Nushrratt Bharuccha
ଇସ୍ରାଏଲରୁ ଫେରିଲେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା । ସ୍ୱତନ୍ତ୍ର ବିମାନ ଯୋଗେ ଆସି ସେ ମୁମ୍ବାଇରେ ପହଞ୍ଚିଛନ୍ତି। ଇସ୍ରାଏଲରେ ଯୁଦ୍ଧ ଲାଗି ରହିଥିବା ବେଳେ ନୁସରତ ସେଠାରେ ଫସି ରହିଥିଲେ। ଏଭଳି ସ୍ଥିତିରେ ସେ ମୁମ୍ବାଇ ସୁରକ୍ଷିତ ଭାବେ ଫେରି ଆସିଛନ୍ତି। ଇସ୍ରାଏଲର ଜେରୁଜେଲମରେ ସେ ଫସି ରହିଥିଲେ।
ଏକ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ନୁସରତ ଇସ୍ରାଏଲ ଯାଇଥିଲେ। ତେବେ ଇସ୍ରାଏଲ ପାଲେଷ୍ଟାଇନ ମଧ୍ୟରେ ଅଚାନକ ଯୁଦ୍ଧ ହେବା ପରେ ସେ ଫସି ରହିଥିଲେ। ଯୁଦ୍ଧ ପରିସ୍ଥିତି ଯୋଗୁଁ ବାହାରକୁ ବାହାରି ପାରୁନଥିଲେ ନୁସରତ। ନୁସରତଙ୍କୁ ଫେରାଇ ଆଣିବା ଲାଗି ତାଙ୍କ ପରିବାର ଲୋକେ ବହୁ ଚେଷ୍ଟା ଚଳାଇଥିଲେ। ଇସ୍ରାଏଲରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ମଧ୍ୟ ସମ୍ପର୍କ କରାଯାଇଥିଲା। ପରେ ସେ ସ୍ୱତନ୍ତ୍ର ବିମାନ ଯୋଗେ ଇସ୍ରାଏଲରୁ ଫେରିଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696764467.jpg)