ ‘X’ ରେ ଏକ ଛାଡପତ୍ର ପୋଷ୍ଟକୁ ଲାଇକ୍‌ କଲେ, ସେତେବେଳେ ମତଭେଦ ଖବର ନିଆଁ ଭଳି ବ୍ୟାପିଲା । ତା’ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଲା। ଫ୍ୟାନ୍ସମାନେ ବିଚଳିତ ହେବା ଆରମ୍ଭ କଲେ ।

ଐଶ୍ୱର୍ଯ୍ୟା ଯେତେବେଳେ ପ୍ୟାପ୍ସ ସହିତ କଥାବାର୍ତ୍ତା କରୁଥିଲେ, ସେତେବେଳେ ଭାରି ଖୁସି ଜଣାପଡ଼ୁଥିଲେ । ପ୍ୟାପ୍ସ ତାଙ୍କୁ ଗୁଡ୍‌ମର୍ଣ୍ଣିଂ ବୋଲି କହିଲେ । ଆଉ ଐଶ୍ୱର୍ଯ୍ୟା ମଧ୍ୟ ହସି ହସି ଏହାର ଜବାବ ଦେଲେ ।

ଜଣେ ପାପାରାଜି ପଚାରିଲେ, ମାଡାମ ଆପଣ କେମିତି ଅଛନ୍ତି ? ଏହାର ଉତ୍ତର ଦେଇ ସେ ହସି ହସି କହିଲେ, ସବୁକିଛି ଠିକ୍ ଅଛି, ଧନ୍ୟବାଦ । ଆଉ ଜଣେ ପାପାରାଜି ଯେତେବଳେ ତାଙ୍କ ସହ ଫଟୋ ନେବାକୁ କହିଥିଲେ, ସେ ଅଧିକ ହସିବାକୁ ଲାଗିଲେ । ସେ ପ୍ରଥମେ ଆରାଧ୍ୟାଙ୍କୁ କାର୍‌ରେ ବସିବା ପାଇଁ କହିଥିଲେ । ତାପରେ ଏୟାରପୋର୍ଟ ଷ୍ଟାଫ୍‌ ମାନଙ୍କ ସହ ଫଟୋ ଉଠାଇଥିଲେ ।

ଅଭିନେତ୍ରୀଙ୍କ ନମ୍ରତା ଭାବ ଇଣ୍ଟରନେଟରେ ଲୋକଙ୍କ ହୃଦୟ ଜିତି ନେଲା । ସେଲଫି ନେବା ପରେ ସେ ବିମାନବନ୍ଦର କର୍ମଚାରୀଙ୍କୁ 'ଗଡ୍‌ ବ୍ଲେସ୍‌' କହିଥିଲେ । ପରେ କାରରେ ବସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ । ନେଟିଜେନ୍ସ ଏବେ ତାଙ୍କୁ ‘କ୍ୱିନ୍‌’ ବୋଲି କହୁଛନ୍ତି।