Advertisment

ଘୁଞ୍ଚିଲା ‘ଆଦିପୁରୁଷ’ର ରିଲିଜ୍‌ ତାରିଖ; ଜାଣନ୍ତୁ କେବେ ପରଦାକୁ ଆସିବ

‘ଆଦିପୁରୁଷ’ର ଟିଜର ରିଲିଜ୍‌ ହେବା ପରେ ଏହା ବିବାଦ ଘେରକୁ ଆସିଥିଲା। ରାବଣ ଓ ହନୁମାନଙ୍କ ଲୁକ୍‌ ଲୋକଙ୍କୁ ପସନ୍ଦ ଆସିନି। ଟ୍ରୋଲ୍ ପରେ ଡରିଗଲେ କି ନିର୍ମାତା। ଘୁଞ୍ଚିଲା ରିଲିଜ୍‌ ତାରିଖ।

ଅଦ୍ୟତନ ହୋଇଛି
Adipurush Release Date Postponed

Adipurush postponed to summer after severe backlash

Advertisment

ପ୍ରଭାସ ଏବଂ କୃତି ସେନନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆଦିପୁରୁଷ’ର ଟିଜର ରିଲିଜ୍‌ ହେବା ପରେ ଏହା ବିବାଦ ଘେରକୁ ଆସିଥିଲା। ଶ୍ରୀରାମଙ୍କ କାହାଣୀ କହୁଥିବା ଏହି ଚଳଚ୍ଚିତ୍ରରେ ରାବଣ ଓ ହନୁମାନଙ୍କ ଲୁକ୍‌ ଲୋକଙ୍କୁ ପସନ୍ଦ ଆସିନି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଖବର ଆସୁଛି ଯେ ଲୋକଙ୍କ ଏହି ନକାରାତ୍ମକ ପ୍ରତିକ୍ରିୟା ଯୋଗୁଁ ନିର୍ମାତା ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବିବାଦରେ ‘ଆଦିପୁରୁଷ’; ରହିଛି ୧୦ ତ୍ରୁଟି

ଏହି ଚଳଚ୍ଚିତ୍ରର ଟିଜର୍‌ ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ସାମ୍ନାକୁ ଆସିଥିଲା। ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୧୨ ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ନିର୍ମାତା ଏହାର ରିଲିଜ୍ ତାରିଖକୁ ଅତି କମରେ ୬ ମାସ ଆଗକୁ ଘୁଞ୍ଚାଇ ପାରନ୍ତି।

ନିର୍ଦ୍ଦେଶକ ଓମ୍‌ ରାଓତଙ୍କ ଫିଲ୍ମ 'ଆଦିପୁରୁଷ'ର ଟିଜର୍‌ରେ ଦେଖାଯାଇଥିବା ଭିଏଫ୍‌ଏକ୍ସଗୁଡିକୁ ସୋସିଆଲ ମିଡିଆରେ ତୀବ୍ର ଉପହାସ କରାଯାଇଥିଲା। ଏହା ସହିତ, ରାମାୟଣ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ତଥ୍ୟ ସହିତ ଟ୍ୟାମ୍ପରିଂକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।

Advertisment

ଅଯୋଧ୍ୟାରେ ଏହି ଟିଜର୍‌କୁ ଦର୍ଶକଙ୍କ ଏକ ବର୍ଗ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ସିନେମା ଶିଳ୍ପ ସହିତ ଜଡିତ ବିଶେଷଜ୍ଞମାନେ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଶେୟାର କରିଛନ୍ତି ଯେ ନିର୍ମାତା ଏହି ଫିଲ୍ମକୁ ଜାନୁଆରୀରେ ରିଲିଜ୍ କରିବେ ନାହିଁ।

ତେବେ ଏ ସମ୍ବନ୍ଧରେ ‘ଆଦିପୁରୁଷ’ର ଟିମ୍ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନାହିଁ। କିନ୍ତୁ ଟ୍ରେଡ୍ ଏକ୍ସପର୍ଟ ଏବଂ ନିର୍ମାତା ଗିରିଶ ଜୋହର କହିଛନ୍ତି ଯେ ଯଦି ଏହି ଖବରକୁ ବିଶ୍ୱାସ କରାଯାଏ ତେବେ ଏହି ଚଳଚ୍ଚିତ୍ରଟି ଏପ୍ରିଲ ୨୦୨୩ରେ ରିଲିଜ୍‌ ହୋଇପାରେ।

Advertisment

‘ଆଦିପୁରୁଷ’ରେ ପ୍ରଭାସଙ୍କୁ ଶ୍ରୀରାମଙ୍କ ଭୂମିକାରେ ଏବଂ କୃତି ସେନନଙ୍କୁ ସୀତା ଭୂମିକାରେ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ସୈଫ୍‌ ଅଲି ଖାନ ରାବଣ ଚରିତ୍ରରେ ନଜର ଆସିବେ। ‘ଆଦିପୁରୁଷ’କୁ ପ୍ରଭାସଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ଭାବେ ବିବେଚନା କରାଯାଏ। ଏଥିରେ ରାବଣ ଦ୍ୱାରା ସୀତା ହରଣ ଏବଂ ରାମ-ରାବଣ ଯୁଦ୍ଧକୁ ଏକ ଚଳଚ୍ଚିତ୍ର ଭାବରେ ଦେଖାଯାଇଛି। ଏହି ଚଳଚ୍ଚିତ୍ରର ବଜେଟ୍‌ ୩୦୦ କୋଟି ବୋଲି କୁହାଯାଉଛି।

Bollywood Adipurush
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ