Advertisment

The Kerala Story: ସଫଳତା ପାଇଁ ଅଦାଙ୍କୁ ଲାଗିଗଲା ୧୫ ବର୍ଷ; କାଟିଦେଲେ ଆଲିଆ ଭଟ୍ଟଙ୍କ ରେକର୍ଡ

ଯେଉଁମାନେ ନିଜ ଲହୁର କାଳିରେ ନିଜ ଜୀବନକୁ ଲେଖନ୍ତି, ସେମାନଙ୍କ ଭାଗ୍ୟର ପୃଷ୍ଠାଗୁଡ଼ିକ କେବେବି ଖାଲି ହୋଇ ପଡେ ନାହିଁ। 'ଦ କେରଳ ଷ୍ଟୋରୀ' ଅଭିନେତ୍ରୀ ଅଦା ଶର୍ମା ଏହା କରି ଦେଖେଇଛନ୍ତି। ଦୀର୍ଘ ୧୫ ବର୍ଷ ପରେ ତାଙ୍କୁ ମିଳିଛି ଏପରି ଖ୍ୟାତି।

ଅଦ୍ୟତନ ହୋଇଛି
The Kerala Story Actress Adah Sharma

Adah Sharma emerged highest grossing bollywood actress

Advertisment

କୁହାଯାଏ ଯେ “ପରିଶ୍ରମର ଫଳ କେବେ ବୃଥା ଜାଏନି”। ଯେଉଁମାନେ ନିଜ ଲହୁର କାଳିରେ ନିଜ ଲକ୍ଷକୁ ଲେଖନ୍ତି, ସେମାନଙ୍କ ଭାଗ୍ୟର ପୃଷ୍ଠାଗୁଡ଼ିକ କେବେବି ଖାଲି ହୋଇ ପଡେ ନାହିଁ। 'ଦ କେରଳ ଷ୍ଟୋରୀ' ଅଭିନେତ୍ରୀ ଅଦା ଶର୍ମା ଏହାର ସଦ୍ୟ ଉଦାହରଣ। ୧୫ ବର୍ଷ ପୂର୍ବେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିବା ଅଦା ୨୦୦୮ ମସିହାରେ ଫିଲ୍ମ '୧୯୨୦' ସହିତ ଡେବ୍ୟୁ କରିଥିଲେ।

Advertisment

ଏହା ପରେ, ସେ ୨୦୧୪ ରେ 'ହସି ତୋ ଫସି' ଏବଂ ୨୦୧୭ରେ 'କମାଣ୍ଡୋ ୨' ଭଳି ଲୋକପ୍ରିୟ ଚଳଚ୍ଚିତ୍ରର ଏକ ଅଂଶ ହୋଇଥିଲେ ଅଦା ଶର୍ମା। କିନ୍ତୁ ନିକଟରେ ରିଲିଜ୍ ହୋଇଥିବା 'ଦ କେରଳ ଷ୍ଟୋରୀ' ତାଙ୍କୁ ଯେଉଁ ଅପୂର୍ବ ଖ୍ୟାତି ଏବଂ ସଫଳତା ଦେଇଛି, ଏଥି ପାଇଁ ସେ ଗତ ୧୫ ବର୍ଷ ହେବ ନିରବଚ୍ଛିନ୍ନ ପରିଶ୍ରମ କରିଆସୁଥିଲେ।

ଅଧିକ ପଢ଼ନ୍ତୁ: The Kerala Story: ଟପିଗଲା ୮୦ କୋଟି; ଉତ୍ସାହିତ ହୋଇ ଏମିତି କହିଲେ ନିର୍ଦ୍ଦେଶକ

Advertisment

'ଦ କେରଳ ଷ୍ଟୋରୀ'ର କାହାଣୀ କେରଳର ଜଣେ ହିନ୍ଦୁ ମହିଳାଙ୍କ ଉପରେ ଆଧାରିତ ଯିଏ ଇସ୍‌ଲାମ ଧର୍ମ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ଇସ୍‌ଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ସିରିଆ (ISIS)କୁ ଚାଲାଣ କରିଦିଆଯାଉଛି। ଏହି ଫିଲ୍ମ କେବଳ ବକ୍ସ ଅଫିସ୍‌ରେ ହଙ୍ଗାମା ସୃଷ୍ଟି କରିନାହିଁ, ବରଂ ଅଦା ଶର୍ମାଙ୍କ ପାଇଁ ଏକ ଗେମ୍ ଚେଞ୍ଜର ବୋଲି ମଧ୍ୟ ପ୍ରମାଣିତ ହୋଇଛି । ଫିଲ୍ମ ରିଲିଜ୍ ହେବା ପରେ ଅଦା ଶର୍ମାଙ୍କ ଲୋକପ୍ରିୟତା ବହୁଗୁଣିତ ହୋଇଯାଇଛି।

ନିକଟରେ ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କୁ ପଚରାଯାଇଥିଲା ଏହି ଚଳଚ୍ଚିତ୍ରର ସଫଳତା ପରେ ସେ ନିଜ କ୍ୟାରିଅରକୁ କେଉଁ ଦୃଷ୍ଟିରେ ଦେଖନ୍ତି? ଏହାର ଉତ୍ତରରେ ଅଦା କହିଥିଲେ ଯେ “ମୁଁ କେବେ ବି ଏତେ ସଫଳତା ହାସଲ କରିବାର ସ୍ୱପ୍ନ ଦେଖି ନଥିଲି। କିନ୍ତୁ, ହଁ, ମୁଁ ଯାହା କରୁଛି ଏବଂ କରିଆସୁଛି, ତାହା ଜାରି ରଖିବି।

Advertisment

'ଦ କେରଳ ଷ୍ଟୋରୀ' କିପରି ହେଲା ପ୍ରଶ୍ନର ଉତ୍ତରରେ ଅଭିନେତ୍ରୀ କହିଛନ୍ତି, “ମୁଁ ଏଭଳି ଫିଲ୍ମ ପାଇଁ କୌଣସି ଯୋଜନା କରି ନଥିଲି। କାରଣ ଯାହା ହେବାର ଥାଏ ତାହା ହୁଏ। କିନ୍ତୁ ହଁ… ଫିଲ୍ମରେ ମୋର ଅଭିନୟରେ ମୁଁ ଖୁସି, କାରଣ ମୁଁ ତାହା କରିପାରିଛି ଯାହା ସ୍କ୍ରିପ୍ଟ ପାଇଁ ଆବଶ୍ୟକ ଥିଲା।

ଅଧିକ ପଢ଼ନ୍ତୁ: ଧୋକା ଠାରୁ ଆରମ୍ଭ କରି ଧର୍ମାନ୍ତରୀକରଣ, The Kerala Storyକୁ ନେଇ ବିବାଦ କାହିଁକି ?

ଅଦା ଆହୁରି କହିଛନ୍ତି ଯେ “ମୁଁ ଏପରି ଭୂମିକା କରିବାକୁ କେବେ ସୁଯୋଗ ପାଇ ନାହିଁ। ତୁମକୁ ସେତେବେଳେ ବହୁତ ଖୁସି ଲାଗିବ ଯେତେବେଳେ ତୁମକୁ ଏହିପରି ଏକ ଭୂମିକା ମିଳିବ ଏବଂ ନିର୍ମାତା ତୁମ ଉପରେ ବିଶ୍ୱାସ ରଖିବେ।

କୌତୁହଳର ବିଷୟ ହେଉଛି ଇନ୍‌ଷ୍ଟାଗ୍ରାମ୍‌ରେ ଅଦା ଶର୍ମାଙ୍କ ଫଲୋର୍ସଙ୍କ ସଂଖ୍ୟା ମଧ୍ୟ ବହୁଗୁଣିତ ହେଉଛି। 'ଦ କେରଳ ଷ୍ଟୋରୀ' ୫ ମେ’ରେ ରିଲିଜ୍ ହୋଇଥିଲା ଆଉ ବଡ ପରଦାରେ ହଇଚଇ କରିଥିଲା। ଏହି କାରଣରୁ ଚଳିତ ମାସରେ ୨୫୦K ରୁ ଅଧିକ ନେଟିଜେନ୍ସ ଅଦାଙ୍କୁ ଫଲୋ କରୁଛନ୍ତି।

ଏହି ଫିଲ୍ମ ପ୍ରଥମ ଦିନରେ ୮ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିଲା। ଏହା ଦ୍ୱିତୀୟ ସପ୍ତାହ ଶେଷ ପୂର୍ବରୁ ୧୦୦ କୋଟି ଟଙ୍କା ଅତିକ୍ରମ କରି ସଲମାନ ଖାନଙ୍କ ‘କିସି କା ଭାଇ କିସି କୀ ଜାନ’ଙ୍କୁ ପଛରେ ପକେଇ ଦେଇଥିଲା।

କେବଳ ଏତିକି ନୁହେଁ, 'ଦ କେରଳ ଷ୍ଟୋରୀ'ର ସଫଳତା ଅଦା ଶର୍ମାଙ୍କ ପାଇଁ ଆଉ ଏକ ସ୍ଥାନ ସଂରକ୍ଷଣ କରିଛି। ଆଲିଆ ଭଟ୍ଟଙ୍କୁ ପଛରେ ପକେଇ ଅଦା ଶର୍ମା ଏକ ମହିଳା ପ୍ରଧାନ ଚଳଚ୍ଚିତ୍ର ପାଇଁ ବଲିଉଡ୍‌ ଅଭିନେତ୍ରୀ ଭାବେ ସର୍ବାଧିକ ଆୟ କରିଛନ୍ତି। ଏହା ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିଆୱାଡି'ର ରେକର୍ଡ ଭାଙ୍ଗିଛି।

Bollywood Actress Adah Sharma Adah Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ