Advertisment

Dhanush Dating Mrunal: ସିରିୟସ ରିଲେସନରେ ଅଛନ୍ତି କି ମୃଣାଳ ଓ ଧନୁଷ, ଏକାଠି ଅନେକ ଜାଗାରେ ହେଉଛନ୍ତି ସ୍ପଟ୍

ଇଭେଣ୍ଟର ଏକ ଭିଡିଓ, ଯାହା ଏକ୍ସରେ ବେଶ ଭାଇରାଲ ହୋଇଥିଲା, ସେଥିରେ ଉଭୟେ କଥାବାର୍ତ୍ତା କରୁଥିବା ଦେଖାଯାଉଛନ୍ତି। ମୃଣାଲଙ୍କୁ ଧନୁଷଙ୍କ କାନରେ କିଛି ଫୁସଫୁସ କରି କହୁଥିବାର କରୁଥିବା ଦେଖାଯାଇଛି, ଯାହା ପ୍ରଶଂସକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠାଇଛି।

Dhanush Dating Mrunal

Dhanush Dating Mrunal

Advertisment

ଚର୍ଚ୍ଚାରେ ଧନୁଷ ଓ ମୃଣାଲ ଠାକୁର । ସେମାନେ ରିଲେସନରେ ଥିବା ନେଇ ଚର୍ଚ୍ଚା ଜୋର ହେଉଛି । ସୋସିଆଲ ମିଡିଆରେ କିଛି ଏଭଳି ମାହୋଲ ରହିଛି । ନିକଟରେ ଅନେକ ଇଭେଣ୍ଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହି କାରଣରୁ ସେମାନଙ୍କ ଡେଟିଂ ଗୁଜବ ଜୋର ଧରିଛି।

Advertisment

ଏହା ସବୁ ଆରମ୍ଭ ହୋଇଥିଲା ୧ ଅଗଷ୍ଟରେ ଯେତେବେଳେ ଧନୁଷ ମୃଣାଲଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ। ପାର୍ଟିର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଏହି ଭିଡିଓରେ ଧନୁଷ ମୃଣାଲଙ୍କ ହାତ ଧରି କଥାବାର୍ତ୍ତା କରୁଥିବା ଦେଖାଯାଉଛନ୍ତି।ଏହି ଭିଡିଓ ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଛି।

କିଛି ଦିନ ତଳେ ଧନୁଷଙ୍କୁ “ସନ ଅଫ ସର୍ଦାର ୨”ର ସ୍ପେଶାଲ ସ୍କ୍ରିନିଂରେ ଯୋଗ ଦେବା ପାଇଁ ମୁମ୍ବାଇ ଯାଉଥିବାର ବି ଦେଖିବାକୁ ମିଳିଥିଲା। ସନ ଅଫ୍ ସର୍ଦାର ୨ରେ ମୃଣାଲ ଅଜୟ ଦେବଗନଙ୍କ ସହ ନଜର ଆସୁଛନ୍ତି।

Advertisment

ଇଭେଣ୍ଟର ଏକ ଭିଡିଓ, ଯାହା ଏକ୍ସରେ ବେଶ ଭାଇରାଲ ହୋଇଥିଲା, ସେଥିରେ ଉଭୟେ କଥାବାର୍ତ୍ତା କରୁଥିବା ଦେଖାଯାଉଛନ୍ତି। ମୃଣାଲଙ୍କୁ ଧନୁଷଙ୍କ କାନରେ କିଛି ଫୁସଫୁସ କରି କହୁଥିବାର କରୁଥିବା ଦେଖାଯାଇଛି, ଯାହା ପ୍ରଶଂସକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠାଇଛି। ଭିଡିଓରେ କ୍ୟାପସନ ଥିଲା, “ଧନୁଷ ଓ ମୃଣାଲ ଠାକୁର ଡେଟ କରୁଛନ୍ତି?”।

ଏହା ଉପରେ ପ୍ରଶଂସକମାନଙ୍କ ଅନେକ ପ୍ରତିକ୍ରିୟା ଆସୁଛି। ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି “ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, କିନ୍ତୁ କିଛି ଇଙ୍ଗିତ ନିଶ୍ଚିତ ମିଳିଛି। ” ଅନ୍ୟ ଜଣେ କହିଛନ୍ତି, “ମୋର ମନେ ହୁଏ ସେମାନେ କେବଳ ବନ୍ଧୁ।” କିଛି ଲୋକ କହିଛନ୍ତି ଯେ ସେମାନେ ଏହା ବିଶ୍ୱାସ କରୁନାହାନ୍ତି।

Advertisment

ମଜାଦାର କଥା ହେଲା, ଏହା ପ୍ରଥମ ଥର ନୁହେଁ ଯେ ମୃଣାଲ ଓ ଧନୁଷଙ୍କୁ ଏକାଠି ଦେଖାଯାଇଛି। ୩ ଜୁଲାଇରେ ଅଭିନେତ୍ରୀଙ୍କୁ ଧନୁଷଙ୍କ ଆଗାମୀ ଚଳଚ୍ଚିତ୍ର “ତେରେ ଇଶ୍କ ମେଁ” ପାଇଁ ରାଇଟର-ପ୍ରଡ୍ୟୁସର କନିକା ଢିଲ୍ଲନଙ୍କ ଏକ ପାର୍ଟିରେ ଦେଖାଯାଇଥିଲା। କନିକାଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋଗୁଡ଼ିକରେ, ମୃଣାଲ ଓ ଧନୁଷ ଏକାଠି ପୋଜ ଦେଉଥିବା ଓ ହସୁଥିବା ଦେଖାଯାଉଛନ୍ତି, ଏବଂ ସେମାନଙ୍କ ପଛରେ ଫିଲ୍ମର ଟିମ ଛିଡ଼ା ହୋଇଥିଲେ।

ଡେଟିଂ ଗୁଜବ ଉପରେ ଧନୁଷ କିମ୍ବା ମୃଣାଲ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଧନୁଷ ପୂର୍ବରୁ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ସହ ୧୮ ବର୍ଷ ବିବାହ ବନ୍ଧନରେ ଥିଲେ। ୨୦୨୨ରେ ସେମାନେ ଅଲଗା ହେବା ନେଇ ଘୋଷଣା କରିଥିଲେ।

ଅଧିକ ପଢନ୍ତୁ: ହସପିଟାଲ ବେଡରେ ଶେହନାଜ. ଅବସ୍ଥା ଗମ୍ଭୀର...କରନ କହିଲେ ଶୀଘ୍ର ଠିକ ହେଇଯାଅ

Dhanush Mrunal Thakur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ