Advertisment

Aditya Roy Kapur HBD : କ୍ରିକେଟର୍ ହେବାର ସ୍ୱପ୍ନ ଥିଲା, ହେଇଗଲେ ଅଭିନେତା

ଆଜି ଆଦିତ୍ୟ ରୟ କପୁରଙ୍କ ୩୭ତମ ଜନ୍ମଦିନ। ଲଗାତର ଫ୍ଲପ୍ ଫିଲ୍ମ ଦେଲା ପରେ ‘ଆଶିକ୍ ୨’ ଦେଇଥିଲା ସଫଳତା। ଆଜି, ଏହି ଅଭିନେତାଙ୍କ ଜନ୍ମଦିନ ଅବସରରେ, ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡିତ କିଛି ମଜାଦାର କାହାଣୀ-

ଅଦ୍ୟତନ ହୋଇଛି
Aditya Roy Kapur Birthday

Aditya roy kapur celebrates his 37th birthday today

Advertisment

ଆଦିତ୍ୟ ରୟ କପୁର ଆଜି ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଆଦିତ୍ୟ ନଭେମ୍ବର ୧୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ କୁମୁଦ ରୟ କପୁର ଓ ମାଆଙ୍କ ନାମ ସୈଲୋମ ଆରୋନ। ଆଦିତ୍ୟ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ପାଠପଢା ସମାପ୍ତ କରିଛନ୍ତି। ସେ ସିଦ୍ଧାର୍ଥ ରୟ କପୁର ଏବଂ କୁନାଲ ରୟ କପୁରଙ୍କ ସାନ ଭାଇ। ତାଙ୍କର ଏହି ଦୁଇ ବଡ ଭାଇ ବଲିଉଡରେ ବେଶ ପରିଚିତ। ବଲିଉଡ୍‌ର ଏକ ଜଣାଶୁଣା ପରିବାରରୁ ଆସିଥିଲେ ମଧ୍ୟ ଆଦିତ୍ୟ ରୟ କପୁର ନିଜର ଅଭିନୟ ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଏମିତି କ’ଣ କଲେ ୩ ମାସରେ ୧୬ କେଜି କମିଗଲେ ଆଲିଆ ଭଟ୍ଟ

ବୋଧହୁଏ ବହୁତ କମ୍ ଲୋକ ଜାଣିଥିବେ ଯେ ଆଦିତ୍ୟ ରୟ କପୁରଙ୍କ ପିଲାଦିନର ସ୍ୱପ୍ନ ଥିଲା ଜଣେ କ୍ରିକେଟର ହେବାର। ତେବେ ସେ ଷଷ୍ଠ ଶ୍ରେଣୀରେ ପହଞ୍ଚିବା ବେଳକୁ କ୍ରିକେଟ୍ କୋଚିଂ ଛାଡିଦେଇଥିଲେ। ସେ ବଲିଉଡ୍‌ରେ ପାଦ ଦେବା ପୂର୍ବରୁ ଜଣେ ଭିଜେ(VJ) ଭାବେ କାମ କରୁଥିଲେ। ସେ ମ୍ୟୁଜିକ୍ ଚ୍ୟାନେଲ୍‌ ଭି ଇଣ୍ଡିଆ ପାଇଁ ଏକ ଶୋ’ର ହୋଷ୍ଟ୍ କରୁଥିଲେ। ଏହା ସହିତ ତାଙ୍କୁ ମଧ୍ୟ 'ପକାଓ' ରେ ଦେଖିବାକୁ ମିଳିଥିଲା। ସେ ଲୋକପ୍ରିୟ ଶୋ’ 'ଇଣ୍ଡିଆଜ୍ ହଟେଷ୍ଟ୍'ର ହୋଷ୍ଟ୍ କରିଥିଲେ। ଏହି ଶୋ ତାଙ୍କୁ ବହୁତ ଲୋକପ୍ରିୟତା ଦେଇଥିଲା।

ଆଦିତ୍ୟ ୨୦୦୯ ମସିହାରେ କମେଡି-ଡ୍ରାମା ଚଳଚ୍ଚିତ୍ର 'ଲଣ୍ଡନ ଡ୍ରିମ୍ସ'ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସଲମାନ ଖାନଙ୍କ ଏହି ଚଳଚ୍ଚିତ୍ରରେ ଆଦିତ୍ୟ ରୟ କପୁରଙ୍କୁ ଏକ ପାର୍ଶ୍ୱ ଅଭିନେତା ଭାବେ ଦେଖିବାକୁ ମିଳିଥିଲା। ୨୦୧୦ରେ ଅକ୍ଷୟ କୁମାରଙ୍କ ଫିଲ୍ମ 'ଆକ୍ସନ ରିପ୍ଲେ' ଏବଂ ହ୍ରିତିକ ରୋଶନଙ୍କ ଫିଲ୍ମ 'ଗୁଜାରିଶ'ରେ ମଧ୍ୟ ଆଦିତ୍ୟ ଏକ ସହାୟକ ଭୂମିକା ନିଭେଇଥିଲେ।

Advertisment

୨୦୧୩ରେ ଆଦିତ୍ୟ ରୟ କପୁର ଜଣେ ମୁଖ୍ୟ ଅଭିନେତା ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଥିଲେ। ଶ୍ରଦ୍ଧା କପୁରଙ୍କ ସହ ସେ 'ଆଶିକୀ ୨' ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ଏକ ବିରାଟ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ସେହିବର୍ଷ ଏହି ଅଭିନେତା 'ୟେ ଜୱାନୀ ହୈ ଦିୱାନୀ'ରେ ମଧ୍ୟ ଏକ ସହାୟକ ଭୂମିକାରେ ନଜର ଆସିଥିଲେ। ଏହି ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରି ଆଦିତ୍ୟ ରୟ କପୁର ସମସ୍ତଙ୍କ ହୃଦୟ ଜିତିଥିଲେ। ଏହି ଦୁଇଟି ଚଳଚ୍ଚିତ୍ର ଆଦିତ୍ୟଙ୍କ କ୍ୟାରିୟରର ସବୁଠାରୁ ସଫଳ ଚଳଚ୍ଚିତ୍ର ମଧ୍ୟରେ ଗଣାଯାଏ।

ଆଦିତ୍ୟ ରୟ କପୁରଙ୍କୁ 'ଦାୱତ-ଇ-ଇଶ୍କ', 'ଫିତୁର', 'ଓକେ ଜାନୁ' ଏବଂ 'କଳଙ୍କ' ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। ତାଙ୍କର ଏସବୁ ଫିଲ୍ମ ଫ୍ଲପ୍ ହୋଇଥିଲା। ତେବେ ଏହି ଚଳଚ୍ଚିତ୍ରଗୁଡ଼ିକରେ ଆଦିତ୍ୟଙ୍କ ଅଭିନୟକୁ ସମାଲୋଚକମାନେ ପ୍ରଶଂସା କରିଥିଲେ।

Advertisment

ଆଦିତ୍ୟ ରୟ କପୁର ଅସାଧାରଣ ଚରିତ୍ରରେ ଅଭିନୟ କରିବା ନେଇ ଜଣାଶୁଣା। ୨୦୨୦ରେ ଆସିଥିବା ଚଳଚ୍ଚିତ୍ର 'ମଲଙ୍ଗ' ସହିତ ସେ ଦର୍ଶକଙ୍କୁ ବହୁତ ପ୍ରଭାବିତ କରିଥିଲେ। ଏହି ଫିଲ୍ମରେ ଦିଶା ପାଟନୀ ତାଙ୍କ ସହ ନଜର ଆସିଥିଲେ। ସେହିପରି ୨୦୨୦ରେ, ଡିସ୍ନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିଥିବା ଫିଲ୍ମ 'ସଡକ୍‌ ୨'ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଆଲିଆ ଭଟ୍ଟ ଏବଂ ସଞ୍ଜୟ ଦତ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।

ଆଦିତ୍ୟ ରୟ କପୁରଙ୍କ ହାତରେ ବର୍ତ୍ତମାନ ଏକ କ୍ରାଇମ୍‌-ଥ୍ରୀଲର ଅଛି। ତାଙ୍କୁ 'ଗୁମରାହ'ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ମୃଣାଳ ଠାକୁର ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ୨୦୧୮ରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର 'ଥାଡମ୍'ର ରିମେକ୍।

Bollywood Aditya Roy Kapur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ