/odishatv-khabar/media/post_attachments/uploadimage/library/16_9/16_9_0/s_1673167036.jpg)
Actor Naresh And Actress Pavitra Lokesh Lip Lock Video Goes Viral
୫୮ ବର୍ଷରେ ଚତୁର୍ଥ ବିବାହ କରିବାକୁ ଯାଉଛନ୍ତି କନ୍ନଡ ଫିଲ୍ମ ଷ୍ଟାର ନରେଶ ବାବୁ। ନୂଆବର୍ଷ ଅବସରରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରି ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଥିଲେ। ଭିଡିଓରେ ଅଭିନେତ୍ରୀ ପବିତ୍ରା ଲୋକେଶ ଓ ନରେଶ ଲିପ୍-ଲକ୍ କରୁଥିବା ଦେଖିବାକୁ ମିଳିଛି। ଏହାସହ ଖୁବ୍ଶୀଘ୍ର ବିବାହ କରିବେ ବୋଲି ମଧ୍ୟ କହିଛନ୍ତି। ହେଲେ ତାଙ୍କର ଏହି ପୋଷ୍ଟ ଦେଖି ନରେଶଙ୍କ ତୃତୀୟ ପତ୍ନୀ ରାମ୍ୟା ରଘୁପତି ରାଗରେ ଜଳୁଛନ୍ତି। କେବେବି ସେ ଏହି ବିବାହ କରାଇ ଦେବେ ନାହିଁ ବୋଲି କହିଛନ୍ତି।
ଅଭିନେତ୍ରୀଙ୍କ ସହ ଲିପ୍-ଲକ୍...
ନରେଶ ଓ ପବିତ୍ରା ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଉଭୟ ନିଜ ଜୀବନର ଏକ ଝଲକ ଦେଖାଇଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ନରେଶ ଓ ପବିତ୍ରା କେକ୍ କାଟି ପରସ୍ପରକୁ ଖୁଆଉଛନ୍ତି। ଏହାସହ ଉଭୟ ନୂଆବର୍ଷର ସ୍ୱାଗତ କରୁଥିବା ନଜର ଆସିଛି। ଭିଡିଓ ଶେଷରେ ‘ଖୁବ୍ଶୀଘ୍ର ବିବାହ ହେବାକୁ ଯାଉଛି’ ବୋଲି ଲେଖା ଯାଇଛି। ଭିଡିଓ ପୋଷ୍ଟ କରି ନରେଶ, ପବିତ୍ରାଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି- ‘New Year, New Beginnings, Need all your blessings’।
New Year ✨
New Beginnings 💖
Need all your blessings 🙏From us to all of you #HappyNewYear ❤️
- Mee #PavitraNareshpic.twitter.com/JiEbWY4qTQ
— H.E Dr Naresh VK actor (@ItsActorNaresh) December 31, 2022
ରାଗିଲେ ତୃତୀୟ ପତ୍ନୀ...
ନରେଶ ଓ ପବିତ୍ରାଙ୍କ ଏହି ଭିଡିଓ ଭାଇରାଲ୍ ପରେ ନରେଶଙ୍କ ତୃତୀୟ ପତ୍ନୀ ରାମ୍ୟା ରଘୁପତି ରାଗରେ ଜଳୁଛନ୍ତି। ଜାତୀୟ ଗଣମାଧ୍ୟମ TOI ରିପୋର୍ଟ ଅନୁସାରେ ସେ କହିଛନ୍ତି, ‘ଏତେ ତଳକୁ ସେ କେମିତି ଖସି ପାରିଲେ ? କେମିତି ସେ ଚତୁର୍ଥ ବିବାହ କରିପାରିବେ। ମୁଁ ଏହି ବିବାହ ହେବାକୁ ଦେବିନି। କାରଣ ବର୍ତ୍ତମାନ ସୁଦ୍ଧା ଆମର ଛାଡ଼ପତ୍ର ହୋଇନାହିଁ। ପୂର୍ବରୁ ମଧ୍ୟ ସେ ୨ ଥର ବିବାହ କରିସାରିଛନ୍ତି। ଆମର ଏକ ସନ୍ତାନ ଅଛି।’
ଚପଲରେ ନରେଶଙ୍କୁ ପିଟିଥିଲେ ରାମ୍ୟା...
ସୂଚନା ଅନୁସାରେ, ରାମ୍ୟାଙ୍କ କହିବା ଅନୁସାରେ, ନରେଶ ତାଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣିଥିଲେ। ଦିବଙ୍ଗତ ସୁପରଷ୍ଟାର କୃଷ୍ଣାଙ୍କ ସହ ତାଙ୍କ ରାମ୍ୟାଙ୍କ ରିଲେସନଶିପ୍ ଥିବା ନେଇ ନରେଶ ଅଭିଯୋଗ ଆଣି ଅଲଗା ହେବାପାଇଁ ନରେଶ ନିଷ୍ପତ୍ତି ନେଇଥିଲେ। ସେ ଏକ ପ୍ରେମ ଚିଠି ମଧ୍ୟ ଦେଖାଇଥିଲେ, ଯାହାକି ନକଲି ବୋଲି ରାମ୍ୟା କହିଥିଲେ। ସୂଚନାଥାଉ କି, ଗତବର୍ଷ ଜୁଲାଇରେ ନରେଶ ଓ ପବିତ୍ରା ହୋଟେଲ୍ ବାହାରୁ ଥିବାବେଳେ ରାମ୍ୟା ସେମାନଙ୍କୁ ଲିଫ୍ଟରେ ଧରିଥିଲେ। ଏହାପରେ ରାମ୍ୟା, ନରେଶଙ୍କୁ ଚପଲରେ ପିଟିଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)