Advertisment

ଅର୍ଚ୍ଚିତା ହେଲେ ତରଙ୍ଗର ବ୍ରାଣ୍ଡ୍ ଆମ୍ବାସଡର୍

ଆଗକୁ ମଧ୍ୟ ଅର୍ଚ୍ଚିତାଙ୍କ ସହଭାଗିତା ତରଙ୍ଗ ବ୍ରାଣ୍ଡ୍‌କୁ ଆଦୃତ କରିବାରେ ଆହୁରି ଅଧିକ ସହାୟକ ହେବ।

Actress Archita

Actress Archita

Advertisment

ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ହେଲେ ତରଙ୍ଗର ବ୍ରାଣ୍ଡ୍ ଆମ୍ବାସଡର୍। ପବିତ୍ର ରଜ ଉତ୍ସବ ଅବସରରେ ଅର୍ଚ୍ଚିତାଙ୍କୁ ତରଙ୍ଗ ଚ୍ୟାନେଲ୍‌ର ନୂଆ ବ୍ରାଣ୍ଡ୍ ଆମ୍ବାସଡର୍ ଭାବେ ଘୋଷଣା କରିଛନ୍ତି ଓଡ଼ିଶା ଟେଲିଭିଜନ୍ ନେଟଓ୍ୱର୍କର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା। ତରଙ୍ଗ ପକ୍ଷରୁ କଟକ ନଖରା ସ୍ଥିତ ଗ୍ରାଣ୍ଡ୍ ବଜାରରେ ଆୟୋଜିତ ଘୋ ଘା ରଜ କାର୍ଯ୍ୟକ୍ରମରେ ସେ ଏନେଇ ଘୋଷଣା କରିଛନ୍ତି।

Advertisment

୨୦୦୮ ମସିହାରେ ମନୋରଞ୍ଜନଧର୍ମୀ ଚ୍ୟାନେଲ ତରଙ୍ଗ ଆତ୍ମପ୍ରକାଶ କରିଥିଲା ଏବଂ ସଂଯୋଗବଶତଃ ସେହିବର୍ଷ ଅର୍ଚ୍ଚିତା ମଧ୍ୟ ସିନେ ଦୁନିଆରେ ପାଦ ଥାପିଥିଲେ। ବିଗତ ବର୍ଷ ଗୁଡ଼ିକ ମଧ୍ୟରେ ଉଭୟ ଅର୍ଚ୍ଚିତା ଓ ତରଙ୍ଗ ଖୁବ୍ ଲୋକପ୍ରିୟତା ସାଉଁଟିଛନ୍ତି। ତେଣୁ ଆଗକୁ ମଧ୍ୟ ଅର୍ଚ୍ଚିତାଙ୍କ ସହଭାଗିତା ତରଙ୍ଗ ବ୍ରାଣ୍ଡ୍‌କୁ ଆଦୃତ କରିବାରେ ଆହୁରି ଅଧିକ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଜଗି ମଙ୍ଗତ ପଣ୍ଡା।

ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍‌ର କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥୀ ମଧ୍ୟ କହିଛନ୍ତି ଯେ, ରଙ୍ଗ ଓଡ଼ିଆ, ଢଙ୍ଗ ଓଡ଼ିଆ ବାର୍ତ୍ତା ଜରିଅାରେ ତରଙ୍ଗକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାରେ ଅର୍ଚ୍ଚିତା ବଡ଼ ଭୂମିକା ଗ୍ରହଣ କରିବେ  ଅନ୍ୟପକ୍ଷରେ ଅର୍ଚ୍ଚିତା ମଧ୍ୟ ତରଙ୍ଗର ବ୍ରାଣ୍ଡ୍ ଅାମ୍ବାସଡର୍ ହୋଇ ଗର୍ବ ଅନୁଭବ କରୁଥିବା କହିଛନ୍ତି।

Advertisment
Archita Sahu Tarang Brand Ambassador
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ