Advertisment

Viral Video: ମହଙ୍ଗା ପଡିଲା ସମୁଦ୍ର କୂଳରେ ଯୋଗ; ଅଭିନେତ୍ରୀଙ୍କୁ ଭିଡିନେଲା ସମୁଦ୍ର; ଦେଖନ୍ତୁ ଏହି ଭୟଙ୍କର ଦୃଶ୍ୟ

ଅଭିନେତ୍ରୀଙ୍କୁ ମହଙ୍ଗା ପଡିଛି ସମୁଦ୍ର କୂଳରେ ଯୋଗ କରିବା। ଏହି ସମୟରେ ହଠାତ ମାଡିଆସିଥିଲା ସମୁଦ୍ରର ଭୟଙ୍କର ଜୁଆର। ଏହି ଜୁଆର ତାଙ୍କୁ ସମୁଦ୍ର ଭିତରକୁ ଭିଡି ନେଇଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
Actress dies at 24 after being swept away by wave

Actress dies at 24 after being swept away by wave

ସମୁଦ୍ର କୂଳରେ ଯୋଗ କରିବା ଅଭିନେତ୍ରୀଙ୍କୁ ମହଙ୍ଗା ପଡିଛି। ଏହା ତାଙ୍କୁ ଏତେ ଭାରିପଡିଛି ଯେ, ଜୀବନ ହରେଇବାକୁ ପଡିଛି। ଥାଇଲାଣ୍ଡର କୋହ ସାମୁଇ ଦ୍ୱୀପରେ ଋଷର ଅଭିନେତ୍ରୀ କମିଲା ବେଲ୍ୟାତ୍ସକାୟା ଯୋଗ ଅଭ୍ୟାସ କରୁଥିବା ବେଳେ ସମୁଦ୍ରର ବିରାଟ ଜୁଆର ମାଡି ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି।

Advertisment

ଯେତେବେଳେ ଏହି ଦୁର୍ଘଟଣା ଘଟିଲା ସେହି ସମୟରେ ୨୪ ବର୍ଷୀୟା ଅଭିନେତ୍ରୀ ଥାଇଲାଣ୍ଡରେ ତାଙ୍କ ପ୍ରେମିକ ସହିତ ଛୁଟି କାଟୁଥିଲେ। ସୋସିଆଲ ମିଡିଆରେ ଏହି ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଅଭିନେତ୍ରୀଙ୍କ ଶେଷ ମୁହୂର୍ତ୍ତ କଏଦ ହୋଇଛି।

ଭିଡି ନେଲା ସମୁଦ୍ର:

ଅଭିନେତ୍ରୀ ଜଣଙ୍କ ସମୁଦ୍ର କୂଳରେ ଥିବା ପାହାଡିଆ ଚଟାଣରେ ବସି ଯୋଗ କରୁଥିଲେ। ଏହି ସମୟରେ ହଠାତ ମାଡିଆସିଥିଲା ସମୁଦ୍ରର ଭୟଙ୍କର ଜୁଆର। ଏହା ଏହା ଏତେ କ୍ଷୀପ୍ର ଥିଲା ଯେ ଅଭିନେତ୍ରୀ ସେଠାରୁ ଯିବା ପାଇଁ ସମୟ ପାଇ ନ ଥିଲେ। ଏହି ଜୁଆର ହଠାତ ତାଙ୍କୁ ସମୁଦ୍ର ଭିତରକୁ ଭିଡି ନେଇଥିଲା।

Advertisment

ବିଫଳ ହେଲା ବଞ୍ଚାଇବା ଚେଷ୍ଟା:

ଥାଇଲାଣ୍ଡ ମିଡିଆ ମେଟ୍ରୋ ରିପୋର୍ଟ ଅନୁଯାୟୀ ସେଠାରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ। ସମୁଦ୍ରର ଅନେକ କିଲୋମିଟର ଦୂରରେ ଅଭିନେତ୍ରୀଙ୍କ ମୃତଦେହ ମିଳିଥିଲା।

ତେବେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନକୁ ଅଭିନେତ୍ରୀ ଖୁବ ଭଲ ପାଉଥିଲେ। ସୋସିଆଲ ମିଡିଆରେ ସେ ଏହି ସ୍ଥାନକୁ ଅନେକ ଥର ପ୍ରଶଂସା କରିଛନ୍ତି। ଅଭିନେତ୍ରୀ ପୂର୍ବରୁ ଏହି ସ୍ଥାନକୁ ପୃଥିବୀର ସର୍ବୋତ୍ତମ ସ୍ଥାନ ବୋଲି କହିଥିଲେ।


ଏହା ଥିଲା ତାଙ୍କ ପସନ୍ଦର ଜାଗା:

ଏହି ସ୍ଥାନକୁ ପ୍ରଶଂସା କରି ସେ ସୋସିଆଲ ମିଡିଆରେ ଲେଖିଥିଲେ, “ମୁଁ ସମୁଦ୍ରକୁ ଖୁବ ଭଲ ପାଏ, କିନ୍ତୁ ଏହି ସ୍ଥାନ, ଏହି ପାହାଡିଆ ବେଳାଭୂମି, ମୋ ଜୀବନରେ ମୁଁ ଦେଖିଥିବା ସର୍ବୋତ୍ତମ ସ୍ଥାନ। ବ୍ରହ୍ମାଣ୍ଡକୁ ଧନ୍ୟବାଦ ଯେ ମୁଁ ବର୍ତ୍ତମାନ ଏଠାରେ ଅଛି। ମୁଁ ବହୁତ ଖୁସି ଅଛି।”

ତେବେ ଏହି ଦୁଃଖଦ ଘଟଣା ଦିନ, ଏହି ବିଦେଶୀ ଅଭିନେତ୍ରୀ ସମୁଦ୍ର ଜୁଆରକୁ ଉପଭୋଗ କରିବା ପାଇଁ ଏକ ଲାଲ୍ କାରରେ ଲେଡ୍-କୋ ଭ୍ୟୁପଏଣ୍ଟକୁ ଯାଇଥିଲେ। ଏହା ସିସିଟିଭିରେ କଏଦ ହୋଇଥିଲା। ଏହା ପରେ ସେ ଏକାକୀ ବେଳାଭୂମି ଆଡକୁ ଯାଉଥିବାର ଦେଖାଯାଆନ୍ତି। ସେ ନିଜ କାର୍‌ରୁ ଏକ ଯୋଗ ମ୍ୟାଟ୍ ବାହାର କରି ଯିବାର ଦେଖାଯାଆନ୍ତି। ଏହି ଭିଡିଓରେ ଅଭିନେତ୍ରୀଙ୍କ ଯୋଗ ମ୍ୟାଟ୍ ପାଣିରେ ଭାସୁଥିବା ମଧ୍ୟ ଦେଖିବାକୁ ମିଳେ।

Social Media Viral Video
Advertisment
Advertisment