Ahaan Pandey
ନିର୍ଦ୍ଦେଶକ ମୋହିତ ସୁରୀଙ୍କ ଫିଲ୍ମ ‘ସୈୟାରା’ ବକ୍ସ ଅଫିସରେ ଧମାଲ ମଚାଉଛି। ଏହି ଫିଲ୍ମ ଯାହା କରି ଦେଖାଇଛି ତାହା ବିଗ ବଜେଟ ଫିଲ୍ମ କରିପାରିନାହିଁ । ଫିଲ୍ମରେ ଅହାନ ପାଣ୍ଡେଙ୍କ ଅଭିନୟକୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି। ସେପଟେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଲୋକେ ବେଶ ଆଗ୍ରହ ଦେଖାଉଛନ୍ତି ।
ଫିଲ୍ମ ସହ ଅହାନଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଚର୍ଚ୍ଚାରେ ରହିଛି। ଅହାନଙ୍କ ସିକ୍ରେଟ ଗର୍ଲଫ୍ରେଣ୍ଡ ବିଷୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଅହାନଙ୍କ ଗର୍ଲଫ୍ରେଣ୍ଡ କିଏ?
ଅହାନ ପାଣ୍ଡେ ହେଉଛନ୍ତି ଚଙ୍କି ପାଣ୍ଡେଙ୍କ ଭାଇଙ୍କ ପୁଅ ଓ ଅନନ୍ୟା ପାଣ୍ଡେଙ୍କ ସଂପର୍କୀୟ ଭାଇ । ଅହାନ ପାଣ୍ଡେ ଏବେ ଝିଅ ମାନଙ୍କ ଭିତରେ ଖୁବ ଲୋକପ୍ରିୟ । ଚର୍ଚ୍ଚ। ହେଉଛି ଅହାନ ପାଣ୍ଡେ ଡେଟ୍ କରୁଛନ୍ତି ଶ୍ରୁତି ଚୌହାନଙ୍କୁ । ଯଦିଓ ଦୁହେଁ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି କିନ୍ତୁ ଶ୍ରୁତିଙ୍କ ଏକ ପୋଷ୍ଟ ଏହି ଚର୍ଚ୍ଚ।କୁ ବଢ଼ାଇଦେଇଛି।
ଶ୍ରୁତି ଚୌହାନ ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଥାନ୍ତି ଏବଂ ନିଜ ସହ ଜଡ଼ିତ ଅପଡେଟ୍ଗୁଡ଼ିକୁ ସେୟାର କରିଥାନ୍ତି। ଶ୍ରୁତି ଚୌହାନ ଅହାନଙ୍କ ଫିଲ୍ମ ‘ସୈୟାରା’ର ସଫଳତା ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଏକ ଷ୍ଟୋରୀ ସେୟାର କରି ଏକ ଲମ୍ବା କ୍ୟାପସନ ଦେଇଛନ୍ତି।
ଶ୍ରୁତି ଲେଖିଛନ୍ତି @mohitsuri ପୁଣି ଥରେ ସିନେମାରେ ତୁମର ଯାଦୁ ଚାଲିଛି ଏବଂ ଏହାଠାରୁ ଅଧିକ କିଛି ମିଳି ପାରେ ନାହିଁ। ଶ୍ରୁତି ଚୌହାନ ଆଗକୁ ଲେଖିଛନ୍ତି, “ଅନୀତ ପଡ୍ଡା ତୁମେ ସତରେ ଚମତ୍କାର। ତୁମର କଠିନ ପରିଶ୍ରମ ଓ ବିଶ୍ୱାସ ପାଇଁ ଅଭିନନ୍ଦନ ଏବଂ ଫିଲ୍ମର ସମସ୍ତ ଟିମ୍କୁ ଖୁବ୍ ଅଭିନନ୍ଦନ।
ଅହାନଙ୍କ ପାଇଁ ଲେଖିଛନ୍ତି ସେହି ପୁଅ, ଯିଏ ଜୀବନସାରା ଏହି ସ୍ୱପ୍ନ ଦେଖିଥିଲା, ଯିଏ ଏହା ଉପରେ ବିଶ୍ୱାସ କରିଥିଲା । ସେହି ପୁଅ ଯିଏ ଏହି ମୁହୂର୍ତ୍ତ ପାଇଁ ନିଜର ସବୁକିଛି ତ୍ୟାଗ କରିଥିଲା। ଯିଏ ଏହାର ଅଧିକାରୀ ଅନ୍ୟ କାହା ଅପେକ୍ଷା । ଏହା ତୁମର ମଞ୍ଚ, ଅହାନ ପାଣ୍ଡେ ଆଇ ଲଭ ୟୁ। ମୁଁ ତୁମ ଉପରେ ଗର୍ବିତ, ମୁଁ କାନ୍ଦୁଛି, ଚିତ୍କାର କରୁଛି ଓ କେବଳ ପ୍ରାର୍ଥନା କରୁଛି ଯେ ତୁମ ପାଇଁ ଆହୁରି ଅନେକ କିଛି ଆସୁ।
ଶ୍ରୁତି ଚୌହାନଙ୍କ ଏହି ପୋଷ୍ଟ ପରେ ଲୋକେ ତାଙ୍କୁ ଅହାନ ପାଣ୍ଡେଙ୍କ ଗର୍ଲଫ୍ରେଣ୍ଡ କହିବା ଆରମ୍ଭ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753088793.jpg)